ETV Bharat / bharat

ଗର୍ବର ସହ କହୁଛି ଆଜି LIC ସେୟାର ରେକର୍ଡ ସ୍ତରରେ: ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Feb 7, 2024, 5:32 PM IST

Updated : Feb 7, 2024, 5:54 PM IST

Opposition Spread Rumours about LIC: ଦେଶର ସରକାରୀ କମ୍ପାନୀକୁ ନେଇ କଂଗ୍ରେସ ଭିନ୍ନ ଭିନ୍ନ ଅପପ୍ରଚାର କଲା । ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ଅପଚେଷ୍ଟା କରିଆସୁଛି । ଏଲଆଇସି ସେୟାର ବଢିଚାଲିଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

PM Modi
PM Modi

ଗର୍ବର ସହ କହୁଛି ଆଜି LIC ସେୟାର ରେକର୍ଡ ସ୍ତରରେ

ନୂଆଦିଲ୍ଲୀ: ଦେଶର ସରକାରୀ କମ୍ପାନୀକୁ ନେଇ କଂଗ୍ରେସ ଭିନ୍ନ ଭିନ୍ନ ଅପପ୍ରଚାର କଲା । ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ଅପଚେଷ୍ଟା କରିଆସୁଛି । ଦେଶବାସୀଙ୍କ ମନେ ଅଛି ମାରୁତିର ସେୟାରକୁ ନେଇ କଣ ଖେଳ ଚାଲିଥିଲା । ଏହାକୁ ନେଇ ଅଧିକ କିଛି କହିବି ନାହିଁ । ଦେଶକୁ ଜାଣିବା ଜରୁରୀ ଅଛି କଂଗ୍ରେସ କହୁଛି ଆମେ ଦେଶର ପିଏସୟୁକୁ ବର୍ବାଦ କରିଦେଲୁ । ବୁଡାଇ ଦେଲୁ । କିନ୍ତୁ ମନେ ପକାନ୍ତୁ ବିଏସଏନଏଲ ଓ ଏମଟିଏନଏଲକୁ କିଏ ବର୍ବାଦ କଲା ଆଉ କେବେ କଲା ? କଂଗ୍ରେସ ହିନ୍ଦୁସ୍ତାନ ଏଟୋନେଟିକ ଲିମିଟେଡ(ହାଲ)କୁ ବେହାଲ କରିଦେଲା । ଲୋକସଭା ପରେ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେଇଛନ୍ତି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ କଂଗ୍ରେସକୁ ଶାଣିତ ଶବ୍ଦରେ ଆକ୍ରମଣ କରିଛନ୍ତି ।


ଅଧିକ ପଢନ୍ତୁୃ- ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘‘ଦେଶର ସରକାରୀ କମ୍ପାନୀକୁ ନେଇ କଂଗ୍ରେସ ଭିନ୍ନ ଭିନ୍ନ ଅପପ୍ରଚାର କଲା । ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ଅପଚେଷ୍ଟା କରିଆସୁଛି । ଦେଶବାସୀଙ୍କ ମନେ ଅଛି ମାରୁତିର ସେୟାରକୁ ନେଇ କଣ ଖେଳ ଚାଲିଥିଲା । ଏହାକୁ ନେଇ ଅଧିକ କିଛି କହିବି ନାହିଁ । ଦେଶକୁ ଜାଣିବା ଜରୁରୀ ଅଛି କଂଗ୍ରେସ କହୁଛି ଆମେ ଦେଶର ପିଏସୟୁ (Public Sector Undertaking)କୁ ବର୍ବାଦ କରିଦେଲୁ । ବୁଡାଇ ଦେଲୁ । କିନ୍ତୁ ମନେ ପକାନ୍ତୁ ବିଏସଏନଏଲ ଓ ଏମଟିଏନଏଲକୁ କିଏ ବର୍ବାଦ କଲା ଆଉ କେବେ କଲା ? କଂଗ୍ରେସ ହିନ୍ଦୁସ୍ତାନ ଏଟୋନେଟିକ ଲିମିଟେଡ(ହାଲ)କୁ ବେହାଲ କରିଦେଲା । ଏହାପରେ ଯାଇ କଂଗ୍ରେସ ନେତା ମାନେ ହାଲ ଗେଟ ସମ୍ମୁଖରେ ଲମ୍ବା ଭାଷଣ ଦେଇଥିଲେ । ଏୟାର ଇଣ୍ଡିଆକୁ କିଏ ବୁଡାଇଲା ? ସବୁ ଦେଶବାସୀ ଜାଣନ୍ତି।’’

