ETV Bharat / state

ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ, ଚାଲିଛି ୭ ଟନେଲର ନିର୍ମାଣ

author img

By ETV Bharat Odisha Team

Published : Mar 11, 2024, 5:28 PM IST

RailwayTunnels: ଏକାବେଳେ ଓଡ଼ିଶାରେ ନିର୍ମାଣ ହେଉଛି ୭ଟି ଟନେଲ । ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ । ଅଧିକ ପଢନ୍ତୁ,

7 Tunnels
7 Tunnels

7 Tunnels

ଭୁବନେଶ୍ବର: ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ । ତିଆରି ହେଉଛି ଓଡ଼ିଶାର ବଡ଼ ଟନେଲ । ଏଥିପାଇଁ ଜୋରଦାର ଚାଲିଛି ରେଳ ଟନେଲ କାମ । ଟନେଲ ନିର୍ମାଣରେ ରେଳ ବିଭାଗ ଲାଗି ପଡ଼ିଥିବାବେଳେ ଏକାବେଳେ ନିର୍ମାଣ ହେଉଛି ୭ଟି ଟନେଲ । ଆଡ଼ଣିଗଡ଼ଠାରେ ତିଆରି ହେଉଛି ଓଡ଼ିଶାର ବଡ଼ ଟନେଲ । ଯାହାର ଦୂରତା ୪.୧୮୫ କିଲୋମିଟର ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଥିବାବେଳେ, ବୌଦ୍ଧ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ଼ ବଡ଼ ଟନେଲ । ପୂର୍ବତଟ ରେଳ ବିଭାଗ ପକ୍ଷରୁ ପ୍ରଥମ କରି ଟନେଲ ନିର୍ମାଣ ଚାଲିଥିବାବେଳେ ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ ହେଉଛି ମୋଟ୍ ୭ଟି ରେଳ ଟନେଲ।

ଆଡେଣିଗଡ଼ଠାରେ ହେଉଛି ସବୁଠାରୁ ବଡ଼ ଟନେଲ ଯାହାର ଲମ୍ବା ୪ କିଲୋମିଟରରୁ ଉର୍ଦ୍ଧ୍ବ ରହିଛି । ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ ଟି ଟନେଲ । ସେଥିମଧ୍ୟରୁ ଗୋଟିଏ ଟନେଲରେ ଉଭୟ ପଟକୁ ଫିଟିଛି ବାଟ । ଏହାରି ମଧ୍ୟରେ ୫ ନମ୍ବର ଟନେଲ ଯାହାର ଦୂରତା ୦.୩୧୭ କିମି ରହିଥିବାବେଳେ ୬ ନମ୍ବର ଟନେଲର ଦୂରତା ରହିଛି ୦.୩୧୫କିମି । ଆଉ ୩ଟି ଟନେଲ ଦଶପଲ୍ଲାଠାରୁ ମାଧପୁର ମଧ୍ୟରେ ନିର୍ମାଣ ଚାଲିଛି । ଅଷ୍ଟ୍ରିଆ ଟନେଲ ଢାଞ୍ଚାରେ ଚାଲିଛି ସୁଡ଼ଙ୍ଗ କାମ । ରେଳବାଇ ଅଧିକାରୀ ଓ ଇଞ୍ଜିନିୟରଙ୍କ ସହ କାମରେ ଲାଗିଛନ୍ତି ଶହ ଶହ ଶ୍ରମିକ।

ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ନିର୍ମାଣ ହେଉଛି ମୋଟ ୭ଟି ଟନେଲ । ତେବେ ରାଜ୍ୟର ସବୁଠାରୁ ଲମ୍ବା ଏହି ଟନେଲର ନିର୍ମାଣ କାର୍ଯ୍ୟ 2026 ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ରେଳ ମନ୍ତ୍ରଣାଳୟ । ସେହିଭଳି 23 ମାଇଲରେ ମଧ୍ୟ ଗୋଟିଏ ଟନେଲ ନିର୍ମାଣ ଚାଲିଛି । ଯାହା ୭ ନମ୍ବର ଟନେଲ ବା ଶେଷ ଟନେଲ ହୋଇଥିବାବେଳେ ଏହାର ଦୂରତା ୧ ହଜାର ୯୭୫ କିମି ରହିଛି ।

ଏହା ବି ପଢନ୍ତୁ...ଖୋଲିଲା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଟନେଲ, ଆନନ୍ଦିତ ଜିଲ୍ଲାବାସୀ

ସୂଚନା ଅନୁଯାୟୀ, ଗମନାଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ପଶ୍ଚିମ ଓଡିଶାର 4 ଟି ଜିଲ୍ଲାକୁ ପୂର୍ବ ଓଡି଼ଶା ସହ ଯୋଡିବା ପାଇଁ 1994-1995 ମସିହାରେ ପ୍ରକଳ୍ପ ମଞ୍ଜୁରୀ ପରେ ଆରମ୍ଭ ହୋଇଥିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର କାର୍ଯ୍ୟ । ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ଏହି ରେଳପଥ 301 କିମି ଦୂରତା ଥିବାବେଳେ କେବଳ ବୌଦ୍ଧ ଜିଲ୍ଲା ଭାଗରେ ରହିଛି ସର୍ବାଧିକ ୧୧୦ କିଲୋମିଟର । ଏବେ ଜୋରସୋରରେ କାମ ଆଗେଇ ଚାଲିଛି । ଖୁବଶୀଘ୍ର ଟନେଲ କାମ ସରିବ ବୋଲି ଆଶା କରାଯାଉଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.