ETV Bharat / bharat

ଏଣିକି ଦିଲ୍ଲୀ ଏମସରେ ଅନଲାଇନରେ ଚାଲିବ ଅଫିସ କାର୍ଯ୍ୟ

author img

By ETV Bharat Odisha Team

Published : Jan 28, 2024, 7:26 AM IST

ଏଣିକି ଏମସ୍ ଦିଲ୍ଲୀ ରେ ଅନଲାଇନ ରେ ଚାଲିବ ଅଫିସ କାର୍ଯ୍ୟ
ଏଣିକି ଏମସ୍ ଦିଲ୍ଲୀ ରେ ଅନଲାଇନ ରେ ଚାଲିବ ଅଫିସ କାର୍ଯ୍ୟ

AIIMS Delhi: ଏମସ୍ (AIIMS) ଦିଲ୍ଲୀରେ ଦୁର୍ନୀତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ଏବଂ ଫାଇଲ ସ୍ଥାନାନ୍ତର ଅନଲାଇନ ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯୋଗାଯୋଗ ପାଇଁ ଇ-ଅଫିସ୍ ବ୍ୟବହାର ବାଧ୍ୟତାମୂଳକ ବୋଲି ୧୪ ଫେବୃଆରୀ ୨୦୨୩ରେ ନିର୍ଦ୍ଦେଶ ହୋଇଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏମସ୍ (AIIMS) ଦିଲ୍ଲୀରେ ଦୁର୍ନୀତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ଏବଂ ଫାଇଲ ସ୍ଥାନାନ୍ତର ଅନଲାଇନ ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏମସ୍ ପ୍ରଶାସନର ଏହି ପଦକ୍ଷେପ ଦ୍ବାରା ଦୁର୍ନୀତିକୁ ରୋକାଯାଇପାରିବ ବୋଲି ବିଶ୍ବାସ କରାଯାଉଛି । ଏହା ସହିତ ଏମସ୍ ପ୍ରଶାସନର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆହୁରି ବଳ ମିଳିବ ।

ସୂଚନା ଯୋଗ୍ୟ ଯେ ଏମସ୍ (AIIMS) ଦିଲ୍ଲୀରେ ସମସ୍ତ ପ୍ରକାରର ସରକାରୀ ମାମଲାରେ ଯୋଗାଯୋଗ ପାଇଁ ଇ-ଅଫିସ୍ ବ୍ୟବହାର ବାଧ୍ୟତାମୂଳକ ବୋଲି ୧୪ ଫେବୃଆରୀ ୨୦୨୩ରେ ନିର୍ଦ୍ଦେଶ ହୋଇଥିଲା । ଏହା ସତ୍ତ୍ବେ ଏମସ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ସିଧାସଳଖ ଫାଇଲ ଓ ରସିଦର ବ୍ୟବହାର ଜାରି ରହିଛି । ଏତଦ ବ୍ୟତୀତ ଏନେଇ ଆଦେଶ ଥିବା ସତ୍ତ୍ବେ ଅନେକ ପ୍ରତିଷ୍ଠାନ ଓ ଷ୍ଟୋର ଗୁଡିକ ହାତାହାତି ଫାଇଲର ଆଦାନ ପ୍ରଦାନ ଜାରି ରଖିଛନ୍ତି । ଏହା ସହ କେତେକ ଜରୁରୀ ଫାଇଲ ଯାହାକୁ ଅତି ଗୋପନୀୟ ଭାବେ ସିଲ ବନ୍ଦ ଲିଫାପାରେ ରଖାଯାଇଥାଏ ତାକୁ ମଧ୍ୟ ସିଧାସଳଖ ବଣ୍ଟାଯାଉଛି । ଏହା ଫଳରେ ସମସ୍ତ ଅଫିସ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସୁଥିଲା । ତେଣୁ ଏଥିରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଏ ପ୍ରକାର ପଦକ୍ଷେପ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ..ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି

