ETV Bharat / bharat

ଅଧା ରହିଗଲା ଡାକ୍ତର ସ୍ବପ୍ନ, କନ୍ୟାକୁମାରୀରେ ବୁଡି 5 ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ - Medical Students Death

author img

By ETV Bharat Odisha Team

Published : May 6, 2024, 9:35 PM IST

Five Medical Students Drown to Death: କନ୍ୟାକୁମାରୀରରେ ବୁଡ଼ିଗଲେ 5 ମେଡିକାଲ ଛାତ୍ରଛାତ୍ରୀ । ଅଧାରେ ରହିଗଲା ଡାକ୍ତର ହେବାର ସ୍ବପ୍ନ । ଅଧିକ ପଢନ୍ତୁ

Five Medical Students Death in Kanniyakumari
Five Medical Students Death in Kanniyakumari (Photos: ETV Bharat)

ଚେନ୍ନାଇ: ଅଧା ରହିଗଲା ଡାକ୍ତର ହେବା ସ୍ବପ୍ନ । ସାଙ୍ଗମାନଙ୍କ ସହ ଛୁଟି କାଟୁଥିବା ବେଳେ ଅକାଳରେ ଚାଲିଗଲା 5 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଜୀବନ । ଏଭଳି ଅଘଟଣ ତାମିଲନାଡୁ କନ୍ୟାକୁମାରୀର ଲେମୁର ବେଳାଭୂମିରେ ଘଟିଛି । ଏହି 5 ମୃତଙ୍କ ମଧ୍ୟରୁ 2 ଜଣ ଝିଅ ଥିବା ବେଳେ 3 ଜଣ ପୁଅ ଥିଲେ । ପହଁରିବା ସମୟରେ ଏକ ବଡ଼ ଲହରୀ ସେମାନଙ୍କୁ ସମୁଦ୍ର ଗଭୀରକୁ ଟାଣି ନେଇଥିଲା । ଏହି ମୃତ ତିରୁଚିରାପାଲ୍ଲୀ କଲେଜର ମେଡିକାଲ ଛାତ୍ର ଥିଲେ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ମୃତଦେହ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ମୃତକଙ୍କ ପରିଚୟ ଯଥାକ୍ରମେ ଡିଣ୍ଡୁଗୁଲ ଜିଲ୍ଲାର ପ୍ରବୀଣ ଶାମ (24), ନେୟବେଲି ଜିଲ୍ଲାର ଗାୟତ୍ରୀ (25), ଥାଞ୍ଜାଭୁରର ଚାରୁକାଭି (23), ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ (24) ଓ କନ୍ୟାକୁମାରୀର ଶର୍ଭା ଦର୍ଶିତ (23) ଥିଲେ । ସେପଟେ ଥେନିର ପ୍ରୀତି ପ୍ରିୟଙ୍କା (23), କରୁରର ନେସି (24) ଓ ମଦୁରାଇର ସରାନ୍ୟା (24) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜାକାମଙ୍ଗଲାମ ପୋଲିସ ତଦନ୍ତ କରୁଛି ।

ଏହା ବି ପଢନ୍ତୁ- ସାଙ୍ଗ ଆଖି ସାମ୍ନାରେ ଡ୍ୟାମରେ ବୁଡିଗଲେ 2 ସାଙ୍ଗ, ମିଳିଲା ମୃତଦେହ

ପୋଲିସର କହିବାନୁସାରେ, ଗଣପତିପୁରମ ଅଧିବାସୀ ମୁଥୁକୁମାର (24) ତ୍ରିଚିଠାରେ ଏକ ଘରୋଇ ମେଡିକାଲ ହସ୍ପିଟାଲରେ ଟ୍ରେନି ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ସେ ରବିବାର ତାଙ୍କର ଜଣେ ସମ୍ପର୍କୀୟଙ୍କ ବିବାହ ଲାଗି କନ୍ୟାକୁମାରୀ ଆସିଥିଲେ । ମୁଥୁକୁମାରଙ୍କ ସହିତ ତାଙ୍କର 12 ଜଣ ସାଙ୍ଗ ଆସିଥିଲେ । ବିବାହ ଉତ୍ସବରେ ଯୋଗଦେବା ପରେ ସେମାନେ କନ୍ୟାକୁମାରୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ବୁଲିବା ଅଭିମୁଖେ ବାହାରିଥିଲେ । ଲେମୁର ବେଳାଭୂମିରେ 10ଜଣ ସମୁଦ୍ର ଭିତରକୁ ଗାଧୋଇବା ଲାଗି ପଶିଥିଲେ । ଏହି ସମୟରେ ଏକ ବଡ ଲହରୀ ସେମାନଙ୍କୁ ଭିତରକୁ ଟାଣି ନେଇଥିଲା ।

ଏହି ଅଘଟଣରେ 3 ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ 3 ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ସମୁଦ୍ର ମଧ୍ୟରୁ ଆଉ 3ଟି ମୃତଦେହ ମିଳିଛି । ଥେଙ୍ଗାପଟନମରେ ନିଖୋଜ ଥିବା 7ବର୍ଷର କୁନି ଝିଅ ଅଦିଶାର ମୃତଦେହ ମିଳିଛି । ସେହିପରି କୋଟିମୁନା ଠାରେ ସମୁଦ୍ରରେ ଭାସି ଯାଇଥିବା 2ଜଣ ବ୍ୟକ୍ତି ମନୋଜ କୁମାର ଓ ବିଶୁସଙ୍କ ମଧ୍ୟ ମୃତଦେହ ମିଳିଛି । ଏମାନଙ୍କୁ ମିଶାଇଲେ ଗତ 2 ଦିନ ମଧ୍ୟରେ କନ୍ୟାକୁମାରୀରେ ମୋଟ 8 ଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.