ETV Bharat / bharat

ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ଓଡ଼ିଶାର ୨ ଏସପି ଜଣେ ଜିଲ୍ଲାପାଳ - ECI transfers DM SP

author img

By ETV Bharat Odisha Team

Published : Mar 21, 2024, 12:04 PM IST

Updated : Mar 21, 2024, 12:44 PM IST

EC transfers DMs-SPs: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ । ଓଡ଼ିଶା ସମେତ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ECI । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ
ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ । ବଦଳିବେ ଓଡ଼ିଶାର ୨ ଏସପି ଓ ଜଣେ ଜିଲ୍ଲାପାଳ । ଦେବଗଡ଼ ଏସପି ଓ କଟକ ଗ୍ରାମାଞ୍ଚଳ ଏସପିଙ୍କ ବଦଳି ହେବ । ଢେଙ୍କାନାଳ ଜିଲ୍ଲାପାଳଙ୍କ ମଧ୍ୟ ବଦଳି ନିର୍ଦ୍ଦେଶ ମିଳିଛି । ଲୋକସଭା ନିର୍ବାଚନ ପୂର୍ବରୁ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସମେତ ୪ ରାଜ୍ୟ ଗୁଜୁରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟ (DM) ଓ ପୋଲିସ ସୁପରିଟେଣ୍ଡଣ୍ଟ (SP) ପଦବୀରେ ଅବସ୍ଥାପିତ ଅଣ କ୍ୟାଡର ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି ।

ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇ ବଦଳି ନିର୍ଦ୍ଦେଶ । କଟକ ଗ୍ରାମାଞ୍ଚଳ ଏସପି ଥିବା ମିହିର କୁମାର ପଣ୍ଡା ଓ ଦେବଗଡ ଏସପି ରାମପ୍ରସାଦ ସାହୁଙ୍କ ଅନ୍ୟତ୍ର ବଦଳି କରାଯିବ । ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ମଧ୍ୟ ବଦଳି ହେବ । ସେହିପରି ଅନ୍ୟ ରାଜ୍ୟରେ ବଦଳି ହୋଇଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟ ଛୋଟା ଉଦୟପୁର ଓ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲା ଏସପି । ପଞ୍ଜାବର ପଠାନକୋଟ, ଫଜିଲକା, ଜଳନ୍ଧର ଗ୍ରାମୀଣ ଓ ମାଲେରକୋଟା ଜିଲ୍ଲା ଏସଏସପି । ପଶ୍ଚିମବଙ୍ଗର ପୂର୍ବ ମେଦିନପୁର, ଝାରଗ୍ରାମ, ପୂର୍ବବର୍ଦ୍ଧନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP, ବଦଳିଲେ 6 ରାଜ୍ୟର ଗୃହସଚିବ

ଏଥିସହ ପଞ୍ଜାବ ଭଟିଣ୍ଡା ଏସଏସପି ଏବଂ ଆସାମ ସୋନିତପୁର ଏସପିଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚିତ ରାଜନୈତିକ ପ୍ରତିନିଧିମାନଙ୍କ ସହ ସେମାନଙ୍କର ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତିନି ଦିନ ତଳେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ୬ ରାଜ୍ୟର ଗୃହ ସଚିବଙ୍କୁ ଦାୟିତ୍ବରୁ ହଟାଇଥିଲେ । ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମବଙ୍ଗ ଡିଜିପି ଥିବା ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର ଭାବେ ଜଣାଶୁଣା ଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଥିଲା ।

ସୂଚନା ଥାଉକି, 4ଟି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ 19ରେ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଜୁନ 1ରେ ଅନୁଷ୍ଠିତ ହେବ । ଏଥିସହ ଜୁନ 4ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ପରଠୁ ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ କୌଣସି ସରକାରୀ ଅଧିକାରୀଙ୍କ ବଦଳି ନକରାଯିବାକୁ ନିୟମ ଥିବାବେଳେ କିଛି କ୍ଷେତ୍ରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି କରିପାରିବେ ।

Last Updated : Mar 21, 2024, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.