ETV Bharat / bharat

ମନମୋହନ ସିଂହଙ୍କୁ ପ୍ରଶଂସା କଲେ ମୋଦି, କଂଗ୍ରେସର ବ୍ଲାକ୍ ପେପରକୁ କହିଲେ କଳା ଟୀକା

author img

By ETV Bharat Odisha Team

Published : Feb 8, 2024, 2:23 PM IST

Budget Session
Budget Session

Budget Session: ରାଜ୍ୟସଭାର ବିଦାୟୀ ସାଂସଦମାନଙ୍କୁ ସମ୍ବୋଧନ କରିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜ୍ୟସଭାର ବିଦାୟୀ ସାଂସଦମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 56 ଜଣ ସାଂସଦକୁ ବିଦାୟୀ ଅଭିଭାଷଣ ଦେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ ପ୍ରଶଂସା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶକୁ ଯେଉଁଭଳି ଭାବେ ମାର୍ଗଦର୍ଶନ ଦେଇଥିଲେ, ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନାଥାଉକି, କାର୍ଯ୍ୟକାଳ ସରୁଥିବା 56 ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ।

ମନମୋହନଙ୍କୁ ପ୍ରଶଂସା କଲେ ମୋଦି: ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଡକ୍ଟର ମନମୋହନ ସିଂହଙ୍କୁ ମନେ ପକାଇବା ପାଇଁ ଚାହେଁ । ନେତା ଏବଂ ପ୍ରତିପ୍ରକ୍ଷ ନେତା ହିସାବରେ ସେ 6 ଥର ଯୋଗଦାନ କରିଛନ୍ତି । ବିତର୍କ ମଧ୍ୟରେ ମତଭେଦ, ପାର୍ଥକ୍ୟ ଦେଖାଯିବା ସାଧାରଣ କଥା । କିନ୍ତୁ ସେ ଦେଶକୁ ଉଚିତ ମାର୍ଗଦର୍ଶନ ଦେଖାଇଛନ୍ତି । ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ ତାଙ୍କ ଅବଦାନ ବିଷୟରେ ନିଶ୍ଚିତ ଆଲୋଚନା ହେବ । " ସୂଚନାଥାଉକି, ମନମୋହନ ସିଂହ ଛଅ ଥର ସାଂସଦ ଏବଂ 2004ରୁ 2014 ଯାଏଁ ଦେଶର 13ତମ ପ୍ରଧାନମନ୍ତ୍ରୀ ଥିଲେ । ମନମୋହନ ସିଂହ, ପିଭି ନରସିଂହ ସରକାରରେ ଅର୍ଥମନ୍ତ୍ରୀ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ଅର୍ଥନୀତିରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ।

ହ୍ବିଲ ଚେୟାରରେ ଆସି ମାର୍ଗଦର୍ଶନ ଦେଇଥିଲେ: ମନମୋହନ ସିଂହଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ସେ ଅନେକ ଗୃହର ମାର୍ଗଦର୍ଶନ କରିଛନ୍ତି । ଯେତେବେଳେ ସାଂସଦମାନଙ୍କ ଅବଦାନ ବିଷୟରେ ଉଲ୍ଲେଖ କରାଯିବ, ସେତେବେଳେ ସେ ଅନ୍ୟ ସାଂସଦମାନଙ୍କ ପାଇଁ ପ୍ରେରଣାଦାୟୀ ଉଦାହରଣ ସାଜିବେ । ଭୋଟ ଦେବା ପାଇଁ ମନମୋହନ ସିଂହ ହ୍ବିଲଚେୟାରରେ ଆସିଥିଲେ । ସେ ଗଣତନ୍ତ୍ରକୁ ଶକ୍ତି ଦେବା ପାଇଁ ଏଭଳି କରିଥିଲେ । ସାଂସଦ ଭାବେ ସେ ନିଜର ଦାୟିତ୍ବକୁ ସଠିକ ଭାବେ ତୁଲାଇଛନ୍ତି । "

ଏହା ମଧ୍ୟ ପଢନ୍ତୁ: ଗର୍ବର ସହ କହୁଛି ଆଜି LIC ସେୟାର ରେକର୍ଡ ସ୍ତରରେ: ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସର ବ୍ଲାକ ପେପର କଳା ଟୀକା ଅଟେ: ସରକାରଙ୍କ ଶ୍ୱେତପତ୍ରର ଜବାବରେ କଂଗ୍ରେସ ବ୍ଲାକ ପେପର ଜାରି କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , କଂଗ୍ରେସ ସରକାର କରିଥିବା ଭଲ କାମ ପାଇଁ ବ୍ଲାକ ପେପର କଳା ଟୀକା ଅଟେ । କେତେକ ବିରୋଧୀ ସଦସ୍ୟ ସେମାନଙ୍କ ହାତରେ କଳା ବ୍ୟାଣ୍ଡ ପିନ୍ଧି ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଦେଖିଛୁ ଯେ ରାଜ୍ୟସଭାକୁ କିଛି ସଦସ୍ୟ କଳା ପୋଷାକ ପିନ୍ଧି ଆସିଛନ୍ତି । ଏହା ଏକ ଫ୍ୟାଶନ ପରେଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.