ETV Bharat / state

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି

author img

By ETV Bharat Odisha Team

Published : Jan 25, 2024, 9:05 PM IST

Drone Health Service: ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଲା ପ୍ରଯୁକ୍ତିବିଦ୍ୟା । ଭୁବନେଶ୍ବର ଏମ୍ସରୁ ରକ୍ତ ନେଇ ଟାଙ୍ଗି ଗଲା ଡ୍ରୋନ । ପ୍ରାକୃତିକ ଦୁର୍ବିପାକ ଏବଂ ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।ଅଧିକ ପଢନ୍ତୁ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି

ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନର । ଏମ୍ସ ଭୁବନେଶ୍ବରରୁ ରକ୍ତ ନେଇ ଟାଙ୍ଗି ଗଲା ଡ୍ରୋନ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ସାହାଯ୍ୟ । ଏମ୍ସ ଭୁବନେଶ୍ବରରୁ ରକ୍ତ ନେଇ ଟାଙ୍ଗି ଗଲା ଡ୍ରୋନ । ଅପହଞ୍ଚ ଇଲାକା, ପ୍ରାକୃତିକ ଦୁର୍ବିପାକ ସମୟରେ ସଠିକ୍‌ ସମୟରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏକକାଳୀନ ଭାବରେ ୨ ରୁ ୫ କେଜି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବହନ କରିବାର କ୍ଷମତା ରହିଛି ।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଡ୍ରୋନ ସ୍ବାସ୍ଥ୍ୟ ସେବା । ମେଡିକାଲ୍‌ ସାଇନ୍ସ୍‌ ସହିତ ପ୍ରଯୁକ୍ତି ବିଦ୍ୟାର ସମ୍ମିଶ୍ରଣରେ ପ୍ରୟୋଗ ପୂର୍ବକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ ନିମନ୍ତେ ଆଜି ସଫଳତାର ସହିତ ରୋଗୀଙ୍କ ପାଖକୁ ରକ୍ତ ପଠାଯାଇଛି । ଭୁବନେଶ୍ବର ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ହୋଇଥିବା ଏହି ଡ୍ରୋନ୍‌ ଉଡ଼ାଣ ଏମ୍ସ ପରିସରରୁ ଆରମ୍ଭ ହୋଇ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇଛି । ମାତ୍ର ୩୫ ମିନିଟ୍‌ ମଧ୍ୟରେ ଏହି ଡ୍ରୋନ୍‌ ୬୦ କିଲୋମିଟର ଅତିକ୍ରମ କରିଛି । ପୁନର୍ବାର ଟାଙ୍ଗିରୁ ଉଡ଼ାଣ ଆରମ୍ଭ କରି ଏମ୍ସକୁ ପ୍ରତ୍ୟାବର୍ତ୍ତନ କରିଛି ।

ତେବେ ମୋଟ ୧୨୦ କିଲୋମିଟରର ସଫଳ ଯାତ୍ରାକୁ ମାତ୍ର ଏକ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ସମାପ୍ତ କରି ସଫଳତା ହାସଲ କରିଛି । ଏହି ଯାତ୍ରା କାଳରେ ଡ୍ରୋନ୍‌ରେ ଯୋଗାଣ ନିମନ୍ତେ ପ୍ରାୟ ୨ କିଲୋଗ୍ରାମ୍‌ ଓଜନର ରକ୍ତ ଏବଂ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ରଖାଯାଇଛି । ଡ୍ରୋନ୍ ମାଧ୍ୟମରେ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ଗ୍ରାମାଞ୍ଚଳ, ଆଦିବାସୀ ଏବଂ ଅର୍ଦ୍ଧ ସହରାଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ବୃଦ୍ଧି କରିବ ।

ତେବେ ଏହି ଡ୍ରୋନ୍ ମାଧ୍ୟମରେ ଟିକା, ଅତ୍ୟାବଶ୍ୟକ ଔଷଧ, ରକ୍ତ ସହିତ ଅନ୍ୟାନ୍ୟ ଏକାଧିକ ପରୀକ୍ଷଣ ସାମଗ୍ରୀ ବହନ କରାଯାଇପାରିବ । ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏମ୍ସ ଭୁବନେଶ୍ବର ଓଡ଼ିଶାବାସୀଙ୍କ ଆବଶ୍ୟକ ସମୟରେ ତ୍ବରିତ ସେବା ଯୋଗାଇଦେବା ନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖୁଥିବାରୁ କଲେ ପ୍ରଶଂସା

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ୍ରୋନ୍ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରିବା ସହିତ ଜରୁରୀକାଳୀନ ଔଷଧ, ରକ୍ତ ନମୁନା, ରକ୍ତ ଆଦିକୁ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ଯୋଗାଣକୁ ସୁନିଶ୍ଚିତ କରିବ । ଆଜି ଅନୁଷ୍ଠିତ ଏହି ଡ୍ରୋନ୍‌ ପ୍ରାୟ ୫କେଜି ପର୍ଯ୍ୟନ୍ତ ସାମଗ୍ରୀ ବହନ କରିବା କ୍ଷମତା ରଖିଛି । ଏଥି ସହିତ ଏହା ପ୍ରାୟ ୧୬୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଅନୁଯାୟୀ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ଉପଲବ୍ଧତାକୁ ସୁଦୃଢ଼ କରିବା ନିମନ୍ତେ ଏହି ପ୍ରୟୋଗ କରାଯାଉଛି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.