ETV Bharat / state

ରାଜ୍ୟରେ ଗଡିବ ତୃତୀୟ ବନ୍ଦେ ଭାରତ ଟ୍ରେନ, 41ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲର ହେବ ଶୁଭାରମ୍ଭ

author img

By ETV Bharat Odisha Team

Published : Mar 11, 2024, 10:47 PM IST

Third Vande Bharat Train
Third Vande Bharat Train

PM To Flag Of Third Vande Bharat Train:ରାଜ୍ୟରେ ଗଡି଼ବ ନୂଆ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । 41ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲର ମଧ୍ୟ ଶୁଭାରମ୍ଭ ହେବ। ଅଧିକ ପଢନ୍ତୁ

Third Vande Bharat Train

ଭୁବନେଶ୍ବର: ରାଜ୍ୟରେ ଗଡି଼ବ ନୂଆ ତୃତୀୟ ବନ୍ଦେ ଭାରତ ଟ୍ରେନ । ଶୁଭାରମ୍ଭ ହେବ 41 ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲ । ଏଥିପାଇଁ 85 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ରାଜ୍ୟରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ରର ଉଦଘାଟନ ମଧ୍ୟ କରାଯିବ । ଆସନ୍ତାକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ କରିବେ । ଏନେଇ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 85 ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 10ଟି ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ସହ 4 ଟି ବନ୍ଦେ ଭାରତ ଟ୍ରେନର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନର ଶୁଭାରମ୍ଭ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଦେଶର 764 ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀ ଓଡି଼ଶା ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ । ଏହା ଓଡିଶା ଏବଂ ବିଶାଖାପାଟନମ୍ ମଧ୍ୟରେ ଚଳାଚଳ କରିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡି଼ଶାରେ 41 ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' (OSOP) ଷ୍ଟଲକୁ ଉତ୍ସର୍ଗ କରିବେ। ଏହି ଅବସରରେ ରାଜ୍ୟରେ 274 ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପ୍ରସ୍ତର କରିବେ। ଏହି ପ୍ରକଳ୍ପ ଗୁଡିକରେ 162 ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, 41 ୱାନ୍ ଷ୍ଟେସନ୍ ୱାନ ପ୍ରଡକ୍ଟ (OSOP) ଷ୍ଟଲ୍, 50 ସୋଲାର ପାୱାର୍ ଷ୍ଟେସନ, 5 ଗୁଡସ ସେଡ୍, ୯ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, 4 ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ ଅନ୍ତର୍ଭୁକ୍ତ ରହିଛି ।


ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଓଡି଼ଶା ଏବଂ ବିଶାଖାପାଟନମ ମଧ୍ୟରେ ଚାଲିବ । ଏହି ଟ୍ରେନ୍ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ । ପ୍ରଥମ ଦିନଟି କେବଳ ଶୁଭାରମ୍ଭ ପାଇଁ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ତୃତୀୟ ବନ୍ଦେ ଭାରତ ଟ୍ରେନର ସମୟ ବିବରଣୀ ପ୍ରକାଶ ପାଇବ । ଅନ୍ୟପଟେ ୯ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ।

ଦୋହରୀକରଣ ହୋଇଥିବା ରେଳ ପ୍ରକଳ୍ପ ହେଲା:

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି (16.8 କିମି) ରେଳ ସେକ୍ସନ।
କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନ ଯୋଡି- ବାଇଗୁଡ଼ା (14.6 କିମି) ରେଳ ସେକ୍ସନ।
ବିଜୟନଗରମ- ଟିଟିଲାଗଡ଼ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ୍- ରାୟଗଡା (9.2 କିମି) ରେଳ ସେକ୍ସନ।
କୋଟାଭାଲାସା- କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସେମିଲିଗୁଡା- ଆରକୁ -ଗୋରାପୁର (21.6 କିମି) ରେଳ ସେକ୍ସନ।
କୋଟାଭାଲାସା- କୋରାପୁଟ ଦୋହରୀକରଣ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ 47 କୋଟିର କୋଟା- ବୋଡାବରା ରେଳ ସେକ୍ସନ।
ବିଳାସପୁର- ଝାରସୁଗୁଡା 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 550 କୋଟିର ଝାରସୁଗୁଡା-ଜାମାଗା (53 କିମି) ରେଳ ସେକ୍ସନ।
ବଣ୍ଡାମୁଣ୍ଡା -ରାଞ୍ଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି- ଲିଙ୍କ ସି ବଣ୍ଡାମୁଣ୍ଡା ରେଳ ସେକ୍ସନ।
ରାଞ୍ଚି- ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ 129.95 କୋଟିର ନବଗାଓଁ- ଓରଗା (6.8 କିମି) ରେଳ ସେକ୍ସନ।
ନାରାୟଣଗଡ଼-ଭଦ୍ରକ 4ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ 36.12 କୋଟିର ରାଣୀତାଲ- ରାଣୀତାଲ (L) 4ର୍ଥ ଲାଇନ (3 କିମି) ରେଳ ସେକ୍ସନ।

OSOP ଯୋଜନା ଭାରତ ସରକାରଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଭିଜନ ଦ୍ୱାରା ଅନୁପ୍ରାଣିତ ଏହା ଅନ୍ତର୍ଗତ ସ୍ୱଦେଶୀ ଉତ୍ପାଦଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ଯାହା ସ୍ଥାନୀୟ କାରିଗର ଯଥା ହସ୍ତତନ୍ତ ଉତ୍ପାଦ ଗୁଡିକ ପାଇଁ ବଜାର ସୃଷ୍ଟି କରିପାରିବ। ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଗୁଡି଼କ ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଏବଂ ଉପଯୋଗୀ ସାମଗ୍ରୀ ଯୋଗାଇବା ସହ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ରର ଉଦଘାଟନ ମଧ୍ୟ କରାଯିବ। ତେବେ ଓଡି଼ଶା ପାଇଁ ଥିବା ନୂଆ ବନ୍ଦେ ଭାରତ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଜୟାନଗରମ୍ ଯିବ। ଶନିବାର ବ୍ୟତୀତ ଅନ୍ୟ ଦିନ ଗୁଡିକରେ ଏହି ଟ୍ରେନ ଚାଲିବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା।
ଏହା ମଧ୍ୟ ପଢନ୍ତୁ...ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ, ଚାଲିଛି ୭ ଟନେଲର ନିର୍ମାଣ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.