ଖାଉଥିବା ସମୟରେ ତଣ୍ଟିରେ ଲାଖିଲା ଅଣ୍ଡା, ଚାଲିଗଲା ମହିଳାଙ୍କ ପ୍ରାଣ

author img

By

Published : Oct 14, 2021, 6:09 PM IST

ଖାଉଥିବା ସମୟରେ ତଣ୍ଟିରେ ଲାଖିଲା ଅଣ୍ଡା, ଚାଲିଗଲା ମହିଳାଙ୍କ ପ୍ରାଣ

ଖାଦ୍ୟ ଖାଇଲାବେଳେ ତଣ୍ଟିରେ ଅଣ୍ଡା ଲାଖିଯିବାରୁ ମହିଳାଙ୍କ ମୃତ୍ୟୁ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ...

ଅମରାବତୀ: ଖାଦ୍ୟ ନେଇଗଲା ମହିଳାଙ୍କ ଜୀବନ । ଅଣ୍ଡା ଖାଉଥିବା ସମୟରେ ତଣ୍ଟିରେ ଲାଗିବାରୁ ପ୍ରାଣ ହରାଇଲେ ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ । ମୃତ ମହିଳା କୁର୍ଣ୍ଣୁଲ ଜିଲ୍ଲା ଟିମମାଜିପେଟା ମଣ୍ଡଳର ନେରାଲାପାଲୀ ଗ୍ରାମର ୫୦ ବର୍ଷୀୟା ନୀଲମା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ନୀଲମା ଗତକାଲି( ବୁଧବାର) ରାତ୍ରୀ ଭୋଜନରେ ଅଣ୍ଡା ଖାଉଥିବା ସମୟରେ ଅଣ୍ଡାଟି ତାଙ୍କ ତଣ୍ଟିରେ ଲାଗି ଯାଇଥିଲା । ଫଳରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ ସମସ୍ୟା ଅନୁଭବ କରି କିଛି ସମୟ ମଧ୍ୟରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.