ETV Bharat / bharat

ରାମ ମନ୍ଦିର ବୁଲିବା ପରେ ଅପମାନିତ କଲେ ଦଳୀୟ ନେତା, ଇସ୍ତଫା ଦେଲେ କଂଗ୍ରେସ ନେତ୍ରୀ - Congress Leader Radhika Resignation

author img

By ETV Bharat Odisha Team

Published : May 5, 2024, 7:50 PM IST

RADHIKA KHERA RESIGNS FROM CONGRESS: କଂଗ୍ରେସରୁ ଇସ୍ତଫା ଦଳର ଜାତୀୟ ମିଡିଆ ସଂଯୋଜକ ରାଧିକା ଖେରା । ରାମ ମନ୍ଦିର ବୁଲିବା ପରେ ଦଳୀୟ ନେତା ଅପମାନିତ କରିଥିବା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

RADHIKA KHERA RESIGNS FROM CONGRESS
RADHIKA KHERA RESIGNS FROM CONGRESS (Photo- Etv Bharat)

ରାୟପୁର: 2024 ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଉ 2 ଦିନ ବାକିଥିବା ବେଳେ କଂଗ୍ରେସକୁ ଝଟକା । କଂଗ୍ରେସ ନେତ୍ରୀ ତଥା ମୁଖପାତ୍ର ରାଧିକା ଖେରା ଇସ୍ତଫା ଦେଇଛନ୍ତି । ଆଜି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ନିକଟରେ ସେ ଅଯୋଧ୍ୟା ରାମ ମନ୍ଦିର ଭ୍ରମଣ ପାଇଁ ଯାଇଥିବା ବେଳେ ଏନେଇ ତାଙ୍କୁ ଦଳୀୟ କର୍ମୀ ଖୁବ ଅପମାନିତ କରିଥିଲେ । ଏଥିଲାଗି ସେ ଇସ୍ତଫା ଦେଇଥିବା କହିଛନ୍ତି ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ନିକଟରେ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଦଳୀୟ ନେତାମାନେ ତାଙ୍କୁ ଏନେଇ ଅପମାନିତ କରିଥିଲେ । ଏନେଇ ରାଧିକା କହିଛନ୍ତି, "ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ପ୍ରଭୁ ରାମ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତି । କିନ୍ତୁ କିଛି ଲୋକ ଏହାକୁ ବିରୋଧ ମଧ୍ୟ କରନ୍ତି । ଯେଉଁ ଦଳରେ ମୁଁ ମୋ ଜୀବନର 22ବର୍ଷରୁ ଅଧିକ ସମୟ ଦେଇଥିଲି, ମୁଁ ମଧ୍ୟ ସମାନ ପ୍ରତିରୋଧର ସମ୍ମୁଖୀନ ହୋଇଥିଲି । କାରଣ ମୁଁ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବାକୁ ନିଜକୁ ଅଟକାଇ ପାରିଲିନାହିଁ ।"

ଏହା ବି ପଢନ୍ତୁ- ପଦ୍ମ ଶିବିରରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଲଭଲି, ସିଟ୍‌ ସେୟାରିଂକୁ ନେଇ ଥିଲେ ଅସନ୍ତୁଷ୍ଟ

କିଛି ଦିନ ପୂର୍ବରୁ AICC ମୁଖପାତ୍ର ରାଧିକା ଖେରାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅପମାନ କାରଣରୁ ସେ ଦଳରୁ ଇସ୍ତଫା ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓ ଭାଇରାଲ ହେବା ପରେ ସୂତ୍ରରୁ ପ୍ରକାଶ ଯେ ସେ ଜଣେ ବରିଷ୍ଠ ଦଳୀୟ ନେତାଙ୍କ ସହ ଝଗଡା କରିଥିଲେ । ଏହି ଭିଡିଓକୁ ବ୍ୟବହାର କରି ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ ମହିଳା ରାଜନେତାଙ୍କ ପ୍ରତି ଅସମ୍ମାନ କରୁଛି । ଖେରା ପୂର୍ବରୁ ଦଳ ପ୍ରତି ନିଜର ଅସନ୍ତୋଷ ବିଷୟରେ ସେତେଟା ପ୍ରତିକ୍ରିୟା ପ୍ରକାଶ କରିନଥିଲେ କିମ୍ବା ଭିଡିଓର ସତ୍ୟତାକୁ ଅଗ୍ରାହ୍ୟ କରିନଥିଲେ । ଅବଶ୍ୟ ସେ ପୂର୍ବରୁ X ସାଇଟରେ ଅନେକ ପୋଷ୍ଟ କରିଥିଲେ ଯାହା ଦଳକୁ ନେଇ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ କରିଥିଲା ।

ସୂଚନା ଥାଉ କି ଗତ କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂ ଲଭଲି ଦଳରୁ ଇସ୍ତଫା ଦେଇଥିବା ବେଳେ ଗତକାଲି ସେ ବିଜେପିରେ ସାମିଲ ହୋଇଛନ୍ତି । ସେ ଆପ୍‌ ସହ ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.