ଓଡିଶା

odisha

ଇଦ୍-ଉଲ୍-ଜୁହା ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

By

Published : Jul 20, 2021, 10:50 PM IST

ଦେଶ ତଥା ରାଜ୍ୟରେ ଇସଲାମିକ ଧର୍ମାବଲମ୍ବୀ ଲୋକେ ବକ୍ରୀଦ ପାଳନ ନେଇ କୋଭିଡ କଟକଣାକୁ ମାନି ଚାଲିଛି ପ୍ରସ୍ତୁତି ପର୍ବ । ଅଧିକ ପଢନ୍ତୁ...

ଇଦ୍-ଉଲ୍-ଜୁହା ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ଇଦ୍-ଉଲ୍-ଜୁହା ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

କେନ୍ଦ୍ରାପଡା:ଇସଲାମ ଧର୍ମର ମହାନ ପର୍ବ ପବିତ୍ର ଇଦ-ଉଲ-ଜୁହା (ବକ୍ରୀଇଦ) ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଜଣ ଓଏଏସ(OAS) ଏବଂ ୭ଜଣ ଓଆରଏସ(ORAS)ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଇଦ୍-ଉଲ୍-ଜୁହା ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆଙ୍କୁ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ଅଞ୍ଚଳ, ଡେପୁଟି କଲେକ୍ଟର ନମିତା ବାରିକଙ୍କୁ ପୁରୁଣା ବସଷ୍ଟାଣ୍ଡ, ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ବଡହାଟ ଦାୟିତ୍ୱ,ଡେରାବିଶ୍ ତହସିଲଦାର ସମ୍ବିତ ଶତପଥିଙ୍କୁ ଡେରାବିଶ୍ ଥାନା ଅଧିନସ୍ଥ ସମସ୍ତ ବସ୍ତି ଦାୟିତ୍ୱ ମିଳିଥିବା ବେଳେ ଡେରାବିଶ୍ ଅତିରିକ୍ତ ତହସିଲଦାର ପ୍ରମୋଦ ମହାନ୍ତିଙ୍କୁ ସଦର ଥାନା ଅଧିନ ଅଞ୍ଚଳ, ମାର୍ଶାଘାଇ ଅତିରିକ୍ତ ତହସିଲଦାର ଜିତେନ୍ଦ୍ରିୟ ଦାସଙ୍କୁ ମାର୍ଶାଘାଇ ଥାନା ଅଞ୍ଚଳ, ଗରଦପୁର ତହସିଲଦାର ଅଶୋକ ବେହେରାଙ୍କୁ ପାଟକୁରା ଥାନା ଅଞ୍ଚଳ, ମହାକାଳପଡ଼ା ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀଙ୍କୁ ମହାକାଳପଡ଼ା ଥାନା ଅଞ୍ଚଳ, କେନ୍ଦ୍ରାପଡ଼ା ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ନିକିରାଇ ଥାନା ଅଞ୍ଚଳ, ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ମହାନ୍ତିଙ୍କୁ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ, ରାଜନଗର ତହସିଲଦାର ଭୋଳାନାଥ ସେଠୀଙ୍କୁ ରାଜନଗର ଥାନା ଅଞ୍ଚଳ,ରାଜକନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କୁ ରାଜକନିକା ଥାନା ଅଞ୍ଚଳ,ଆଳି ତହସିଲଦାର ତପନ ସେନାପତିଙ୍କୁ ଆଳି ଥାନା ଅଞ୍ଚଳ, ଆଳି ଅତିରିକ୍ତ ତହସିଲଦାର ସୁଶାନ୍ତ ନାୟକଙ୍କୁ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦାୟିତ୍ବ ଦେଇଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧକ୍ରମେ ଜିଲ୍ଲାର ମୁସଲିମ ସମ୍ପ୍ରଦାୟର ଲୋକମାନେ ବାସ କରୁଥିବା ଏହି ଅଞ୍ଚଳ ମାନଙ୍କରେ ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିବା ପାଇଁ ଆଜି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଚିଠି ନଂ ୫୯୯୨ରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସମ୍ପୃକ୍ତ ଅଧିକାରୀମାନେ ଆସନ୍ତାକାଲି ଅର୍ଥାତ ୨୧ଜୁଲାଇ ଠାରୁ ୨୩ଜୁଲାଇ ପର୍ଯ୍ୟନ୍ତ ଏସମସ୍ତ ସ୍ଥାନ ମାନଙ୍କରେ ପୋଲିସ ବାହିନୀ ସହ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details