ଓଡିଶା

odisha

ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କ ଯାଞ୍ଚ ଚାଲିଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By ETV Bharat Odisha Team

Published : Dec 26, 2023, 5:02 PM IST

Bijay Mohapatra On COVID Situation: ରାଜ୍ୟରେ ବଢୁଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ତେବେ ସପ୍ତାହରେ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କ ଯାଞ୍ଚ ଚାଲିଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Bijay Mohapatra On COVID Situation
Bijay Mohapatra On COVID Situation

Bijay Mohapatra On COVID Situation

ଭୁବନେଶ୍ବର: ଦେଶ ପରେ ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ସପ୍ତାହେ ମଧ୍ୟରେ ଓଡିଶାରୁ 3ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ତେବେ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ବ୍ୟାପିବାରେ ଲାଗିଥିବା ବେଳେ ଏହି ସଂକ୍ରମିତ ଜେଏନ 1ରେ ଆକ୍ରାନ୍ତ କି ନୁହେଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆଜି(ମଙ୍ଗଳବାର) ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ପ୍ରଥମ ଦୁଇଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିନଥିବା ବେଳେ ତୃତୀୟ ଜଣଙ୍କର ଯାଞ୍ଚ ଚାଲିଥିବା ନେଇ ସେ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ଟି କୋଭିଡ ରୋଗୀ ଚିହ୍ନଟ ଯୋଇଛନ୍ତି। ପ୍ରଥମ ଦୁଇ ଜଣ ରୋଗୀ କଟକର ହୋଇଥିବା ବେଳେ ଗତ 24 ଘଣ୍ଟାରେ ଆଉ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ପ୍ରୋଟୋକଲ ଅନୁସାରେ କେସ ଷ୍ଟଡି କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟୋରୀ ନାହିଁ। ଅନ୍ୟପଟେ ତୃତୀୟଙ୍କ ଯାଞ୍ଚ ଚାଲିଛି। ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି। କିନ୍ତୁ ସଂକ୍ରମିତଙ୍କ ଲକ୍ଷଣ ଦେଖାଯାଉ ନାହିଁ। ରେସ୍ପିରେଟୋରୀ ସିଣ୍ଡ୍ରୋମ ରହୁଛି। କେବଳ ଥଣ୍ଡା, କାଶ ସମସ୍ୟା ଦେଖାଯାଉଥିବା ବେଳେ ସମସ୍ତେ ଘରେ ରହିଛନ୍ତି।"

ପ୍ରଥମ ଦୁଇ ରୋଗୀ କଟକର:ପ୍ରଥମ ଥର ଡିସେମ୍ବର 23 ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଗତକାଲି(ସେମବାର) ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ଅର୍ଥାତ ଗତ 24 ଘଣ୍ଟାରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିନଥିବା ବେଳେ ତୃତୀୟଙ୍କ ଯାଞ୍ଚ ଚାଲିଛି। ସର୍ଭିଲାନ୍ସ ବୃଦ୍ଧି କରାଯିବ, ଯଦି ଲକ୍ଷଣ ଦେଖାଯାଉଛି ତାହେଲେ ମାସ୍କ ପିନ୍ଧିବା ସହିତ ଟେଷ୍ଟିଂ କରାନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପଟେ ସମସ୍ତଙ୍କର ଜୀନମ ସିକ୍ୟୁଏଶିଂ ପାଇଁ ପଠାଇ ଦିଆଯାଇଛି। ଖୁବ୍ ଶୀଘ୍ର ରିପୋର୍ଟ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଅଧିକ ପଢନ୍ତୁ: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସପ୍ତାହରେ 3 ମାମଲା

ସୂଚନା ଅନୁଯାୟୀ, ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ ଜେ ଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି। ତେବେ ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି ତାହା ନେଚୁରାଲ। କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଲରକାରଙ୍କ ପକ୍ଷରୁ ଗାଇଡଲାିନ ଜାରି କରାଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ମଧ୍ୟ ରହିଛି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details