ETV Bharat / state

ICSE 10th Result 2023: ଓଡ଼ିଶା ଟପ୍ପର ହେଲେ ଛତ୍ରପୁରର ବିଷ୍ଣୁ ପ୍ରସାଦ

author img

By

Published : May 15, 2023, 7:23 AM IST

ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଆଣିଲେ ଓଡିଶା ପୁଅ ବିଷ୍ଣୁ ପ୍ରସାଦ । ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ହେଲେ ଓଡିଶା ଟପ୍ପର ।

ICSE 10th Result 2023
ICSE 10th Result 2023

ବ୍ରହ୍ମପୁର: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ(CICSE) ପକ୍ଷରୁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ୯୯.୪ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ଛତ୍ରପୁରର ବିଷ୍ଣୁ ପ୍ରସାଦ ।

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରର କାରମେକଲ୍ ସିନିୟର ସେକେଣ୍ଡାରି ସ୍କୁଲର ଛାତ୍ର ବିଷ୍ଣୁ ପ୍ରସାଦ ବାପା ଦୁର୍ଗାପ୍ରସାଦ ଶତପଥୀ ଓ ମାଆ ରଶ୍ମୀତା ରଞ୍ଜନୀ ଶତପଥୀଙ୍କ ସୁପୁତ୍ର ଅଟନ୍ତି । ଚଳିତ ବର୍ଷର ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ବାଜି ମାରିଛନ୍ତି । ଏହି ସଫଳତାର ଶ୍ରେୟ ପାଇଁ ବିଷ୍ଣୁ ପ୍ରସାଦ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଦାନ କରିବା ସହିତ ପରିବାର ବର୍ଗଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି ।


ବିଷ୍ଣୁ ପ୍ରସାଦ ଜଣେ ମେଧାବୀ ଛାତ୍ର ସହ ବିଦ୍ୟାଳୟରର ପ୍ରତିଟି କାର୍ଯ୍ୟକ୍ରମରେ ଏବଂ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦନ କରି ପୂର୍ବରୁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାଇଛନ୍ତି । ଏହି ସଫଳତା ପାଇବା ପାଇଁ ଶ୍ରୀମାନ ବିଷ୍ଣୁ ପ୍ରସାଦ ଦୈନିକ ଦଶରୁ ବାର ଘଣ୍ଟା ପାଠ ପଢ଼ା ପାଇଁ ପରିଶ୍ରମ କରୁଥିବା ବେଳେ ଭବିଷ୍ୟତରେ ଆଇଆଇଟି ଟପ୍ପର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି l ବିଦ୍ୟାର୍ଥୀଙ୍କ ବାପା ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଭାବରେ କାର୍ଯ୍ୟରତ ରହିଥିବା ବେଳେ ସୋମବାର ବିଦ୍ୟାର୍ଥୀଙ୍କର ଜନ୍ମଦିନ ରହିଥିବାରୁ ଏଭଳି ସଫଳତା ଅଗ୍ରୀମ ଭେଟି ବୋଲି କହିଛନ୍ତି ପରିବାର ବର୍ଗ l

ପ୍ରକାଶଥାଉକି, ରବିବାର ଆଇସିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ ବାହାରିଛି । ଚଳିତ ବର୍ଷ ଦଶମରେ ପାସ ହାର ୯୮.୯୪ ପ୍ରତିଶତ ରହିଥିବା ବେଳେ ଦ୍ବାଦଶରେ ପାସ ହାର ରହିଛି ୯୬.୯୬ । ଉଭୟ ଦଶମ ଏବଂ ଦ୍ବାଦଶରେ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଦଶମରେ ଛାତ୍ରଙ୍କର ପାସ ହାର ୯୮.୭୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନଙ୍କର ପାସ ହାର ୯୫.୯୬ ରହିଛି । ପରୀକ୍ଷା ଫଳ ରିଜିଅନ ଅନୁସାରେ, ଦଶମ ଶ୍ରେଣୀର ରେଜଲ୍ଟରେ ଓ୍ବେଷ୍ଟ ରିଜିଅନ ଆଗରେ ରହିଛି । ଦଶମ ପରୀକ୍ଷା ଫଳ ଅନୁସାରେ, ଓ୍ବେଷ୍ଟ ରିଜିଅନ ପାସ ହାର ୯୯.୮, ସାଉଥ ରିଜିଅନରେ ପାସ ହାର, ୯୯.୬୯ ପ୍ରତିଶତ, ନର୍ଥ ରିଜିଅନରେ ୯୮.୬୫ ଏବଂ ଇଷ୍ଟ ରିଜିଅନରେ ୯୮.୪୭ ରହିଛି । ଦଶମ ଶ୍ରେଣୀରେ ୯ଜଣ ଛାତ୍ରଛାତ୍ରୀ ରାଙ୍କ ୧ ପୋଜିସନରେ ରହିଛନ୍ତି । ଏଥିରୁ ୩ଜଣ ଛାତ୍ରୀ ରହିଥିବା ବେଳେ ୬ଜଣ ଛାତ୍ର ରହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.