ETV Bharat / entertainment

ବେଙ୍ଗାଲୁରୁ ରେଭ ପାର୍ଟି; ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣ ନେଇଥିଲେ ଡ୍ରଗ୍ସ, ବ୍ଲଡ୍ ସାମ୍ପୁଲରେ ଖୁଲାସା - Bengaluru Rave Party

author img

By ETV Bharat Odisha Team

Published : May 24, 2024, 10:24 AM IST

Bengaluru Rave Party: ବେଙ୍ଗାଲୁରୁରେ ଆୟୋଜିତ ରେଭ ପାର୍ଟିରେ କର୍ଣ୍ଣାଟକ ପୋଲିସର ରେଡ୍ । ଡ୍ରଗ୍ସ ବ୍ୟବହାର ନେଇ ରେଡ କରିଥିବା ବେଳେ ତେଲୁଗୁ ତାରକାଙ୍କ ସମେତ ଅଧିକାଂଶ ଲୋକ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି । ଅଧିକ ପଢନ୍ତୁ,

ବେଙ୍ଗାଲୁରୁ ରେଭ ପାର୍ଟି; ତେଲୁଗୁ ଅଭିନେତ୍ରୀ ସମେତ ୮୬ ଲୋକ ନେଇଥିଲେ ଡ୍ରଗ୍ସ, ବ୍ଲଡ ସାମ୍ପୁଲରେ ଖୁଲାସା
ବେଙ୍ଗାଲୁରୁ ରେଭ ପାର୍ଟି; ତେଲୁଗୁ ଅଭିନେତ୍ରୀ ସମେତ ୮୬ ଲୋକ ନେଇଥିଲେ ଡ୍ରଗ୍ସ, ବ୍ଲଡ ସାମ୍ପୁଲରେ ଖୁଲାସା (ETV Bharat)

ହାଇଦ୍ରାବାଦ: ସୋମବାର (ମେ ୨୦) ରାତିରେ ବେଙ୍ଗାଲୁରୁ ସହର ବାହାରେ ଥିବା ଏକ ଫାର୍ମ ହାଉସରେ ଘଟିଥିବା ରେଭ ପାର୍ଟିରେ କର୍ଣ୍ଣାଟକ ପୋଲିସର ରେଡ୍ କରିଥିଲା । ଏହି ପାର୍ଠିରେ ସାମିଲ ହୋଇଥିବା ୧୦୩ ଜଣ ଲୋକଙ୍କ ନାଁ ପୋଲିସ ମାମଲା ଦାୟର କରିଥିଲା । ବର୍ତ୍ତମାନ ମାମଲାରେ କର୍ଣ୍ଣାଟକ ପୋଲିସ ଏକ ବଡ଼ ଖୁଲାସା କରିଛି । ପୋଲିସ କହିଛି ଯେ ୧୦୩ ଜଣଙ୍କ ମଧ୍ୟରୁ ଦୁଇ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣ ଡ୍ରଗ୍ସ ନେଇଥିବା ନିଶ୍ଚିତ ହୋଇଛି । ପୋଲିସ କହିଛି ଯେ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କ ରକ୍ତ ନମୁନାରେ ସ୍ପଷ୍ଟ ହୋଇଛି ଯେ ସେମାନେ ଡ୍ରଗ୍ସ ନେଇଛନ୍ତି ।

