ETV Bharat / state

ସାଙ୍ଗ ଆଖି ସାମ୍ନାରେ ଡ୍ୟାମରେ ବୁଡିଗଲେ 2 ସାଙ୍ଗ, ମିଳିଲା ମୃତଦେହ - 2 friend Drown To death

author img

By ETV Bharat Odisha Team

Published : May 4, 2024, 10:22 PM IST

Body Found in Tarkera Dam: ଡ୍ୟାମରେ ଗାଧୋଇବାକୁ ଯାଇ ଗଭୀର ଜଳରେ ବୁଡ଼ି ଦୁଇ ଯୁବକ ମୃତ । ମୃତକଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଆହତ । ଅଧିକ ପଢ଼ନ୍ତୁ,

Body Found in Tarkera Dam
Body Found in Tarkera Dam (Etv Bharat Odisha)

Body Found in Tarkera Dam (Etv Bharat Odisha)

ରାଉରକେଲା: ରାଉରକେଲାରେ ଘଟିଗଲା ଅଘଟଣ । ତରକେରା ଡ୍ୟାମରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କର ମୃତଦେହ । ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ତିନିଟା ବେଳକୁ ତିନି ଜଣ ସାଙ୍ଗ ତରକେରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ଆଉ ଜଣେ ଯୁବକ ଭିଡ଼ିଓ କରିବା ପାଇଁ ବାହାରକୁ ଆସିଥିଲେ । ହେଲେ ପାଣି ଭିତରେ ଥିବା ଦୁଇ ଜଣ ସାଙ୍ଗ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲେ । ତେବେ ବାହାରେ ଥିବା ସାଙ୍ଗ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ସେ ଦୁହିଁଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ ।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଅପରାହ୍ନ ପାଖାପାଖି 3.30 ବେଳକୁ ତାଙ୍କୁ ଖବର ମିଳିଥିଲା । ସେମାନେ ସେଠାରେ ପହଞ୍ଚିବା ବେଳକୁ ଦୁଇ ଜଣ ଡ୍ୟାମ ଭିତରେ ବୁଡ଼ି ପାଣିରେ ଥିଲେ । ଅଗ୍ନିଶମ ବିଭାଗ ବହୁତ ସମୟ ଖୋଜା ଖୋଜି ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ଆଉ କିଛି ସମୟ ପରେ ଆଉ ଜଣଙ୍କ ମୃତଦେହ ଗଭୀର ଜଳରୁ ମିଳିଥିଲା । ମୃତ ଯୁବକ ଦୁଇଜଣ ରାଉରକେଲାର ଛେଣ୍ଡ କଲୋନୀର 20 ବର୍ଷୀୟ ଜରିବ ଖାନ ଏବଂ ଡେଲି ମାର୍କେଟ ଲାଲ ବିଲ୍ଡିଂର 20 ବର୍ଷୀୟ ରାଜ କୁମାର ମହତୋ ବୋଲି ଜଣାପଡ଼ିଛି।

ତେବେ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ସେଠାରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଘଟଣାସ୍ଥଳରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ଉପସ୍ଥିତ ଥାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ - Cuttack Man Body Found

ଆଜି ରାଉରକେଲାର ତରକେରା ଡ୍ୟାମରେ ଅପରାହ୍ନ ପ୍ରାୟ ତିନିଟା ବେଳକୁ ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇଥଲେ । ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ଆଉ ଜଣେ ଯୁବକ ଭିଡ଼ିଓ କରିବା ପାଇଁ ବାହାରକୁ ଆସିଥିଲେ । ସେହି ସମୟରେ ବାହାରେ ଥିବା ସାଙ୍ଗ ଦେଖିବାକୁ ପାଇଲେ ଯେ ତାଙ୍କର ସାଙ୍ଗ ଦୁହେଁ ଗଭୀର ପାଣିକୁ ଚାଲିଯାଇଛନ୍ତି ଏବଂ ସେଠାରୁ ବାହାରକୁ ଆଉ ଆସି ପାରୁ ନାହାନ୍ତି । ସେ ସେହି ଦୃଶ୍ୟ ଦେଖି ତାଙ୍କ ସାଙ୍ଗକୁ ବଞ୍ଚାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ସେ ଆହତ ହେବା ସହିତ ବିଫଳ ମଧ୍ୟ ହୋଇଥିଲେ। ପରେ ସେ ଦୁହିଁଙ୍କୁ ଉଦ୍ଧାର କରି ନପାରି ସେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫାୟାର ଏବଂ ଓଡ୍ରାଫ ଟିମ୍ ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ । ଆହତ ହୋଇଥିବା ଯୁବକଙ୍କର ଚିକିତ୍ସା ଚାଲିଥିବା ଜଣା ପଡ଼ିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.