ETV Bharat / bharat

ଯାତ୍ରୀବାହୀ ବଗିକୁ ଛାଡି ଇଞ୍ଜିନ ଛୁ, ଅଳ୍ପକେ ବର୍ତ୍ତିଲା ୨୫୦୦ ଯାତ୍ରୀଙ୍କ ଜୀବନ - Engine Detached From Running Train

author img

By ETV Bharat Odisha Team

Published : May 5, 2024, 5:31 PM IST

Engine Detached From Running Train: ଆଜି ପଞ୍ଜାବର ଖନ୍ନା ଠାରେ ବଗିକୁ ଛାଡି ୩ କିମି ଆଗକୁ ଚାଲିଗଲା ଇଞ୍ଜିନ । ପାଟନା ଠାରୁ ଜାମ୍ମୁ ତାୱି ଯାଉଥିବା ଅର୍ଚ୍ଚନା ଏକ୍ସପ୍ରେସ ସହ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

Engine Detached From Running Train In Khanna
Engine Detached From Running Train In Khanna (Etv Bharat)

Engine Detached From Running Train In Khanna (ETV BHARAT ODISHA)

ଚଣ୍ଡିଗଡ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ । ଟ୍ରାକ୍ ମଝିରେ ବଗିକୁ ଛାଡି ଚାଲିଗଲା ଇଞ୍ଜିନ । ପାଟନା ଠାରୁ ଜାମ୍ମୁ ତାୱି ଯାଉଥିବା ଅର୍ଚ୍ଚନା ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଇଞ୍ଜିନ ସହ ବଗିର ଲିଙ୍କ ଭଲ ଭାବରେ ସଂଯୋଗ ହୋଇନଥିବାରୁ ଏଭଳି ଅଘଟଣ ଘଟିଛି । ପଞ୍ଜାବର ଖନ୍ନା ଠାରେ ଆଜି ଇଞ୍ଜିନଟି ବଗିକୁ ଛାଡି ପ୍ରାୟ ୩ କିଲୋମିଟର ଆଗକୁ ଚାଲିଯାଇଥିଲା । ରେଳ ବିଭାଗର କିମ୍ୟାନ ଟ୍ରାକରେ କାମ କରିଥିବା ସମୟରେ ଦେଖିବା ସହ ଏସମ୍ପର୍କରେ ଡ୍ରାଇଭରଙ୍କୁ ଜଣାଇଥିଲେ । ସୌଭାଗ୍ୟ ବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

କୋଚ ଆଟେଣ୍ଡାଣ୍ଟ କହିଛନ୍ତି ଯେ, ଟ୍ରେନ ନମ୍ବର ୧୨୩୫୫/୫୬ ଅର୍ଚ୍ଚନା ଏକ୍ସପ୍ରେସର ଇଞ୍ଜିନ ସିରହିନ୍ଦ ଜଙ୍କସନରେ ପରିବର୍ତ୍ତନ କରାଯାଇଥିଲା । କାର୍ଯ୍ୟରତ କର୍ମଚାରୀ ଠିକ୍ ଭାବେ ସଂଯୋଗ କରି ନଥିବାରୁ ଇଞ୍ଜିନଟି ଆଗକୁ ଚାଲିଯାଇଥିଲା । ଇଞ୍ଜିନଟି ଖନ୍ନା ଠାରେ ଅଲଗା ହୋଇଯାଇଥିଲା । ଟ୍ରେନରେ ପ୍ରାୟ ୨୫୦୦ ଯାତ୍ରୀ ଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଯାଇ ପାରିଥିଲା । ରେଲୱେ ଗାର୍ଡ ଇଞ୍ଜିନ ଅଲଗା ହେବା ସୂଚନା ୱେୟାରଲେସରେ ଜଣାଇଥିଲେ । ସେହିପରି ଟ୍ରାକରେ କାମ କରୁଥିବା କିମ୍ୟାନ ଏ ବିଷୟରେ ଡ୍ରାଇଭରକୁ ଜଣାଇବା ପରେ ଡ୍ରାଇଭର ଅଟକିଥିଲେ । ଡ୍ରାଇଭର ଇଞ୍ଜିନକୁ ପଛକୁ ନେବା ପରେ ବଗି ଗୁଡିକ ସହିତ ସଂଯୋଗ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ଟ୍ରେନରେ ବଡ଼ ଅଘଟଣ, ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବାରୁ ଚାଲିଗଲା RPF ଯବାନଙ୍କ ଜୀବନ - RPF Jawan Died In Train Blast

ଅମ୍ବାଲା ଡିଭିଜନର ଡିସିଏମ କୋଚିଂ ନବୀନ କୁମାର କହିଛନ୍ତି ଯେ, ଏ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ସିରହିନ୍ଦ ଜଙ୍କସନରେ ଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି । ଯଦି କେହି ଇଞ୍ଜିନ ସହିତ ବଗିକୁ ସଂଯୋଗ କରୁଥିବା ହୁକରେ ଟାମ୍ପରିଙ୍ଗ କରିଥିବ କିମ୍ବା ରେଳ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ବା ତ୍ରୁଟି ଯାଞ୍ଚରେ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ରେଳ ଇଞ୍ଜିନଟିକୁ ଅମ୍ରିତସର ଠାରେ ଯାଞ୍ଚ କରାଯାଉଛି ।

ଘଟଣାର ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ ବହୁ ବର୍ଷ ପୂର୍ବେ ନିକଟସ୍ଥ କୌରୀ ଗାଁରେ ଏକ ରେଳ ଦୁର୍ଘଟଣା ହୋଇଥିଲା । ଆଜିର ଘଟଣା ସେ ପୁରୁଣା କ୍ଷତକୁ ସତେଜ କରିଦେଇଛି । ଏହି ଘଟଣାରେ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ । ଟ୍ରେନ ଯାତ୍ରୀ ମାନେ କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ଦୁର୍ଘଟଣାରୁ ରକ୍ଷା ପାଇଛୁ । ଯଦି ରେଳ ବିଭାଗ ପକ୍ଷରୁ ଭୁଲ ହୋଇଛି ତାହେଲେ ଆମେ କଣ କରିପାରିବା କିନ୍ତୁ ଆମେ ବଞ୍ଚିଯାଇଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.