ETV Bharat / state

ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ

author img

By ETV Bharat Odisha Team

Published : Feb 8, 2024, 3:12 PM IST

Updated : Feb 8, 2024, 3:32 PM IST

Senior Citizen Pilgrimage Trip: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭାଗ ପାଇବେ ବରିଷ୍ଠ ନାଗରିକ । ତିରୁପତି ଏବଂ ଭେଲୋର ଅଭିମୁଖେ ବାହାରିଲେ ୬ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ

Senior Citizen Pilgrimage Trip
Senior Citizen Pilgrimage Trip

ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ

ଭୁବନେଶ୍ବର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଣ୍ଟିବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ଲାଗି ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଆଜି (ଗୁରୁବାର) ତିରୁପତିଙ୍କ ଦର୍ଶନ ପାଇଁ ବାହାରିଛନ୍ତି ୬ ଜିଲ୍ଲାରୁ ପ୍ରାୟ ୯୭୦ ଜଣ ବରିଷ୍ଠ ନାଗରିକ । ଭୁବନେଶ୍ଵର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ଏମାନଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଯାବତ ୨୭ଟି ପର୍ଯ୍ୟାୟରେ ରାଜ୍ୟର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା କଲେଣି ।

ଏହି ବରିଷ୍ଠ ନାଗରିକମାନେ ଭୁବନେଶ୍ଵର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନରେ ବାହାରିଛନ୍ତି । ରାଜ୍ୟର ୬ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇ ସ୍ଵତନ୍ତ୍ର ଟ୍ରେନ ଭୁବନେଶ୍ଵର ରେଳ ଷ୍ଟେସନରୁ ବାହାରିଛନ୍ତି । ତେବେ ଏହି ତୀର୍ଥଯାତ୍ରା ୬ଟି ଜିଲ୍ଲାରୁ ୯୭୦ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ୩୦ ଜଣ ଗାଇଡ ମଧ୍ୟ ରହିଛନ୍ତି । ତେବେ ତୀର୍ଥଯାତ୍ରୀମାନେ ଆଜି ଠାରୁ ଅର୍ଥାତ ୮ ତାରିଖରୁ ଯାତ୍ରା ଆରମ୍ଭ କରି ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ଫେରିବେ । ଏହି ଯୋଜନାରେ ରାଜ୍ୟ ସରକାର ଜଣେ ବରିଷ୍ଠ ନାଗରିକଙ୍କ ପିଛା ୧୬ ହଜାର ୮ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏହା ବି ପଢନ୍ତୁ- କଳାହାଣ୍ଡିରେ ତୀର୍ଥଯାତ୍ରାରେ ବାହାରିଲେ ବରିଷ୍ଠ ନାଗରିକ, ବାହାରିଲା ୬ଟି ବସ

ଏହା ବି ପଢନ୍ତୁ- Senior Citizen Pilgrimage Trip: ଭୁବନେଶ୍ବରରୁ ଅଜମେର-ପୁଷ୍କର ଗଡ଼ିଲା ଟ୍ରେନ

ଏଯାବତ୍ ୨୭ଟି ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା କଲେଣି । ଏମାନଙ୍କ ପାଇଁ ରହିବା ଖାଇବା ଓ ବୁଲାବୁଲି କରିବାକୁ ରାଜ୍ୟ ସରକାର ସମସ୍ତ ଟଙ୍କା ବହନ କରୁଛନ୍ତି । ଏହି ବରିଷ୍ଠ ନାଗରିକମାନେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର । ଏମାନଙ୍କ ଯେଭଳି ଯିବା ସମୟ ଠାରୁ ଆସିବା ପର୍ଯ୍ୟନ୍ତ କୌଣସି କିଛି ଅସୁବିଧା ନହୁଏ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୨୮ ତାରିଖରେ ବାରଣାସୀ ଗୟା ପରିଦର୍ଶନରେ ଯାଇଥିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ । ୬ଟି ଜିଲ୍ଲାର ସମୁଦାୟ ୯୭୦ ଜଣ ତୀର୍ଥଯାତ୍ରୀ ଓ ୩୦ ଜଣ ଏସକର୍ଟ କର୍ମକର୍ତ୍ତା ଯାତ୍ରା କରିଥିଲେ ।

ଏହା ବି ପଢନ୍ତୁ- ରାୟଗଡାରୁ ବାରଣାସୀ ଗୟା ପରିଦର୍ଶନରେ ବାହାରିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଓ ତୀର୍ଥଯାତ୍ରା କରିବା ଇଚ୍ଛାକୁ ପୂରଣ କରିବା ପାଇଁ ଏହି ଯୋଜନା କରାଯାଇଛି । ଏହି ତୀର୍ଥଯାତ୍ରୀମାନେ ରାୟଗଡା ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିଥିଲେ । ବିଶେଷ ଭାବରେ ରାଜ୍ୟର ଦକ୍ଷିଣା ପଶ୍ଚିମାଞ୍ଚଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡାରୁ ବରିଷ୍ଠ ନାଗରିକ ଏହି ଯାତ୍ରା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 8, 2024, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.