ETV Bharat / bharat

ବିବାହ ପୂର୍ବରୁ ହେଲା ବଚସା ! ଜୀବନ ହାରିଲା ବର

author img

By

Published : May 18, 2023, 4:16 PM IST

ବିବାହ ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ବର କନ୍ୟା। ବରଙ୍କର ମୃତ୍ୟୁ ହୋଇଥିବା ବେଳେ କନ୍ୟାଙ୍କ ଅବସ୍ଥା ଗୁରୁତର । ଅଧିକ ପଢନ୍ତୁ

Groom Dies After Consuming Poison At Wedding
Groom Dies After Consuming Poison At Wedding

ଭୋପାଳ: ହାତଗଣ୍ଠୀ ପଡିବାକୁ ଆଉମାତ୍ର କିଛି ସମୟର ଅପେକ୍ଷା ଥିଲା । ବଚସା ହେବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବର ଓ କନ୍ୟା । ଶେଷରେ ବରର ମୃତ୍ୟୁ ହୋଇଥିବା ବେଳେ କନ୍ୟା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ ଇନ୍ଦୋର ସହରରେ । ବର୍ତ୍ତମାନ କନ୍ୟା ଜଣଙ୍କର ଚିକିତ୍ସା ଜାରି ରହିଥିବା ପୋଲିସ ସୂଚନା ଦେଇଛି । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା ।

ଏଏସଆଇ ରମ୍‌ଜାନ ଖାନଙ୍କ କହିବା ଅନୁଯାୟୀ, "ଗତ ମଙ୍ଗଳବାର କାନାଡିଆ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହର ଆୟୋଜନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ବର ଓ କନ୍ୟାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଫଳରେ ବର ଜଣଙ୍କ ପ୍ରଥମେ ବିଷ ପିଇ କନ୍ୟାଙ୍କୁ ଫୋନ କରି କହିଥିଲେ । ଏହା ଶୁଣିବା ପରେ ଦୁଃଖରେ ଆତ୍ମହରା ହୋଇ କନ୍ୟା ଜଣଙ୍କ ମଧ୍ୟ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ବର ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ କନ୍ୟା ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଜୀବନମରଣ ସହ ଯୁବତୀ ଜଣଙ୍କ ସଂଘର୍ଷ କରୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ-ଶ୍ୟାମଳ ରଙ୍ଗ ପାଇଁ ବେଦୀରେ ବାହାଘର ଭାଙ୍ଗିଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ମୃତ ବରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ,"ଗତ କିଛି ଦିନ ହେଲା ଯୁବତୀ ଜଣଙ୍କ ଆମ ପୁଅକୁ ବିବାହ ପାଇଁ ଚାପ ପକାଉଥିଲେ । କିନ୍ତୁ ସେ ନିଜ କ୍ୟାରିଅରକୁ ଦୃଷ୍ଟିରେ ରଖି 2 ବର୍ଷ ସମୟ ମାଗିଥିଲା । କିନ୍ତୁ ଏହା ଗ୍ରହଣ କରିବାକୁ ଅରାଜି ଥିଲେ ଯୁବତୀ । ଏନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।"

ଏହା ମଧ୍ୟ ପଢନ୍ତୁ-ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ

ତେବେ କେଉଁ କାରଣକୁ ନେଇ ବର କନ୍ୟାଙ୍କ ମଧ୍ୟରେ ବଚସା ହେଲା ଓ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ବର କନ୍ୟାଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଯୁବତୀଙ୍କ ପରିବାର ଲୋକେ ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ପଚରାଉଚରା କରିନାହିଁ । ପଚରାଉଚରା ପରେ ପ୍ରକୃତ କାରଣ ଜଣାପଡିବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.