ETV Bharat / bharat

ବରମାଳାରେ ବିଳମ୍ୱ ହେବାରୁ କନ୍ୟାକୁ ଚାପୁଡ଼ା ମାରିଲେ ବର, ବନ୍ଦ ହେଲା ବିବାହ

author img

By ETV Bharat Odisha Team

Published : Mar 6, 2024, 12:48 PM IST

Updated : Mar 6, 2024, 5:32 PM IST

Bride Slapped Groom In Meerut: ବାହୁଡିଗଲେ ବରଯାତ୍ରୀ, ଅଧାରେ ରହିଗଲା ବିବାହ ସ୍ୱପ୍ନ । ବରମାଳାରେ ବିଳମ୍ୱ ହେତୁ ବର ଏବଂ କନ୍ୟା ମଧ୍ୟରେ ମାରପିଟ୍ । ଅଧାରେ ବନ୍ଦ ହେଲା ବିବାହ । ଉତ୍ତରପ୍ରଦେଶ ମେରଟରେ ସାମ୍ନାକୁ ଆସିଛି ଏଭଳି ଘଟଣା ।

ବରମାଳାରେ ବିଳମ୍ୱ ହେବାରୁ କନ୍ୟାକୁ ଚାପୁଡ଼ା ମାରିଲେ ବର, ବନ୍ଦ ହେଲା ବିବାହ
ବରମାଳାରେ ବିଳମ୍ୱ ହେବାରୁ କନ୍ୟାକୁ ଚାପୁଡ଼ା ମାରିଲେ ବର, ବନ୍ଦ ହେଲା ବିବାହ

ଲକ୍ଷ୍ନୌ: ଆଜିକାଲି ଲୋକେ ନିଜ ମନର ସାଥୀକୁ ସାତ ଜନ୍ମର ସାଥୀ କରିବାକୁ ବେଶ ଉତ୍ସାହିତ ଥାନ୍ତି ଏବଂ ବିବାହ କରି ପରସ୍ପର ସହ ବଞ୍ଚିବା ମରିବାର ଶପଥକୁ ଦୃଢ କରିଥାନ୍ତି । ଆମେ ଅନେକ ଲୋକଙ୍କ ପ୍ରେମବିବାହ ଧୁମଧାମରେ ସେଲିବ୍ରେସନ କରୁଥିବା ଦେଖିଛୁ । ହେଲେ ଉତ୍ତରପ୍ରଦେଶ ମେରଟରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି କହିଲେ ଅଜବ ପ୍ରେମର ଗଜବ ପରିଣତି। ଯେଉଁଠି ହାତଗଣ୍ଠି ପଡିବା ପୂର୍ବରୁ ବାହୁଡିଯାଇଛନ୍ତି ବରଯାତ୍ରୀ । ଆଉ ଅଧାରେ ରହିଯାଇଛି ଦୁଇ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ତେବେ ସମ୍ପର୍ଣ୍ଣ ଘଟଣା କ'ଣ ଜାଣନ୍ତୁ ।

କାହିଁକି ବାହୁଡ଼ିଲେ ବରଯାତ୍ରୀ, ବନ୍ଦ ହେଲା ବିବାହ ?

ଦୀର୍ଘ ଦିନର ଡେଟିଂ ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଉଭୟଙ୍କ ପରିବାର ବି ବିବାହ ପାଇଁ ଅନୁମତି ଦେଲେ ଏବଂ ବିବାହ ପାଇଁ ପୁରା ପ୍ରସ୍ତୁତ ବି ଥିଲେ ପ୍ରେମୀଯୁଗଳ । ଏହା ପରେ ମାର୍ଚ୍ଚ ୪, ସୋମବାର ଦିନ ବର ବିବାହ ଶୋଭାଯାତ୍ରା ସହ କନ୍ୟାଙ୍କ ଗାଁରେ ପହଞ୍ଚିଥିଲେ । ଝିଅର ପରିବାର ବି ବରଯାତ୍ରୀଙ୍କୁ ଧୁମଧାମରେ ସ୍ୱାଗତ କରିଥିଲେ । ହେଲେ ବିବାହ ରୀତିନୀତି ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା । ବିଳମ୍ବକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ଫଳରେ ବର ବିବାହ କରିବାକୁ ମନା କରିଦେଲା ଆଉ ବନ୍ଦ ହୋଇଗଲା ବିବାହ ।

ପୁରା ଘଟଣା କ'ଣ?

ମେରଟରେ ଜିଲ୍ଲାର ଦୌରାଲା ପୋଲିସ ଷ୍ଟେସନ ଅଞ୍ଚଳରେ ହେଉଥିବା ଏକ ବିବାହ ସମାରୋହର ଘଟଣା । ପ୍ରେମ ବିବାହ ସମୟରେ, ବରମାଳା କାର୍ଯ୍ୟକ୍ରମରେ ବିଳମ୍ବ ହେତୁ କ୍ରୋଧିତ ହୋଇ ବର ମଣ୍ଡପରେ କନ୍ୟାକୁ ଚାପୁଡ଼ା ମାରିଥିଲେ । ଏହା ପରେ ବର ଏବଂ କନ୍ୟା ମଧ୍ୟ ସଂଘର୍ଷ ଜୋରଦାର ହୋଇଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢିଯାଇଥିଲା ଯେ ଉଭୟଙ୍କ ପରିବାର ମଧ୍ୟରେ ସଂଘର୍ଷ ଉଗ୍ରରୂପ ନେଇଥିଲା । ପୋଲିସର ହସ୍ତକ୍ଷେପ ପରେ ଉଭୟ ପକ୍ଷ ଶାନ୍ତ ହୋଇଥିଲେ । ହେଲେ ଶେଷରେ ବର ବିବାହ କରିବାକୁ ମନା କରିଦେଇଥିଲା । ଫଳରେ ବିବାହ ବନ୍ଦ ହୋଇଥିଲା ।

ଏମିତି ଆରମ୍ଭ ହୋଇଥିଲା ବର-କନ୍ୟାଙ୍କ ପ୍ରେମ କାହାଣୀ

ମେରଟର ଝିଅ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ସେଠାରେ ସେ ସେହି ସମାନ କମ୍ପାନୀରେ କାମ କରୁଥିବା ପୁଅକୁ ଭଲ ପାଇବସିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବାକୁ ଲାଗିଲା । ପରେ ଉଭୟ ପରସ୍ପରକୁ ବିବାହ କରିବାକୁ ମନସ୍ଥ କରିଥିଲେ । ପରେ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ପରିବାରଲୋକେ ମଧ୍ୟ ଉଭୟଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ଯ ପଢନ୍ତୁ: ବିବାହ ପୂର୍ବରୁ ହେଲା ବଚସା ! ଜୀବନ ହାରିଲା ବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 6, 2024, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.