ETV Bharat / bharat

ପୋଖରୀରେ ଗାଧୋଉଥିଲେ ନାବାଳକ, ତଣ୍ଟିରେ ଲାଖିଲା ଜିଅନ୍ତା ମାଛ - Live fish stuck in throat

author img

By ETV Bharat Odisha Team

Published : Mar 29, 2024, 8:39 PM IST

Live fish stuck in throat
Live fish stuck in throat

Live fish stuck in throat: ପୋଖରୀରେ ଗାଧୋଉଥିଲେ ସାବଧାନ ! ତଣ୍ଟିରେ ଲାଖିପାରେ ଜିଅନ୍ତା ମାଛ । ଏଭଳି ଏକ ଘଟଣା ଛତିଶଗଡ଼ ବିଳାସପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରାୟପୁର: ପୋଖରୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ତଣ୍ଟିରେ ଆସି ଲାଗିଲା ଜିଅନ୍ତା ମାଛ । ଛତିଶଗଡ଼ ଜାଞ୍ଜଗିର ଚାମ୍ପା ଜିଲ୍ଲାର ଜଣେ 14 ବର୍ଷୀୟ ନାବାଳକ ସହିତ ଗାଧୋଉଥିବା ସମୟରେ ଏଭଳି ବିରଳ ଘଟଣା ଘଟିଛି । ନାବାଳାକର ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ନାବାଳାକର ତଣ୍ଟିରୁ ମାଛଟିକୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜାଞ୍ଜଗିର ଚାମ୍ପା ଜିଲ୍ଲାର ଅକଲତରା ଥାନା ଅଧିନସ୍ଥ କରୁମହୁ ଗାଁର 14 ବର୍ଷୀୟ ନାବାଳକ ସମୀର ଗୋଡ ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ତାର ପାଟିରେ ଏକ ଜିଅନ୍ତା ମାଛ ପଶିଯାଇଥିଲା । ଏହାପରେ ନାବାଳାକ ଜଣକ ଅଣନିଶ୍ବାସୀ ହୋଇପଡ଼ିଥିଲା । ଏହାପରେ ସେ ନିଜସ୍ବ ଉଦ୍ୟମରେ ପାଟିରୁ ମାଛଟିକୁ ବାହାର କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲା । ମାତ୍ର ଅସଫଳ ରହିଥିବା ବେଳେ ତାର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ସ୍ଥିତିକୁ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ସେମାନେ ମଧ୍ୟ ମାଛଟିକୁ ପାଟିରୁ ବାହାର କରିବା ଲାଗି ଉଦ୍ୟମ କରିଥିଲେ ।

ଏହା ବି ପଢନ୍ତୁ- ତଣ୍ଟିରେ ଲାଖିଲା ପେନସିଲ ଗୁଣ୍ଡ, ଅକାଳରେ ଆଖି ବୁଜିଲା ଶିଶୁକନ୍ୟା

ସବୁ ଉଦ୍ୟମ ବିଫଳ ଯିବା ପରେ ତୁରନ୍ତ 112କୁ ଯୋଗାଯୋଗ କରାଯାଇ ଆମ୍ବୁଲାନ୍ସ ଯୋଗେ ନାବାଳାକ ଜଣକୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅକଲତରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ମାଛଟିକୁ ବାହାର କରିବା ଲାଗି ଉଦ୍ୟମ କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ବିଳାସପୁର ସିମ୍ସକୁ ରେଫର କରିଥିଲେ । ଏହାପରେ ନାବାଳାକ ଜଣକୁ ତୁରନ୍ତ ବିଳାସପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମଧ୍ୟ ଏଭଳି ଏକ ବିରଳ ଘଟଣା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ବି ପଢନ୍ତୁ- ଖାଉଥିବା ସମୟରେ ତଣ୍ଟିରେ ଲାଖିଲା ଅଣ୍ଡା, ଚାଲିଗଲା ମହିଳାଙ୍କ ପ୍ରାଣ

ନାବାଳାକ ତଣ୍ଟିରେ ଲାଖିଥିବା ମାଛଟି ଏକ କଣ୍ଟାଯୁକ୍ତ ମାଛ । ବିଳାସପୁର ହସ୍ପିଟାଲରେ ଡାକ୍ତର ପ୍ରଥମେ ମାଛକୁ ବାହାର କରିବାକୁ ଉଦ୍ୟମ କରିଥିଲେ, ମାତ୍ର ମାଛଟି ନ ବାହାରିବାରୁ ଏହାକୁ ଅପରେସନ ଯୋଗ କରାଯିବ ବୋଲି ଡାକ୍ତର କହିଛନ୍ତି । ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୂର୍ବରୁ ମାଛ କଣ୍ଟା ତଣ୍ଟିରେ ଲାଖିବା ସମସ୍ତେ ଶୁଣିଛନ୍ତି, ହେଲେ ଜିଅନ୍ତା ମାଛ ଲାଖିବା ଏକ ବିରଳ ଘଟଣା ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.