ସ୍ବଚ୍ଛତା ପାଇଁ ନିଆଯାଇଥିବା ପଦକ୍ଷେପ:

୧. ଏମସ ଦିଲ୍ଲୀରେ କୌଣସି ବି କେନ୍ଦ୍ର, ବିଭାଗ, ମଣ୍ଡଳ, ପ୍ରତିଷ୍ଠାନ ଦ୍ବାରା ଆଭ୍ୟନ୍ତରୀଣ ଯୋଗାଯୋଗ ପାଇଁ କୌଣସି ପ୍ରକାର ଫିଜିକାଲି ଫାଇଲ କିମ୍ବା କାଗଜପତ୍ର ୧ ଏପ୍ରିଲ ୨୦୨୪ ଠାରୁ ମାନ୍ୟ କରାଯିବ ନାହିଁ ।

୨. ୧ ଏପ୍ରିଲ ୨୦୨୪ ଠାରୁ କୌଣସି ବି ଫାଇଲ, ନୋଟ ସିଟ ତୁରନ୍ତ ପ୍ରଭାବ ସହିତ କ୍ରୟ କରାଯିବନାହିଁ ।

୩. ଏମସ ଦିଲ୍ଲୀରେ କୌଣସି ବି କେନ୍ଦ୍ର, ବିଭାଗ, ମଣ୍ଡଳ, ପ୍ରତିଷ୍ଠାନ ମଧ୍ୟରେ ହେବାକୁ ଥିବା ଆଭ୍ୟନ୍ତରୀଣ ଯୋଗାଯୋଗ ପାଇଁ ଇ-ଅଫିସର ବ୍ୟବହାର ବାଧ୍ୟତାମୂଳକ ହେବ ।

୪. ସମସ୍ତ ପ୍ରକାରର ବୈଠକର ବିବରଣୀ, ଲେଟର, ଡ୍ରାଫ୍ଟକୁ ଇ-ଅଫିସରେ ଡ୍ରାଫ୍ଟ ଭଳି ବିକଳ୍ପର ଉପଯୋଗ କରାଯିବ ।

୫. ଯେଉଁ ପ୍ରମୁଖ ଅଧିକାରୀ ମାନଙ୍କ ଏଭଳି ପତ୍ର କିମ୍ବା ବିବରଣୀ ଜାରି କରିବାର ଆବଶ୍ୟକତା ରହିଥିବ ସେମାନଙ୍କ ଇ ଅଫିସ ଆଇଡିକୁ ଡିଜିଟାଲ ହସ୍ତାକ୍ଷର ସହିତ ସଂଯୋଗ କରାଯିବ । ଯାହା ଫଳରେ ଏଥିରେ କୌଣସି ପ୍ରକାର ଟାମ୍ପରିଂ ସମ୍ଭବ ହେବନାହିଁ ।

ପ୍ରକାଶ ଯୋଗ୍ୟ ଯେ ଅନୁସନ୍ଧାନକାରୀ ଅଧିକାରୀଙ୍କ ଦ୍ୱାରା ଶୃଙ୍ଖଳିତ ପ୍ରକ୍ରିୟା ଅଫଲାଇନରେ ଚାଲିବ । ପରବର୍ତ୍ତୀ ବିଚାର ପାଇଁ ଫାଇଲ ଦାଖଲ କରିବାବେଳେ ସେମାନଙ୍କ ରିପୋର୍ଟ ସ୍କାନ ହୋଇ ଇ-ଅଫିସରେ ଅପଲୋଡ୍ ହେବ । ସଂପୂର୍ଣ୍ଣ ଗୋପନୀୟତାକୁ ସୁନିଶ୍ଚିତ କରିବା ପାଇଁ ଭିଜିଲାନ୍ସ ସେଲ୍ ସମସ୍ତ ଫାଇଲ୍ ଏବଂ ରସିଦଗୁଡିକର ଗତି ପାଇଁ ଇ-ଅଫିସ୍ ବ୍ୟବହାର କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.