ETV Bharat / politics

ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି ଅପରାଜିତା: ଅଖିଳ ପଟ୍ଟନାୟକ - BJD Leader Criticized Aparajita

author img

By ETV Bharat Odisha Team

Published : May 24, 2024, 11:20 AM IST

Updated : May 24, 2024, 2:14 PM IST

BJD Leader Akhil Criticized MP Aparajita: ବିଭିନ୍ନ ପ୍ରସଙ୍ଗକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡିର ଯୁବନେତା ଅଖିଳ ପଟ୍ଟନାୟକ । କହିଲେ, କେବଳ ଚାଲିକି ଯାଇ ଫୋଟ ଉଠାଇବା ସାଂସଦ ହେଉଛନ୍ତି ଅପରାଜିତା । ସେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି । ଅଧିକ ପଢନ୍ତୁ

ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି ଅପରାଜିତା: ଅଖିଳ ପଟ୍ଟନାୟକ
ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି ଅପରାଜିତା: ଅଖିଳ ପଟ୍ଟନାୟକ (ETV Bharat Odisha)

ଭୁବନେଶ୍ବର: ସାଂସଦ ଅପରାଜିତାଙ୍କ ଉପରେ ଭୀଷଣ ବର୍ଷିଲେ ନିକଟରେ ବିଜେପି ଛାଡି ବିଜେଡିରେ ମିଶିଥିବା ଯୁବନେତା ଅଖିଳ ପଟ୍ଟନାୟକ । ସାଂସଦ ୫ ବର୍ଷରେ ୫୦ଟି କାମ କରିଥିବା କହି ମିଛ ରିପୋର୍ଟ କାର୍ଡ ତିଆରି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଖିଳ କହିଛନ୍ତି, ''ଭୁବନେଶ୍ବର ସାଂସଦ ନିଜର ଅହଙ୍କାର ଓ ପ୍ରତିପତ୍ତିକୁ ନେଇ ଅନ୍ଧ । ସେ ବସ୍ତି ବାସିନ୍ଦା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି । ସେ ଜଣେ ରାଜନେତା ବା ଜନନେତା ନୁହଁନ୍ତି ବରଂ ସୋସିଆଲ ମିଡିଆ ଇନଫ୍ଲୁଏନସର, ଯିଏ କେବଳ ଫଟୋରେ କାମ କରନ୍ତି ବାସ୍ତବରେ ନୁହେଁ । କେବଳ ଚାଲିକି ଯାଇ ଫୋଟ ଉଠାଇବା ସାଂସଦ ହେଉଛନ୍ତି ଅପରାଜିତା ।''

ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଘୃଣା କରନ୍ତି ଅପରାଜିତା: ଅଖିଳ ପଟ୍ଟନାୟକ (ETV Bharat Odisha)

ଆହୁରି ମଧ୍ୟ କହିଛନ୍ତି ଯେ, ସାଂସଦ ଅପରାଜିତ ଷଡଙ୍ଗୀ ରାସନକାର୍ଡ ହେଉ ଅବା ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତା, ସେ କାହାରି ପାଇଁ କିଛି କରିନାହାନ୍ତି । ସେ କେବେବି ବସ୍ତିକୁ ଯାଆନ୍ତି ନାହିଁ । ସେ ବିଜେଡି ସରକାରରେ ମୁକ୍ତ ଆକାଶର ବିହଙ୍ଗ ହୋଇ କାମ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ଯେଉଁଥିପାଇଁ ତାଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ରାଜନୀତିକୁ ଆସିବାର ସୁଯୋଗ ଦେଲେ । ହେଲେ ସେ ତାଙ୍କ ସହ ବେଇମାନି କଲେ ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଅଶୋଭନୀୟ: ପ୍ରଣବ - Pranab Prakash Targets BJP

ସେହିପରି ବିଜେପିରେ ମହିଳା ସେଲ୍ ଓ ଯୁବମୋର୍ଚ୍ଚା ସଂଗଠନ ଥିଲେ ମଧ୍ୟ ମହିଳା ସଶକ୍ତିକରଣ ନାଁରେ 'ଅଜିତା' ଓ ଯୁବକଙ୍କ ପାଇଁ 'Youth For Action' ନାମକ ଦୁଇଟା ସଂଗଠନ କରିଥିଲେ । ଅଜିତା ସଂସ୍ଥା ସମେତ ୫ଟି ସଂସ୍ଥା କରି ଲକ୍ଷାଧିକ ଟଙ୍କା ଋଣ ଲୁଟିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଲାଗି ଏମ୍ସରେ ଓଡ଼ିଶା ଲୋକଙ୍କୁ ଚିକିତ୍ସା ପାଇଁ ସିଟ୍ ମିଳୁନି । ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରୁ ଲୋକଙ୍କୁ ସାହାଯ୍ୟ ପାଇଁ ଟଙ୍କା ଆଣିଲେ ହେଲେ କୋରୋନା ସମୟରେ କାହାରିକୁ ସାହାଯ୍ୟ କଲେନି । ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଓଡ଼ିଆ ପିଲାଙ୍କୁ କାମ ଦେବା ବଦଳରେ ବିହାରୀ ଠିକାଦାରଙ୍କୁ କାମ ଦେଉଥିଲେ । ବିଦ୍ୟୁତ ଓ ଜଳ ଯୋଗାଣରେ ବି ସେ ଫେଲ ମାରିଛନ୍ତି ବୋଲି କହିଛନ୍ତି ବିଜେଡି ଯୁବନେତା ।

ଅଖିଳ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସାଂସଦ ଅପରାଜିତ ଜାତୀୟ ରାଜପଥ କାମ କଲେନାହିଁ କେବଳ ଅଣ୍ଡର ପାସରେ ଫଳକ ଲଗାଇ ସାଂସଦ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଲେ । ୫ ବର୍ଷରେ ୫୦ଟି କାମ କରିଥିବା କହି ମିଛ ରିପୋର୍ଟ କାର୍ଡ ତିଆରି କରିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାଲି ହେଲା, ତାଙ୍କ ରିପୋର୍ଟ କାର୍ଡରେ ଲେଖା ହେଉଛି । ହଂସପାଳ ଓଭରବ୍ରିଜ ଯେଉଁଠି ହଜାର ହଜାର ଲୋକଙ୍କ ଜୀବନ ଯାଉଛି ସେ କାମ ବି ସାଂସଦଙ୍କ ଭୁଲ ପାଇଁ ଅଧାପଡିଛି । ଏମତିକି କେନ୍ଦ୍ରୀୟ ସ୍କୁଲରେ ନିଜର ପରିଚିତ ଓ ବଡ ବଡ ଅଧିକାରୀଙ୍କ ଠାରୁ ଟଙ୍କା ନେଇ ତାଙ୍କ ପାଇଁ ସଂରକ୍ଷଣର ଦୁଇ ପ୍ରତିଶତ ଅଧିକ ସିଟରେ ଆଡ଼ମିସନ କରାଉଛନ୍ତି । ହେଲେ ବିପିଏଲ କାର୍ଡଧାରୀ ଯୋଗ୍ୟ ପିଲାଙ୍କୁ ସେ ଦେଉନାହାନ୍ତି । ଏଭଳି ନାନା ସାଂଘାତିକ ଅଭିଯୋଗ କରି ଅଖିଳ ଅପରାଜିତାଙ୍କୁ ମିଛେଇ ବୋଲି ଆକ୍ଷେପ କରିବା ସହ ତାଙ୍କର ରିପୋର୍ଟ କାର୍ଡ଼ କାର୍ଯ୍ୟର ଅଡିଟ କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 24, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.