ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ, ବୌଦ୍ଧକୁ କେବେ ଗଡ଼ିବ ଟ୍ରେନ ?

author img

By ETV Bharat Odisha Team

Published : Feb 4, 2024, 10:53 PM IST

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ
ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ

Khurdha Balangir Railway Project : ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଚାରୋଟି ଜିଲ୍ଲାରେ ଗଡ଼ୁଛି ରେଳ । ହେଲେ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ଏବେ ମଧ୍ୟ ସ୍ୱପ୍ନ ହୋଇ ରହିଛି ରେଳସେବା । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ

ବୌଦ୍ଧ: ଜିଲ୍ଲାର ପଡ଼ୋଶୀ ଦୁଇ ଜିଲ୍ଲାରେ ଆରମ୍ଭ ହୋଇଛି ରେଳ ଚଳାଚଳ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଚାରୋଟି ଜିଲ୍ଲାରେ ଗଡ଼ୁଛି ରେଳ । ହେଲେ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ଏବେ ମଧ୍ୟ ସ୍ୱପ୍ନ ହୋଇ ରହିଛି ରେଳସେବା । ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପରେ ବୌଦ୍ଧ ଜିଲ୍ଲା ଦେଇ ସର୍ବାଧିକ ପଥ ଅତିକ୍ରମ ହେବ । ହେଲେ ଏପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ତେବେ ରେଳପଥ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକାରୀ କରିବାକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ ।

ଏହା ବି ପଢନ୍ତୁ- ଦଶପଲ୍ଲାକୁ ଗଡିଲା ଟ୍ରେନ, ଖୁବ ଶୀଘ୍ର ବୌଦ୍ଧକୁ ସଂଯୋଗ ହେବ ରେଳ ଲାଇନ


ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଞ୍ଚଟି ଜିଲ୍ଲାକୁ ସିଧାସଳଖ ସଂଯୋଗ କରିବ । ଏହି ରେଳପଥ କାମ ଚାରୋଟି ଜିଲ୍ଲାରେ ଶେଷ ହୋଇ ରେଳ ଚଳାଚଳ ଆରମ୍ଭ ହେଲାଣି । ହେଲେ ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ ରେଳ ଧାରଣା କାର୍ଯ୍ୟ ଶେଷ ହୋଇନାହିଁ । ଏହି ରେଳ ପ୍ରକଳ୍ପର ସର୍ବାଧିକ ପଥ ଅତିକ୍ରମ କରୁଥିବା ଜିଲ୍ଲା ହେଉଛି ବୌଦ୍ଧ । ରେଳପଥ ନିର୍ମାଣ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଚାଲିଛି । ଆଗରୁ ଖୋର୍ଦ୍ଧା ପଟରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ହୋଇ ସାରିଛି । ଅନ୍ୟପଟେ ବଲାଙ୍ଗୀର ପଟରୁ ସୋନପୁର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

ସୋନପୁରଠାରୁ ବୌଦ୍ଧ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଅଛି । ସେପଟେ ତେଲନଦୀ ସେତୁ ଓ ଅଳ୍ପ କିଛି କାର୍ଯ୍ୟ ବାକି ରହିଛି । ବୌଦ୍ଧଠାରୁ ପୁରୁଣା କଟକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । କିନ୍ତୁ ପୁରୁଣା କଟକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଧିମା ଗତିରେ ଚାଲିଛି । ଅନ୍ୟପଟେ ଘାଟି ଜଙ୍ଗଲ ଅଞ୍ଚଳରେ ଏହି ରେଳପଥ ନିର୍ମାଣ କାର୍ଯ୍ୟରେ ପ୍ରାୟ ପାଞ୍ଚ କିଲୋମିଟର ସୁଡ଼ଙ୍ଗ ରାସ୍ତା ନିର୍ମାଣ ରହିଛି । ଯାହା ଫଳରେ କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ବଦଲାସାହି ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟରରୁ ଊର୍ଦ୍ଧ୍ବ ଏହି ରେଳପଥ ନିର୍ମାଣରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ଚାରିଛକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଥିବା ଜଙ୍ଗଲ ପଥ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ଭୁବନେଶ୍ବର ଓ ବଲାଙ୍ଗୀର ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.