ETV Bharat / bharat

ବାସଭବନରେ ଲଞ୍ଚ ପାଇଁ ସିନ୍ଦେ, ଫଡନାଭିସ୍‌ ଓ ଅଜିତ ପାଓ୍ବାରଙ୍କୁ ଶରଦଙ୍କ ନିମନ୍ତ୍ରଣ

author img

By ETV Bharat Odisha Team

Published : Feb 29, 2024, 8:54 PM IST

ଭୋଜି ଦେବେ ସିନିୟର ପାଓ୍ବର: ସିନ୍ଦେ, ଫଡନାଭିସ ଓ ଅଜିତ ପାଓ୍ବାରଙ୍କୁ କଲେ ନିମନ୍ତ୍ରଣ
ଭୋଜି ଦେବେ ସିନିୟର ପାଓ୍ବର: ସିନ୍ଦେ, ଫଡନାଭିସ ଓ ଅଜିତ ପାଓ୍ବାରଙ୍କୁ କଲେ ନିମନ୍ତ୍ରଣ

Sharad Pawar Invites Eknath Shinde, Devendra Fadnavis, Ajit Pawar For Lunch: ବାସଭବନରେ ଲଞ୍ଚ ପାଇଁ ସିନ୍ଦେ, ଫଡନାଭିସ ଓ ଅଜିତ ପାଓ୍ବାରଙ୍କୁ କଲେ ନିମନ୍ତ୍ରଣ । ଅଧିକ ପଢନ୍ତୁ

ମୁମ୍ବାଇ: ଗୋଟଏ ପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦଳୀୟ ବିଦ୍ରାହ ଓ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ମାମଲା ନିର୍ବାଚନ କମିଶନ ପରେ ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି । ଏହାରି ମଧ୍ୟରେ ଭିନ୍ନ ଘଟଣାକ୍ରମ ମହାରାଷ୍ଟ୍ର ରାଜନୀତିରେ ଅପ୍ରତ୍ୟାଶିତ ଚର୍ଚ୍ଚା ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରିଷ୍ଠ ରାଜନେତା ତଥା ଏନସିପି-ଶରଦଚନ୍ଦ୍ର ପାଓ୍ବାର ଗୋଷ୍ଠୀ ମୁଖ୍ୟ ଶରଦ ପାଓ୍ବାର ବାସଭବନରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି । ଏନେଇ ଶରଦ ଚିଠି ମଧ୍ୟ ଲେଖିଛନ୍ତି । ନିଜ ହୋମଟାଉନ ବାରମତିରେ ମାର୍ଚ୍ଚ 2 ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶରଦଙ୍କ ବାସଭବନରେ ଲଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡନାସିଭ ଓ ଅନ୍ୟତମ ମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହ କରି ବିଜେପି ମେଣ୍ଟରେ ସାମିଲ ହୋଇଥିବା ଅଜିତ ପାଓ୍ବାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ତେବେ ନିର୍ବାଚନ ପୂର୍ବରୁ ଏନସିପିରେ ଜାରି ରହିଥିବା ବିବାଦ ଅଜିତଙ୍କ ସପକ୍ଷରେ ଯାଇଛି । ଦାଦା ତଥା 1999ରେ ପାର୍ଟି ପ୍ରତିଷ୍ଠା କରିଥିବା ଶରଦଙ୍କୁ ନିର୍ବାଚନ କମିଶନ ନିରାଶ କରିଛନ୍ତି । ତେବେ ଏପରି ବିବାଦ ମଧ୍ୟରେ ନିମନ୍ତ୍ରଣ ଶରଦଙ୍କ ଭୂମିକା ଓ ଉଦ୍ଦେଶ୍ୟକୁ ମଧ୍ୟ ସନ୍ଦେହଘରେକୁ ଟାଣିଛି । ଅନ୍ୟପଟେ ଅଜିତ ଗୋଷ୍ଠୀ ଏବେ ନିର୍ବାଚନ କମିଶନଠାରୁ ମୁଖ୍ୟ ଏନସିପି ପାର୍ଟିର ମାନ୍ୟତା ଓ ଦଳର ମୁଖ୍ୟ ନିର୍ବାଚନୀ ଚିହ୍ନ କାନ୍ଥଘଣ୍ଟା ମଧ୍ୟ ପାଇସାରିଛନ୍ତି । ଏବେ ବାରମତି ସଂସଦୀୟ ଆସନରୁ ସାଂସଦ ଥିବା ନିଜ ସମ୍ପର୍କୀୟ ଭଉଣୀ ତଥା ଶରଦଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ମଧ୍ୟ ସେ ପ୍ରାର୍ଥୀ ଦେବାକୁ ପ୍ରକ୍ରିୟା ଆରମ୍ଭ କରିସାରିଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- ସରିଲା ରାଜ୍ୟସଭା ନିର୍ବାଚନ: ଉଚ୍ଚସଦନରେ ସଂଖ୍ୟାଗରିଷ୍ଠତାଠୁ ମାତ୍ର 3 ଆସନ ପଛରେ NDA

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଜିତ ନିଜ ସମର୍ଥିତ ବିଧାୟକଙ୍କ ସହ ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟରେ ମିଶିବା ପରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଅଜିତଙ୍କ ଗୋଷ୍ଠୀର 8 ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଛନ୍ତି । ଏହାକୁ ନେଇ ନିର୍ବାଚନ କମିଶନଙ୍କ ଠାରେ ଦ୍ବାରସ୍ଥ ହୋଇଥିଲେ ଶରଦ ପାଓ୍ବାର । ଏବେ ଅଜିତ ଗୋଷ୍ଠୀକୁ ମୁଖ୍ୟ ଏନସିପି ବୋଲି କମିଶନ ଘୋଷଣା କରିବା ସହ ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ‘ଶରଦଚନ୍ଦ୍ର ପାଓ୍ବାର- ଏନସିପି’ ଭାବେ ନାମିତ କରିଛନ୍ତି । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.