ETV Bharat / bharat

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀ-ବିଶାଖାପାଟଣା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 12, 2024, 10:47 AM IST

Updated : Mar 12, 2024, 11:58 AM IST

Vande Bharat train
Vande Bharat train

PM Modi flags off Vande Bharat Trains: 10ଟି ନୂଆ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଅଧିକ ପଢନ୍ତୁ

ଅହମ୍ମଦାବାଦ : ଦେଶରେ ଗଡ଼ିଲା ଆଉ 10ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଗୁଜୁରାଟ ଅହମ୍ମଦାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସମସ୍ତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସମେତ ଅନ୍ୟ ରାଜ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଛି । 85 ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି ।

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଆଜିଠୁ ଓଡିଶାରେ ଗଡିଛି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ପୁରୀ ରୁ ବିଶାଖାପାଟନମ୍ ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ । ଏହି ଟ୍ରେନ୍ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ । ଆଜି କେବଳ ଶୁଭାରମ୍ଭ ପାଇଁ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ତୃତୀୟ ବନ୍ଦେ ଭାରତ ଟ୍ରେନର ସମୟ ବିବରଣୀ ପ୍ରକାଶ ପାଇବ । ପୂର୍ବରୁ ଓଡିଶାକୁ ମିଳିଥିଲା 2 ଟି ବନ୍ଦେ ଭାରତ ଏକ୍ସ ପ୍ରେସ । 2023 ମେ ମାସରେ ପୁରୀ-ହାୱଡ଼ା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିଥିଲା । ପରେ ୨୦୨୩ ସେପ୍ଟେମ୍ବରରେ ପୁରୀ-ରାଉରକେଲା ମଧ୍ୟରେ ଆରମ୍ଭ ହୋଇଥିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଗଡିବ ତୃତୀୟ ବନ୍ଦେ ଭାରତ ଟ୍ରେନ, 41ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲର ହେବ ଶୁଭାରମ୍ଭ

କେଉଁଠୁ କେଉଁଠିକି ଗଡ଼ିବ 10 ନୂଆ ବନ୍ଦେ ଭାରତ: ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ, ସିକନ୍ଦରାବାଦ-ବିଶାଖାପାଟଣା, ମୈସୁର- ଡିଆର ଏମଜିଆର (ଚେନ୍ନାଇ), ପାଟନା- ଲକ୍ଷ୍ନୌ, ନ୍ୟୁ ଜଲପାଇଗୁଡ଼ି-ପାଟନା, ପୁରୀ-ବିଶାଖାପାଟଣା, ଲକ୍ଷ୍ନୌ-ଡେରାଡୁନ୍, କାଲାବୁରାଗି-ସାର୍ ଏମ୍ ବିଶ୍ୱସରାୟା ଟର୍ମିନାଲ୍ ବେଙ୍ଗାଲୁରୁ, ରାଞ୍ଚି-ବାରାଣାସୀ ଓ ଖଜୁରାହୋ-ଦିଲ୍ଲୀ ।

'ଆଜି ଯାହା ଉଦଘାଟନ ହୋଇଛି ତାହା ଯୁବକଙ୍କ ପାଇଁ': ପ୍ରଧାନମନ୍ତ୍ରୀ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ କହିଛନ୍ତି, ଭାରତ ହେଉଛି ଏକ ଯୁବ ଦେଶ । ଏଠାରେ ବହୁ ସଂଖ୍ୟାରେ ଯୁବକ ଅଛନ୍ତି । ମୁଁ ଯୁବକମାନଙ୍କୁ କହିବାକୁ ଚାହେଁ ଯେ, ଆଜି ଯାହା ଉଦଘାଟନ ହୋଇଛି ତାହା ଆପଣଙ୍କ ବର୍ତ୍ତମାନ ପାଇଁ । ଏହା ଆପଣମାନଙ୍କ ଉଜ୍ଜଳମୟ ଭବିଷ୍ୟତର ଗ୍ୟାରେଣ୍ଟି ସହ ଆସିଛି । ''

''ରେଳବାଇର ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା': ମୋଦି ଆହୁରି ମଧ୍ୟ କହିଛନ୍ତି, "ସ୍ୱାଧୀନତା ପରେ ଦେଶରେ ଯେଉଁ ସରକାର ଆସିଥିଲା ସେମାନେ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିଲେ। ଭାରତୀୟ ରେଳବାଇ ଏହାର ଶିକାର ହୋଇଛି । ମୁଁ ପ୍ରଥମେ ରେଳବାଇକୁ ବଜେଟରେ ଅନ୍ତର୍ଭୁକ୍ତ କରିଥିଲି, ଯାହା ଦ୍ବାରା ସରକାରଙ୍କ ପାଣ୍ଠି ବର୍ତ୍ତମାନ ରେଳବାଇର ବିକାଶ ପାଇଁ ବ୍ୟବହୃତ ହେଉଛି। ଆମ ସରକାର ଭାରତୀୟ ରେଳବାଇକୁ ନର୍କ ଭଳି ପରିସ୍ଥିତିରୁ ବାହାର କରିବା ପାଇଁ ଆବଶ୍ୟକ ଇଚ୍ଛାଶକ୍ତି ଦେଖାଇଛି। ବର୍ତ୍ତମାନ ଦେଶରେ ରେଳବାଇର ବିକାଶ ଅନ୍ୟତମ। ଏହା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ''

Last Updated :Mar 12, 2024, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.