ETV Bharat / bharat

ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଜାରି ହୋଇପାରେ ବ୍ଲୁ କର୍ଣ୍ଣର ନୋଟିସ୍ , ଜାଣନ୍ତୁ କଣ - Blue Corner Notice against Prajwal

author img

By PTI

Published : May 4, 2024, 4:35 PM IST

BLUE CORNER NOTICE AGAINST PRAJWAL: ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଜାରି ହୋଇପାରେ ବ୍ଲୁ କର୍ଣ୍ଣର ନୋଟିସ୍ । ଜାଣନ୍ତୁ ଏହା କଣ

PRAJWAL REVANNA
PRAJWAL REVANNA (Etv Bharat Odisha)

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ମାମଲା । ବଢିବାରେ ଲାଗିଛି ପୂର୍ବତନ ଜେଡିଏସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ବଳ ରେବନ୍ନାଙ୍କ ଅଡୁଆ । ହାସନ ସାଂସଦ ରେବନ୍ନାଙ୍କ ବିରୋଧରେ ଜାରି ହୋଇଥିବା ମାମଲା ଯାଞ୍ଚ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ପ୍ରଜ୍ଜ୍ବଳଙ୍କ ବିରୋଧରେ ଇଣ୍ଟରପୋଲରୁ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିବା ଲାଗି ସିବିଆଇକୁ ଅନୁରୋଧ କରିଛି ।

ଏଚଡି ରେବନ୍ନା ଓ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଏସଆଇଟି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଏସଆଇଟି ଅନୁରୋଧ ଗ୍ରହଣ ହେବା ପରେ ଏହି ସେକ୍ସ ସ୍କାଣ୍ଡେଲର ଅନେକ ଖୁଲାସା ହେବ ବୋଲି କୁହାଯାଉଛି । ଇଣ୍ଟରପୋଲରୁ ଏହି ନୋଟିସ ଜାରି ହେବା ପରେ ରେବନ୍ନାଙ୍କ ସମସ୍ତ ଠିକଣା ସମ୍ପର୍କରେ ଜଣାପଡ଼ିବ । ସେପଟେ ଆଜି କର୍ଣ୍ଣାଟକ ଗୃହମନ୍ତ୍ରୀ ପରମେଶ୍ବର କହିଛନ୍ତି ଯେ ଅଶ୍ଳୀଳ ଭିଡିଓ ମାମଲାରେ ଜେଡିଏସ ବିଧାୟକ ଏଚଡି ରେବନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ବଳଙ୍କ ବିରୋଧରେ ଆଉ ଏକ ଲୁକଆଉଟ୍‌ ନୋଟିଜ ଜାରି କରାଯାଇଛି । ଏଚଡି ରେବନ୍ନା ବିଦେଶ ପଳାୟନ କରିବାର ସମ୍ଭାବନା ଥିବାରୁ ତାଙ୍କ ବିରୋଧରେ ମଧ୍ୟ ଏହି ନୋଟିସ ଜାରି କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି ।

ଆଜି ସନ୍ଧ୍ୟା ସୁଦ୍ଧା ନୋଟିସର ଜବାବ:- ରାଜ୍ୟ ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ ଦ୍ବିତୀୟ ଲୁକଆଉଟ୍‌ ନୋଟିସ ଶୁକ୍ରବାର ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ନୋଟିସର ଜବାବ ଦେବାକୁ ପଡ଼ିବ । ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି । ସେ ଶତାଧିକ ମହିଳାଙ୍କ ଯୌନ ଶୋଷଣ କରିବା ସହିତ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ରହିଛି । ପ୍ରଜ୍ଜ୍ବଳ ପ୍ରାୟ 3000 ଭିଡିଓ ଭାଇରାଲ ହୋଇଛି । ଏପରିକି ଗୃହ ସହଯୋଗୀ ମହିଳା ମଧ୍ୟ ପ୍ରଜ୍ଜ୍ବଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଛନ୍ତି । ଏହାପରେ ବାପ-ପୁଅଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରାଯାଇଛି ।

ବ୍ଲୁ କର୍ଣ୍ଣର ନୋଟିସ୍ କଣ ? :- କୌଣସି ଅପରାଧୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ତଥ୍ୟ ଜାଣିବା ଲାଗି ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଏ । ଅର୍ଥାତ ଅପରାଧୀଙ୍କ ପରିଚୟ, ଅବସ୍ଥାନ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ସଂଗ୍ରହ କରିବା ଲାଗି ପାଇଁ ଇଣ୍ଟରପୋଲ ଏହାର କୌଣସି ସଦସ୍ୟ ଦେଶରୁ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଥାଏ ।

ଏହା ବି ପଢନ୍ତୁ- ଜାରି ହେଲା ଲୁକଆଉଟ ନୋଟିସ, ହାଜର ନହେଲେ ଗିରଫ ହେବେ ପ୍ରଜ୍ଜ୍ବଳ ରେବନ୍ନା !

ଏହା ବି ପଢନ୍ତୁ- ଅଶ୍ଳୀଳ ଭିଡିଓ ମାମଲା: ସୋସିଆଲ ମିଡିଆରେ ପକ୍ଷ ରଖିଲେ ପ୍ରଜ୍ଜ୍ବଳ ରେବନ୍ନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.