ETV Bharat / state

ଖୋଲିଲା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଟନେଲ, ଆନନ୍ଦିତ ଜିଲ୍ଲାବାସୀ

author img

By ETV Bharat Odisha Team

Published : Feb 23, 2024, 3:59 PM IST

Kordha Balangir Rail Project
Kordha Balangir Rail Project

Kordha Balangir Rail Project: ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନେଇ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଖୋଲିଲା ସୁଡଙ୍ଗ ପଥ । ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ମାହୋଲ । ଅଧିକ ପଢନ୍ତୁ

Kordha Balangir Rail Project

ବୌଦ୍ଧ: ସ୍ବପ୍ନ ସାକାର ହେବା ପାଇଁ ଆଉ ଦିନ କେଇଟା ବାକି । ଜିଲ୍ଲାକୁ ଛୁଇଁବ ରେଳ । ଏହାକୁ ନେଇ ଉତ୍ସାହିତ ଜିଲ୍ଲାବାସୀ । ରେଳପଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସୁଡଙ୍ଗ ପଥ ଖୋଲିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଖେଳି ଯାଇଛି ।

ବୌଦ୍ଧ ଜିଲ୍ଲାକୁ ଛୁଇଁବ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ । ପାଞ୍ଚଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରେଳପଥ ଚରି ଗୋଟି ଜିଲ୍ଲାରେ ରେଳ ଚଳାଚଳ ଆରମ୍ଭ ହୋଇ ସାରିଥିବା ବେଳେ କେବଳ ବୌଦ୍ଧ ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ରେଳ ଚଳାଚଳ ହୋଇ ନଥିଲା । ତେବେ ବର୍ତ୍ତମାନ ଏହି ରେଳପଥର 70 ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ଜିଲ୍ଲାର ପୁରୁଣା କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ଆଉ ଅଳ୍ପଦିନ ମଧ୍ୟରେ ହେବ ବୋଲି ଆଶା କରାଯାଉଛି । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । ସୋନପୁର ପଟରୁ ତେଲନଦୀ ଓ ବାଘନଦୀ ତଥା ଅନ୍ୟାନ୍ୟ ଛୋଟ ବଡ଼ ନଦୀ ନାଳରେ ରେଳପଥ ପାଇଁ ଆବଶ୍ୟକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏହାଛଡା ସରସରା ସାଗର ନିକଟରେ ବଉଦ ଜିଲ୍ଲାର ରେଳ ଷ୍ଟେସନ ତଥା ପୁରୁଣା କଟକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ, ବୌଦ୍ଧକୁ କେବେ ଗଡ଼ିବ ଟ୍ରେନ ?

ଆଗାମୀ କିଛି ଦିନ ମଧ୍ୟରେ ବଉଦ ଜିଲ୍ଲାର ପୁରୁଣା କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ କେବଳ ବୌଦ୍ଧ ଜିଲ୍ଲାରେ ୧୧୦ କିଲୋମିଟର ରହିଥିବା ବେଳେ ପୁରୁଣା କଟକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଏହି ରେଳପଥ ନିର୍ମାଣ ପାଇଁ ପରିବେଶ ମଞ୍ଜୁରି ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ଏହି ସମସ୍ୟାର ସମାଧାନ ହୋଇ ଜଙ୍ଗଲ ପାହାଡ଼ରେ ଟନେଲ ବା ସୁଡ଼ଙ୍ଗ ପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଓଡ଼ିଶାର ସର୍ବାଧିକ ଲମ୍ବା ଟନେଲ ରେଳପଥ ମାର୍ଦିଙ୍ଗ ଠାରୁ ଆରମ୍ଭ କରି ଗୋଛାବାରୀ ପର୍ଯ୍ୟନ୍ତ ସାତ ଗୋଟି ଟନେଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ଉକ୍ତ ଟନେଲର କେତୋଟି ଟନେଲ ଉଭୟ ପାର୍ଶ୍ବରୁ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଫଳରେ ସାଧାରଣ ଲୋକେ ବେଶ ଉତ୍ସାହିତ ହେବା ସହିତ ଆନନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.