ETV Bharat / bharat

ଅତି ସ୍ବଳ୍ପଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO

author img

By ETV Bharat Odisha Team

Published : Feb 29, 2024, 10:09 PM IST

ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO
ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO

DRDO successfully flight tests Very Short Range Air Defence System: ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଆଜି ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କରିଛି । ଓଡିଶା ଉପକୂଳରୁ ଗତକାଲି ଓ ଆଜି ମଧ୍ୟରେ ଦୁଇଟି ଫ୍ଲାଇଟ ଟେଷ୍ଟ ସଫଳତାପୂର୍ବକ ଶେଷ ହୋଇଛି । ଏହାକୁ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ସଫଳତାପୂର୍ବକ ପରୀକ୍ଷା କରାଯାଇଛି । ଦୁଇଟି ପରୀକ୍ଷଣ ସଫଳତାର ସହ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିଛନ୍ତି । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସଠିକ ଭାବେ କାମ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଜଣାପଡିଛି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏହି ଅତି ସ୍ବଳ୍ପଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORADS) କୌଣସି ପ୍ରକାର ସନ୍ଦିଗ୍ଧ ଉଡନ୍ତା ବସ୍ତୁ କିମ୍ବା ଉଚ୍ଚଗତି ସମ୍ପନ୍ନ କୌଣସି ମାନବବିହୀନ ଯାନକୁ ଲକ୍ଷ୍ୟଭେଦ କରି ନଷ୍ଟ କରିପାରିବ । ତେବେ ଏହାକୁ ଉତକ୍ଷେପଣ କରିବା ଅନ୍ୟ କ୍ଷେପଣାସ୍ତ୍ର ଅପେକ୍ଷା ଅତି ମଧ୍ୟ ସହଜ । ଏହା ଅନ୍ୟ କ୍ଷେପଣାସ୍ତ୍ର ପରି ଉତକ୍ଷେପଣ ପାଇଁ କୌଣସି ଲଞ୍ଚପ୍ୟାଡ ଆବଶ୍ୟକ କରେନାହିଁ । ଏହାରୁ ପାର୍ଟେବୁଲ (ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପରିବହନ ଯୋଗ୍ୟ) ଲଞ୍ଚପ୍ୟାଡ ବ୍ୟବହାର କରାଯାଇ ଅତିକମ ସମୟ ମଧ୍ୟରେ ଉତକ୍ଷେପିତ କରାଯାିପାରିବ । ଏହି ଲଞ୍ଚପ୍ୟାଡକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ପରିବହନ ମଧ୍ୟ କରାଯାଇପାରିବ । ତେବେ ଏହାକୁ ସ୍ଥଳସେନାରେ ସହଜରେ ବ୍ୟବହାର କରାଯାଇପାରିବ । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଓ ଆଜି ଅପରାହ୍ନରେ ଏହି ଦୁଇଟି ପରୀକ୍ଷଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବାସଭବନରେ ଲଞ୍ଚ ପାଇଁ ସିନ୍ଦେ, ଫଡନାଭିସ୍‌ ଓ ଅଜିତ ପାଓ୍ବାରଙ୍କୁ ଶରଦଙ୍କ ନିମନ୍ତ୍ରଣ

ବାଲେଶ୍ବର ଚାନ୍ଦିପୁରରେ ଥିବା ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର) ଓ ଭଦ୍ରକ ଜିଲ୍ଲାର ଡ.ଅବଦୁଲ୍ଲ କଲାମ ଦ୍ବୀପରୁ ଡିଆରଡିଓ ନିୟମିତ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି । ବାଲିଷ୍ଟିକ ଓ କ୍ର୍ୟୁଜ ମିସାଇଲ ସମେତ ବିଭିନ୍ନ ମଧ୍ୟମ ଓ ସ୍ବଳ୍ପଗାମୀ କ୍ଷେପଣାସ୍ତ୍ର ମଧ୍ୟ ନିମୟିତ ପରୀକ୍ଷା କରାଯାଉଛି । ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳସେନା ପାଇଁ ବିଭିନ୍ନ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ନିର୍ମାଣ ଓ ଏହାର ଅପ୍ରଗେଡେସନ ଡିଆରଡିଓ ଦ୍ବାରା ଜାରି ରହିଛି । ନିକଟରେ ଓଡିଶା ଉପକୂଳରେ ହୋଇଥିବା ବିଭିନ୍ନ ଭର୍ସନର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଆଜି ହୋଇଥିବା ପରୀକ୍ଷଣର ସଫଳତା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.