ETV Bharat / bharat

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ - CISCE 10th 12th Result 2024

author img

By ETV Bharat Odisha Team

Published : May 6, 2024, 1:07 PM IST

ISC, ICSE Result 2024 Released: ପ୍ରକାଶ ପାଇଲା ଚଳିତବର୍ଷର ICSE ଦଶମ ଓ ISE ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । 98 ପ୍ରତିଶତ ଉପରେ ରହିଛି ପାସ୍ ହାର । ଅଧିକ ପଢନ୍ତୁ,

ISC, ICSE Result
ISC, ICSE Result (etv bharat odisha)

ହାଇଦ୍ରାବାଦ: ପ୍ରକାଶ ପାଇଲା ଚଳିତବର୍ଷର ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ ( CISCE) ଦ୍ବାରା ପରିଚାଳିତ ଦଶମ ( ICSE) ଓ ଦ୍ବାଦଶ (ISC) ପରୀକ୍ଷା ଫଳ । ଦ୍ବାଦଶ ପାସ୍ ହାର 98.19 ପ୍ରତିଶତ ରହିଥିବା ବେଳେ ଦଶମରେ ପାସ୍ ହାର 99.47 ପ୍ରତିଶତ ରହିଛି । ଦିନ 11ଟାରେ ପରୀକ୍ଷା ଫଳ ବାହାରି ସାରିଥିବା ବେଳେ ଛାତ୍ରଛାତ୍ରୀମାନେ results.cisce.org. ଏବଂ cisce.org ଓ୍ବେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ ।

ଦ୍ବାଦଶରେ ପାସ୍ ହାର 98.19 ପ୍ରତିଶତ: ଚଳିତ ବର୍ଷ ଆଇଏସସି ଦ୍ବାଦଶ ପରୀକ୍ଷା ଫେବୃଆରୀ 12 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ 1 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ 52 ହଜାରରୁ ଅଧିକ ପୁଅ ଏବଂ 47 ହଜାରରୁ ଅଧିକ ଛାତ୍ରୀ ରହିଥିଲେ । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ପାସ୍ ହାର 98.19 ପ୍ରତିଶତ ରହିଛି । ଚଳିତ ବର୍ଷ ଛାତ୍ରଙ୍କଠାରୁ ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ISC ଫଳାଫଳ ଅନୁଯାୟୀ ଛାତ୍ରୀମାନଙ୍କର ପାସ୍ ହାର 98.92 ପ୍ରତିଶତ ରହିଛି । ଅନ୍ୟପଟେ ପୁଅମାନଙ୍କର ପାସ୍ ହାର 97.53 ପ୍ରତିଶତ ରହିଛି । ଦ୍ବାଦଶ ମାର୍କସିଟ୍ ଡାଉନଲୋଡ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ୟୁଜର ଆଇଡି, ଇଣ୍ଡେକ୍ସ ନମ୍ବର ଏବଂ କ୍ୟାପଚା କୋର୍ଡ ପ୍ରବେଶ କରିବାକୁ ପଡିବ ।

10ରେ ପାସ୍ ହାର 99.47 ପ୍ରତିଶତ: ଚଳିତ ବର୍ଷ 2ଲକ୍ଷ 43 ହଜାର 617 ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ତେବେ ଛାତ୍ରୀମାନଙ୍କର ପାସ୍ ହାର 99.65 ପ୍ରତିଶତ ହୋଇଥିବା ବେଳେ ଛାତ୍ରମାନଙ୍କ ଠାରୁ ବାଜି ମାରି ନେଇଛତନ୍ତି । ଛାତ୍ରମାନଙ୍କ ପାସ୍ ହାର 99.31 ପ୍ରତିଶତ ରହିଛି । ଆଇସିଏସଇ ଦଶମ ପରୀକ୍ଷା ଫଳ ଫେବୃଆରୀ 21ରୁ 28 ପର୍ଯ୍ୟନ୍ତ ହୋଇଥିବା ବେଳେ ଫେବୃଆରୀ 12 ରୁ ଏପ୍ରିଲ 2 ପର୍ଯ୍ୟନ୍ତ ଦ୍ବାଦଶ ପରୀକ୍ଷା ହୋଇଥିଲା । ଦୀର୍ଘ ସମୟର ପ୍ରତିକ୍ଷା ପରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ଫଳରେ ସନ୍ତୁଷ୍ଟ ନଥିଲେ ଆସନ୍ତା 10 ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ । 4 ସପ୍ତାହ ମଧ୍ୟରେ ରିଚେକ୍ଟି ରେଜଲ୍ଟ ପ୍ରକାଶ ପାଇବ ।

ଏହା ମଧ୍ୟ ପଢନ୍ତୁ: ICSE 10th Result 2023: ଓଡ଼ିଶା ଟପ୍ପର ହେଲେ ଛତ୍ରପୁରର ବିଷ୍ଣୁ ପ୍ରସାଦ

  • କେମିତି ଦେଖିବେ ରେଜଲ୍ଟ: ପ୍ରଥମେ cisce.org ଓ୍ବେବସାଇଟ ସର୍ଚ୍ଚ କରନ୍ତୁ
  • ଦ୍ବାଦଶ କିମ୍ବା ଦଶମ ରେଜୱ୍ଟ ମଧ୍ୟରୁ ଗୋଟିଏ ଅପ୍ସନରେ କ୍ଲିକ କରନ୍ତୁ
  • ଏହାପରେ ନିଜର ରୋଲ୍ ନମ୍ବର ଦିଅନ୍ତୁ
  • ଏହାପରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏଠାରୁ ମାର୍କସିଟ୍ ଡାଉନଲୋଡ ମଧ୍ୟ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.