ETV Bharat / state

ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

author img

By ETV Bharat Odisha Team

Published : Feb 4, 2024, 9:29 PM IST

Updated : Feb 4, 2024, 9:40 PM IST

ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ୍ ; ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି
ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ୍ ; ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

Rail Roko Protest At Jajpur Road Station : ଆଜି ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ରେଳ ରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ । ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ରହିଛି ଅନେକ ଦାବି । ଅଧିକ ପଢନ୍ତୁ

ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

ଯାଜପୁର: ଜିଲ୍ଲାକୁ ରେଳକ୍ଷେତ୍ରରେ ଅବହେଳା ପ୍ରସଙ୍ଗ ନେଇ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳରୋକ । ଆଜି ଜିଲ୍ଲାର ବ୍ୟାସନଗର ସ୍ଥିତ ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ଏକ ରେଳ ରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ପୂର୍ବରୁ ଯାଜପୁର ରୋଡଠାରୁ ଧାମରା ପର୍ଯ୍ୟନ୍ତ ରେଳ ସଂଯୋଗ ପାଇଁ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି । ମାତ୍ର ଏହି ଦାବି ପ୍ରତି ରେଳ ବିଭାଗ କୌଣସି କର୍ଣ୍ଣପାତ କରୁନାହିଁ । ଏଥି ପାଇଁ ଆଜି ରେଳପଥ ସଂଗ୍ରାମ ସମିତି ଆବାହକ ସନ୍ତୋଷ କୁମାର ଦାସଙ୍କ ନେତୃତ୍ବରେ ଗୋପବନ୍ଧୁ ଛକରୁ ଏକ ଶୋଭାଯାତ୍ରା ବାହାରି ଯାଜପୁର ରେଳ ଷ୍ଟେସନ ଭିତରେ ଧର୍ଶେଇ ପଶିବାକୁ ଚେଷ୍ଟା କରୁଥିଲେ । ମାତ୍ର ପୋଲିସ ତରଫରୁ ସେମାନଙ୍କୁ ଷ୍ଟେସନ ମଧ୍ୟକୁ ଯିବା ପାଇଁ ଅଟକାଇ ଦିଆଯାଇଥିଲା ।

ପ୍ରକାଶ ଯୋଗ୍ୟ ଆଜିକୁ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ଦିନ ହେବ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି । ବିଶେଷ ଭାବରେ ଯାଜପୁର ରୋଡ ରେଳଷ୍ଟେସନରୁ ସଦର ମହକୁମା, ଆରଡ଼ି, କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ସଂଯୋଗ କରିବା ଉଦେଶ୍ୟରେ ଏହି ଆନ୍ଦୋଳନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ ... ବଲାଙ୍ଗୀରକୁ ମୋଦିଙ୍କ ରେଳପ୍ରକଳ୍ପ ଭେଟି; ଧନ୍ୟବାଦ ଜଣାଇଲେ ସ୍ଥାନୀୟ ସାଂସଦ

ଏହି ରେଳରୋକ୍ ରେ ସାମିଲ ଥିବା ସିପିଆଇଏମ ନେତା ପ୍ରଫୁଲ ନାୟକ କହିଛନ୍ତି ଯେ " ନିକଟରେ ସଂସଦରେ ଆଗତ ହୋଇଥିବା ରେଳ ବଜେଟରେ ଆମେ ଯାଜପୁର ରୋଡ଼ ରୁ ଧାମରା ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ୨୦୦୦ କୋଟି ଦାବି କରୁଛୁ । ଏହା ସହ ଆମେ ଯାଜପୁରକୁ ଏକ ସ୍ୱତନ୍ତ୍ର ରେଲୱେ ଡିଭିଜନ ଭାବେ ଘୋଷଣା, ଯାଜପୁର ରୋଡରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ , ଯାଜପୁର ରୋଡରେ ସମସ୍ତ ଟ୍ରେନ ଗୁଡିକର ରହଣିକୁ ନେଇ ଦାବି କରୁଛୁ । ସେହିପରି ବାଲେଶ୍ବରରେ ତିନୋଟି ସ୍ଥାନରେ ଅମୃତ ଭାରତ ଏକ୍ସପ୍ରେସ ରହୁଥିବା ବେଳେ ଯାଜପୁର ରେ ଗୋଟିଏ ମଧ୍ୟ ଷ୍ଟପେଜ୍ ନାହିଁ । " ଏହା ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଯାଜପୁର ପ୍ରତି ବୈମାତୃକ ମନୋଭାବର ଅଭିଯୋଗ ଆଣିଛନ୍ତି ସଂଗ୍ରାମ ସମିତିର ଆବାହକ ।

ସଂଗ୍ରାମ ସମିତିର ଆବାହକ ସନ୍ତୋଷ କୁମାର ଦାସ କହିଛନ୍ତି ଯେ " ଚଳିତ କାମଚଳା ବଜେଟରେ ଯାଜପୁର ରୋଡ଼-ଧାମରା ରେଳପଥ ପାଇଁ କୌଣସି ବ୍ୟବସ୍ଥା ରହିନାହିଁ । ତେଣୁ ପୂର୍ଣ୍ଣାଙ୍ଗ ବଜେଟରେ ଏହା ସ୍ଥାନ ପାଉ । ରେଳବାଇ ତରଫରୁ ହେଉଥିବା ସର୍ଭେ କାମରେ ଡେରି ଯୋଗୁଁ ପୂର୍ବତଟ ରେଳବାଇ ପାଖେ ପ୍ରକଳ୍ପ ରିପୋର୍ଟ ଯାଇ ପାରି ନାହିଁ । " ତେଣୁ ଏହି କାମକୁ ଯଥାଶୀଘ୍ର ସାରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ତେବେ ଏହି ରେଳ ସଂଯୋଗ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated :Feb 4, 2024, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.