ETV Bharat / bharat

ନିର୍ବାଚନ ପୂର୍ବରୁ ଅଧିକାରୀଙ୍କୁ ECIଙ୍କ ଛାଟ, ବଦଳିଲେ 5 ରାଜ୍ୟର 8 ମାଜିଷ୍ଟ୍ରେଟ ଓ 12 ଏସପି - ECI transfers officers

author img

By ETV Bharat Odisha Team

Published : Apr 2, 2024, 8:07 PM IST

ECI transfers 8 DM and 12 SP in five states: ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ୟରେ ଏକାଧିକ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ECIଙ୍କ ଛାଟ । 5 ରାଜ୍ୟର 8 ମାଜିଷ୍ଟ୍ରେଟ ଓ 12 ଏସପିଙ୍କୁ କଲେ ପରିବର୍ତ୍ତନ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଅଧିକାରୀଙ୍କୁ ECIଙ୍କ ଛାଟ, ବଦଳିଲେ 5 ରାଜ୍ୟର 5 ମାଜିଷ୍ଟ୍ରେଟ ଓ 12 ଏସପି
ନିର୍ବାଚନ ପୂର୍ବରୁ ଅଧିକାରୀଙ୍କୁ ECIଙ୍କ ଛାଟ, ବଦଳିଲେ 5 ରାଜ୍ୟର 5 ମାଜିଷ୍ଟ୍ରେଟ ଓ 12 ଏସପି

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏକାଧିକ ରାଜ୍ୟରେ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଦାୟିତ୍ବରେ ଅନିୟମିତତା ଓ ରାଜନୈତିକ ପକ୍ଷପାତିତା ଅଭିଯୋଗରେ ଆସାମ ବିହାର, ଝାଡଖଣ୍ଡ, ଓଡିଶା ଓ ଆନ୍ଧ୍ର ପ୍ରଦେଶରେ 8 ଜିଲ୍ଲାଧିକାରୀ ବା ଜିଲ୍ଲା ମାଜିଷ୍ଟ୍ରେଟ ଓ 12ଜଣ ପୋଲିସ ଅଧୀକ୍ଷକ (SP)ଙ୍କୁ ବଦଳି କରାଯାଇଛି । ତୁରନ୍ତ ଏହି ଅଧିକାରୀମାନଙ୍କୁ ଦାୟିତ୍ବରୁ ଅପସାରଣ କରିବା ପାଇଁ ନିର୍ବାଚନ ଆୟୋଗ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଆସାମର ଉଦଲାଗିରି ଜିଲ୍ଲାର ଜିଲ୍ଲାଧିକାରୀ, ବିହାରର ଦୁଇଟି ଜିଲ୍ଲା ଭୋଜପୁର ଓ ନଓ୍ବାଦାର ଉଭୟ ଜିଲ୍ଲାପାଳ ଓ ଏସପିଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ମିଳିଛି । ସେହିପରି ଝାଡଖଣ୍ଡରେ ଦେଉଘର ଏସପିଙ୍କୁ ହଟାଯାଇଥିବା ବେଳେ ରାଜ୍ୟରେ ଖାଲି ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ପଦବୀରେ ତୁରନ୍ତ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମିଳିଛି । ସେହିପରି ଆନ୍ଧ୍ର ପ୍ରଦେଶରେ 3 ଜିଲ୍ଲାପାଳ, ଜଣେ ଆଇଜି ଓ 5 ଏସପିଙ୍କୁ ବଦଳି କରାଯାଇଛି । ଓଡିଶାରେ 2 ଜିଲ୍ଲାପାଳ ଓ ଜଣେ ଆଇଜି ଓ 5ଏସପିଙ୍କୁ ମଧ୍ୟ ଦାୟିତ୍ବରୁ ହଟାଯାଇଛି । କଟକ ଜିଲ୍ଲପାଳ ବିନୀତ ଭରଦ୍ବାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜି ଓ ଅନୁଗୁଳ, ବ୍ରହ୍ମପୁର, ଖୋର୍ଦ୍ଧା, ରାଉରକେଲା ଓ ସୁନ୍ଦରଗଡ଼ର ଏସପିଙ୍କୁ ମଧ୍ୟ ତୁରନ୍ତ ଦାୟିତ୍ବରୁ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ସମ୍ପୃକ୍ତ ରାଜ୍ୟ ସରକାରମାନେ ଆଜି ସଂଧ୍ୟା ସୁଦ୍ଧା ଆୟୋଗଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ଓଡ଼ିଶାର ୨ ଏସପି ଜଣେ ଜିଲ୍ଲାପାଳ

ପୂର୍ବରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କ କ୍ଷେତ୍ରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସ୍ଥାନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର କୁହାଯାଉଥିବା ତତ୍କାଳୀନ ଡିଜି ରାଜୀବ କୁମାରଙ୍କୁ ତୁରନ୍ତ ଅପସାରଣ କରାଯାଇଥିଲା । ତାଙ୍କ ସ୍ଥାନରେ ମମତା ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ । ମାତ୍ର ତାଙ୍କୁ ମଧ୍ୟ 24ଘଣ୍ଟା ମଧ୍ଯରେ ନିର୍ବାଚନ ଆୟୋଗ ପରିବର୍ତ୍ତନ କରି ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ । ପରବର୍ତ୍ତୀ ସମୟରେ କିଛି ରାଜ୍ୟର ସଚିବଙ୍କ ସ୍ତରରେ ମଧ୍ୟ ପରିବର୍ତ୍ତନ କରିଥିଲେ ଆୟୋଗ । ଆଜି ଏକକାଳୀନ 5 ରାଜ୍ୟର 8 ମାଜିଷ୍ଟ୍ରେଟ ଓ 12 ଏସପିଙ୍କୁ ପରିବର୍ତ୍ତନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.