ପ୍ରଧାନମନ୍ତ୍ରୀ ପିଏସୟୁ (Public Sector Undertaking)କୁ ନେଇ ରାଜ୍ୟସଭାରେ ସ୍ପଷ୍ଟ ଜବାବ ଦେଇ ଆହୁରି କହିଛନ୍ତି ଦେଶବାସୀ ବିଶେଷ କରି କଂଗ୍ରେସକୁ କହିବାକୁ ଚାହେଁ କଂଗ୍ରେସ ଯେଉଁ ବିଏସଏନଏଲକୁ ବର୍ବାଦ କରିଦେଇଥିଲା ଆଜି ସେହି ବିଏସଏନଏଲ 4ଜି 5ଜି ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରିଛୁ । ଦେଶବାସୀଙ୍କ ସେବା କରୁଛି । ଯୋଗାଯୋଗ କ୍ଷେତ୍ରରେ ବିପ୍ଲବ ଆଣିବାକୁ ଯାଉଛି । ବିଏସଏନଏଲରେ ବ୍ୟାପକ ପୁଞ୍ଚି ନିବେଶ ହେଉଛି । କଂଗ୍ରେସ ଯେଉଁ ହିନ୍ଦୁସ୍ତାନ ଏଟୋନେଟିକ ଲିମିଟେଡ (ହାଲ) କୁ ବେହାଲ କରିଦେଇଥିଲା ଆଜି ସେହି ହାଲ ରେକର୍ଡ ସ୍ତରରେ ଉତ୍ପାଦନ କରୁଛି । ରେକର୍ଡ ସ୍ତରରେ ରାଜସ୍ବ ସଂଗ୍ରହ କରୁଛି । ପିଏସୟୁ ଗୁଡିକୁ କଂଗ୍ରେସ କେଉଁଠି ଛାଡି ଯାଇଥିଲା ଆମେ କେଉଁଠି ଆଜି ପହଞ୍ଚାଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ- ଗୋଆରେ ଭାରତ ଶକ୍ତି ସପ୍ତାହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କଂଗ୍ରେସକୁ ଆହୁରୀ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏଲଆଇସି(ଜୀବନ ବୀମା ନିଗମ)କୁ ନେଇ କେତେ କଣ ଅପପ୍ରଚାର କରିଛି କଂଗ୍ରେସ । ବ୍ୟାପକ ମିଛ କୁହାଗଲା । ନିବେଶକ ଉପଭୋକ୍ତାଙ୍କ ମଧ୍ୟରେ ସଂସଯ ସୃଷ୍ଟି କରାଗଲା । ହେଲେ ଆଜି ଗର୍ବର ସହ ମୁଁ ଦେଶବାସୀଙ୍କୁ ଆଶ୍ବସ୍ତ କରୁଛି ଯେ ଆଜି ଏଲଆଇସିର ସେୟାର ରେକର୍ଡ ସ୍ତରରେ ପହଞ୍ଚିଛି । କାହିଁକି କଂଗ୍ରେସ ମିଛ ଅପପ୍ରଚାର କରୁଛି । ରାଜନୀତି ସ୍ବାର୍ଥ ପାଇଁ ଦେଶର ବିକାଶକୁ କଂଗ୍ରେସ କାହିଁକି ଗ୍ରହଣ କରିପାରୁନାହିଁ ? 2014ରେ ଦେଶରେ 234 ପିଏସୟୁ ଥିଲା ଆଜି 254 ପିଏସୟୁ ଅଛି । ଏହା ସତ୍ତ୍ବେ ବିରୋଧୀ ଅଭିଯୋଗ କରୁଛନ୍ତି ମିଛ ଅପପ୍ରଚାର କରୁଛନ୍ତି ଆମେ ସରକାରୀ କମ୍ପାନୀକୁ ବିକ୍ରି କରିଦେଲୁ । କେଉଁ ଗଣତି ଆଧାରରେ ଏହି ଅଭିଯୋଗ କରୁଛନ୍ତି ଜଣାନାହିଁ ।

ସରକାରୀ ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆଜି ପିଏସୟୁ ରେକର୍ଡ ସ୍ତରରେ ରିର୍ଟନ ଦେଉଛି । ଯାହାର ଲାଭ ଦେଶର ଛୋଟ ଛୋଟ ନିବେଶକଙ୍କୁ ମିଳୁଛି । ଏହାର ଅର୍ଥ ସରକାରୀ କମ୍ପାନୀ ସବୁ ଲାଭରେ ଚାଲୁଛନ୍ତି । ଗତ ଏକ ବର୍ଷ ମଧ୍ୟରେ ବିଏସଇ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ)ରେ ପିଏସୟୁର ମାର୍କେଟ ଭାଲ୍ୟୁ ଦ୍ବିଗୁଣିତ ହୋଇଛି । ଗତ 10 ବର୍ଷରେ ପିଏସୟୁ ପ୍ରାୟ 2.50 ଲକ୍ଷ କୋଟି ଲାଭ ଦେଇଛି । ବର୍ଷ 2014ରେ ପିଏସୟରୁ ମାର୍କେଟ କେପ 9.5 ଲକ୍ଷ କୋଟି ଥିଲା, ଯାହା ଗତ 10 ବର୍ଷରେ ବଢି 17 ଲକ୍ଷ କୋଟି ହୋଇଛି ।

Last Updated : Feb 7, 2024, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.