ETV Bharat / snippets

ହସ୍ପିଟାଲରେ ମିଳିଲାନି ଆଡମିଶନ, ଅଟୋରେ ପ୍ରସବ କଲେ ମହିଳା- Woman Gives Birth in Rickshaw

author img

By ETV Bharat Odisha Team

Published : May 24, 2024, 10:25 AM IST

Updated : May 24, 2024, 11:17 AM IST

Woman Gives Birth in Rickshaw
Woman Gives Birth in Rickshaw (ETV Bharat Odisha)

ଭୋପାଳ: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ହସ୍ପିଟାଲରେ ପ୍ରସୂତି ମହିଳାଙ୍କୁ ପୁରାଇ ଦେଲେନି କର୍ମଚାରୀ । ଅଟୋରିକ୍ସାରେ ପ୍ରସବ କଲେ ମହିଳା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ନେମୁଚ ଜିଲ୍ଲାରେ । ଅଟୋରେ ପ୍ରସବ ପରେ ମହିଳା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଜିଲ୍ଲା କଲେକ୍ଟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆନାସ୍ଥେସିଓଲୋଜିଷ୍ଟ୍ ଛୁଟିରେ ଥିବାରୁ ମହିଳାଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବାକୁ ମନାକରାଯାଇଥିଲା ବୋଲି ପ୍ରସୂତି ବିଭାଗର ଡାକ୍ତର କହିଛନ୍ତି । ମହିଳାଙ୍କ ଘର ରାଜସ୍ଥାନରେ । ତାଙ୍କ ସ୍ବାମୀ ଦୀନେଶ ସିଲାଭତ ନେମୁଚର ମାଲକେଡାରେ କମ୍ବଳ ବିକ୍ରି କରି ଜୀବନ ନିର୍ବାହ କରୁଛନ୍ତି । ପତ୍ନୀ ରଜନୀଙ୍କ ବୁଧବାର ରାତିରେ ପ୍ରସବ ବେଦନା ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କୁ ରିକ୍ସା ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରଖାନା କର୍ମଚାରୀ ରଜନୀଙ୍କୁ ରାଜସ୍ଥାନର ଉଦୟପୁରକୁ ନେବାକୁ କହିଥିଲେ ।

Last Updated : May 24, 2024, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.