ETV Bharat / bharat

ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ - new Chief of Naval Staff

author img

By ETV Bharat Odisha Team

Published : Apr 30, 2024, 2:54 PM IST

ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ
ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ

New Chief of Naval Staff: ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ । ଆଡମିରାଲ ଆର. ରବି କୁମାରଙ୍କଠାରୁ ଗ୍ରହଣ କଲେ ଦାୟିତ୍ବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ । ସେ ପୂର୍ବରୁ ନୌସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ନୌସେନା ମୁଖ୍ୟ ଭାବେ ଆଡମିରାଲ ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା । ସେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ନୌସେନା ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବର୍ତ୍ତମାନର ନୌସେନା ମୁଖ୍ୟ ପିଭିଏସଏମ, ଏଭିଏସଏମ, ଭିଏସଏମ ଆଡମିରାଲ ଆର. ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏବେ 26 ତମ ଭାରତୀୟ ନୌସେନା ମୁଖ୍ୟ ହୋଇଛନ୍ତି ଆଡମିରାଲ ଦିନେଶ ତ୍ରିପାଠୀ । ସେ ନୌସେନାରେ ପ୍ରାୟ 40ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଏକାଧିକ ଗୁରୁ ଦାୟିତ୍ବ ଓ ସାମୁଦ୍ରିକ ମିଶନର ନେତୃତ୍ବ ମଧ୍ୟ ନେଇଛନ୍ତି ।

୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ୍ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ । ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ । ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୋସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ ମୁମ୍ବାଇ ନୌସେନା ବେସରେ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ :-ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ - Prajwal Revanna

ଏହା ମଧ୍ୟ ପଢନ୍ତୁ :- ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ - Naveen files nomination

ଆଡମିରାଲ ତ୍ରିପାଠୀ ଭାରତୀୟ ନୌସେନା ଜାହାଜ ଆଏନଏସ ବିନାଶ, କିର୍ଚ ଏବଂ ତ୍ରିଶୁଳର ନେତୃତ୍ୱ ନେଇସାରିଛନ୍ତି । ପଶ୍ଚିମ ଫ୍ଲିଟର ଫ୍ଲିଟ୍ ଅପରେସନ୍ ଅଫିସରଙ୍କ ସମେତ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଏବଂ କର୍ମଚାରୀ ନିଯୁକ୍ତି ମଧ୍ୟ କରିଛନ୍ତି । ଏବେ ସାମୁଦ୍ରିକ ଆହ୍ବାନ ବଢିବା ସହ ଭାରତୀୟ ନୌସେନାର ନବୀକରଣ ମଧ୍ୟ ଜାରି ରହିଛି । ତେଣୁ ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆଡମିରାଲ ତ୍ରିପାଠୀ ଭାରତୀୟ ନୌବାହିନୀର ପ୍ରମୁଖ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.