ସୂଚନା ଅନୁସାରେ, ୨୦ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ଏହି ରେଭ ପାର୍ଟିରେ ଯୋଗ ଦେଇଥିବା ଅଧିକାଂଶ ଲୋକ ଡ୍ରଗ୍ସ ନେଇଥିବା ଅଭିଯୋଗ ହୋଇତିଲା । ଯାହା ପରେ ପୋଲିସ ରେଡ କରିବା ସହ ବେଙ୍ଗାଲୁରୁ ପୋଲିସ ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ବର୍ତ୍ତମାନ ନାର୍କୋଟିକ୍ସ ଦଳ ଦାବି କରିଛି ଯେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣଙ୍କ ରକ୍ତ ନମୁନାରେ ଡ୍ରଗ୍ସ ନେଇଥିବା ସ୍ପଷ୍ଟ କରିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ୧୦୩ ଜଣଙ୍କ ମଧ୍ୟରୁ ୮୬ ଜଣଙ୍କ ରକ୍ତ ପରୀକ୍ଷା ନିଶା ସେବନ କରିଥିବା ଜଣାପଡିଛି । ୭୩ ଜଣଙ୍କ ମଧ୍ୟରୁ ୫୯ ଜଣ ପୁରୁଷ ଥିବା ବେଳେ ୨୭ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ତେଲୁଗୁ ଅଭିନେତ୍ରୀ ମଧ୍ୟ ରହିଛନ୍ତି ।

ପାର୍ଟିରେ ଏମଡିଏମଏ, କୋକେନ ଏବଂ ଅନ୍ୟାନ୍ୟ ଡ୍ରଗ୍ସ ବ୍ୟବହାର କରାଯାଇଥିବା ପୋଲିସ କହିଛି । ପୋଲିସ ଆହୁରି ସୂଚନା ଦେଇଛି ଯେ ଏହି ରେଭ୍ ପାର୍ଟିର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି, କିନ୍ତୁ କିଏ ଏହି ଭିଡିଓ ତିଆରି କରିଛି ତାହା ଜଣାପଡିନାହିଁ। ପୋଲିସ କହିଛି ଯେ ରେଭ ପାର୍ଟିରେ ସେକ୍ସ ରାକେଟ ମଧ୍ୟ ଚାଲିଥିବା ପୋଲିସ ସନ୍ଦେହ କରୁଛି । ସେପଟେ ପୋଲିସ ବର୍ତ୍ତମାନ ଏହି ଲୋକଙ୍କୁ ନୋଟିସ ଜାରି କରି ପଚରାଉଚରା କରିପାରେ ବୋଲି ଜଣାପଡିଛି । ସିଟି ସେଣ୍ଟ୍ରାଲ କ୍ରାଇମ ଶାଖା (ସିସିବି) ର ନାର୍କୋଟିକ୍ସ ୱିଙ୍ଗକୁ ଏହି ମାମଲା ହସ୍ତାନ୍ତର କରାଯାଇଥିବା ବେଳେ ସିସିବି ପୋଲିସର ଏକ ସ୍ୱତନ୍ତ୍ର ୱିଙ୍ଗ ମାମଲାର ତଦନ୍ତ କରିବ । ତେବେ ତଦନ୍ତ ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅନ୍ୟପଟେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ଥିବା ଦୁଇ ଅଭିନେତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ଜଣେ ଅଭିନେତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ପାର୍ଟିରେ ଯୋଗ ଦେଇନଥିଲେ ବୋଲି କହିଛନ୍ତି । ସେ ସେତେବେଳେ ହାଇଦ୍ରାବାଦରେ ଥିବା କହିଛନ୍ତି । କିନ୍ତୁ ବେଙ୍ଗାଲୁରୁ ପୋଲିସ କମିଶନର ବି ଦିନାନନ୍ଦ ସେ ପ୍ରକୃତରେ ରେଭ ପାର୍ଟୀରେ ଉପସ୍ଥିତ ଥିବା ନିଶ୍ଚିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଜଣେ ଅଭିନେତ୍ରୀ କହିଛନ୍ତି ଯେ ସେ ପାର୍ଟିରେ ୟୋଗ ଦେଇଥିଲେ ହେଁ ଡ୍ରଗ୍ସ ବ୍ୟବହାର ବିଷୟରେ ଅବଗତ ନାହାନ୍ତି ଏବଂ ଜନସାଧାରଣଙ୍କ ସମର୍ଥନ ପାଇଁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହିନ୍ଦୁତ୍ବ ଉପରେ ବିବାଦୀୟ ଟ୍ବିଟ କରି କନ୍ନଡ ଅଭିନେତା ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.