ETV Bharat / bharat

ଚାରିଧାମ ଯାତ୍ରା: ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ, ମେ୧୨ରେ ଖୋଲିବ ବଦ୍ରିନାଥଙ୍କ ଦ୍ବାର - Chardham Yatra registration

author img

By ETV Bharat Odisha Team

Published : Apr 15, 2024, 6:02 PM IST

ଚାରିଧାମ ଯାତ୍ରା: ଆରମ୍ଭ ହେଲା ପଞ୍ଜିକରଣ, ମେ ୧୨ରେ ଖୋଲିବ ବଦ୍ରିନାଥଙ୍କ ଦ୍ବାର
ଚାରିଧାମ ଯାତ୍ରା: ଆରମ୍ଭ ହେଲା ପଞ୍ଜିକରଣ, ମେ ୧୨ରେ ଖୋଲିବ ବଦ୍ରିନାଥଙ୍କ ଦ୍ବାର

Chardham Yatra 2024: ଆଜିଠାରୁ ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟଟନ ବିଭାଗର ୱେବସାଇଟ୍ ବ୍ୟତୀତ ହ୍ୟାଟ୍ସପରେ ମଧ୍ୟ ତୀର୍ଥଯାତ୍ରୀମାନେ ପଞ୍ଜିକରଣ କରିପାରିବେ ।ମେ ୧୦ରେ ଗଙ୍ଗୋତ୍ରୀ, ଯମୁନାତ୍ରୀ ଏବଂ କେଦାର ନାଥଙ୍କ ଦ୍ବାର ଖୋଲିବ । ଅଧିକ ପଢନ୍ତୁ

ଡେରାଡୁନ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଆରମ୍ଭ ହେଲା ଚାରିଧାମ ଯାତ୍ରା ୨୦୨୪ ପାଇଁ ପଞ୍ଜିକରଣ । ଉତ୍ତରାଖଣ୍ଡ ସରକାର ଆଜି ଅର୍ଥାତ ଏପ୍ରିଲ୍ ୧୫ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଚାହିଁ ବସିଥାନ୍ତି ଏହି ଯାତ୍ରା ପାଇଁ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ମେ ୧୦ରେ ଗଙ୍ଗୋତ୍ରୀ, ଯମୁନାତ୍ରୀ ଏବଂ ବାବା କେଦାର ନାଥଙ୍କ ଦ୍ବାର ଖୋଲିବାକୁ ଥିବାବେଳେ ମେ ୧୨ରେ ବଦ୍ରିନାଥଙ୍କ ଦ୍ବାର ଖୋଲିବ ବୋଲି ସୂଚନା ମିଳିଛି ।

ଏହି ଅବସରରେ ଉତ୍ତାରାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ କହିଛନ୍ତି ଯେ, ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୯ ତାରିଖରେ ପରେ ସମସ୍ତ ସରକାରୀ କର୍ମଚାରୀ ଏହି ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ସେପଟେ ଆଜି ପଞ୍ଜିକରଣ ପାଇଁ ସକାଳ ୭ଟାରୁ ଅଫିସିଆଲ୍ ୱେବସାଇଟ୍ ଖୋଲିଛି । ଚଳିତ ଥର ଯାତ୍ରା ଆରମ୍ଭ ହେବା ୨୫ ଦିନ ପୂର୍ବରୁ ପଞ୍ଜିକରଣ ଆରମ୍ଭ ହୋଇଛି ।

ଆସନ୍ତୁ ଜାଣିବା ,ଚାରିଧମ ଯାତ୍ରା ପାଇଁ କିପରି ପଞ୍ଜିକରଣ ହୁଏ : ଏହି ଯାତ୍ରା ପାଇଁ ଇଚ୍ଛୁକ ଥିବା ପର୍ଯ୍ୟଟକମାନେ ଅଫିସିଆଲ୍ ୱେବସାଇଟ୍-registrationandtouristcare.uk.gov.in. ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ କରିପାରିବେ । ଏହା ବ୍ୟତୀତ ମୋବାଇଲ୍ ଆପ୍ଲିକେଶନ, ହ୍ବାଟସ୍ପ ଆପ୍ ନମ୍ବର - 8394833833 କିମ୍ବା ଟୋଲ୍ ଫ୍ରି ନମ୍ବର- 01351364 ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହି ସମୟରେ ନାମ, ମୋବାଇଲ୍ ନମ୍ବର ଏବଂ ଠିକଣା, ବ୍ୟକ୍ତିଗତ ପ୍ରମାଣ ପତ୍ର ସ୍କାନ କରି ଅପଲୋଡ୍ କରିବାକୁ ହେବ ।

ଏହା ମଧ୍ୟ ପଢନ୍ତୁ ......ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ

ତେବେ ମନ୍ତ୍ରୀ ମହାରାଜଙ୍କ କହିବାନୁସାରେ, ଏପ୍ରିଲ 19ରେ ଉତ୍ତରାଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବା ପରେ ସରକାରଙ୍କ ପୁରା ଧ୍ୟାନ ଚାରିଧାମ ଯାତ୍ରା ଉପରେ ରହିବ । ଏହି ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ଅନେକ ପ୍ରସ୍ତୁତି ବୈଠକ ବସି ସାରିଛି । ପ୍ରତିବର୍ଷ ଏହି ଚାରଧାମ ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ । ଦେଶ ତଥା ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ଚାରଧାମ ବୋଲି କୁହାଯାଏ । ଭକ୍ତଙ୍କୁ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.