ଓଡିଶା

odisha

କେନ୍ଦ୍ରାପଡ଼ାର ୧୨୭ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ

By

Published : Jan 28, 2021, 6:18 AM IST

ଗତ କିଛି ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାରୁ ନିଖୋଜ ହୋଇଥିବା ନାବାଳିକା ମାନଙ୍କ ମଧ୍ୟରୁ ୧୨୭ ଜଣଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ନିକଟକୁ ଫେରାଇ ଦେଇଛି କେନ୍ଦ୍ରାପଡ଼ା ପୋଲିସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ାରେ ୧୨୭ ନିଖୋଜ ନାବାଳିକା ଉଦ୍ଧାର କଲା ପୋଲିସ
କେନ୍ଦ୍ରାପଡ଼ାରେ ୧୨୭ ନିଖୋଜ ନାବାଳିକା ଉଦ୍ଧାର କଲା ପୋଲିସ

କେନ୍ଦ୍ରାପଡ଼ା: ଗତ କିଛି ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାରୁ ନିଖୋଜ ହୋଇଥିବା ନାବାଳିକା ମାନଙ୍କ ମଧ୍ୟରୁ ୧୨୭ ଜଣଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ନିକଟକୁ ଫେରାଇ ଦେଇଛି କେନ୍ଦ୍ରାପଡ଼ା ପୋଲିସ । ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ଜାନୁଆରୀ ୧୮ ତାରିଖରୁ ୨୫ ତାରିଖ ସାତଦିନ ଧରି ଦେଶର ବିଭିନ୍ନ ସ୍ଥାନରୁ ଏହି ନାବାଳିକା ମାନଙ୍କୁ କେନ୍ଦ୍ରାପଡ଼ା ଡିଏସପି କାର୍ତ୍ତିକ ମଲ୍ଲିକ ଓ ଡିଆଇବି ଇନ୍ସପେକ୍ଟର ସସ୍ମିତା ବେହେରାଙ୍କ ନେତୃତ୍ୱାଧୀନ ଟିମ ଉଦ୍ଧାର କରିଛି ।

କେନ୍ଦ୍ରାପଡ଼ାରେ ୧୨୭ ନିଖୋଜ ନାବାଳିକା ଉଦ୍ଧାର କଲା ପୋଲିସ

ପଟ୍ଟାମୁଣ୍ଡାଇ ଥାନା ଅଧିନରେ ନିଖୋଜ ଥିବା ୩୩ ଜଣ ନାବାଳିକାଙ୍କ ମଧ୍ୟରୁ ୨୨, ପାଟକୁରା ଅଧିନରେ ୩୪ରୁ ୧୬, ସଦର ଥାନା ଅଧିନରେ ୨୭ରୁ ୧୫, ମାର୍ଶାଘାଇ ଅଧିନରେ ୨୦ରୁ ୧୫, ଆଳି ଅଧିନରେ ୨୭ରୁ ୧୫, ଡେରାବିଶ୍ ଅଧିନରେ ୧୩ରୁ ୧୦, ଜମ୍ବୁ ମେରାଇନ ଅଧିନରେ ୮ରୁ ୭, ଟାଉନ ଥାନା ଅଧିନରେ ୯ରୁ ୬, ରାଜକନିକା ଅଧିନରେ ୧୮ରୁ ୬, ତନ୍ତିଆପାଳ ମେରାଇନ ଅଧିନରେ ୯ରୁ ୪, ରାଜନଗର ଅଧିନରେ ୯ରୁ ୪, ମହାକାଳପଡ଼ା ଅଧିନରେ ୬ରୁ ୩, ତାଳଚୁଆ ମେରାଇନ ଅଧିନରେ ୮ରୁ ୩ ଓ ନିକିରାଇ ଥାନା ଅଧିନରେ ନିଖୋଜ ଥିବା ୪ଜଣରୁ ଜଣଙ୍କୁ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ପୋଲିସ ।

ଏହିକ୍ରମରେ ଜିଲ୍ଲାରେ ନିଖୋଜ ଜନିତ ଉଦ୍ଧାର ୫୬% ଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ସେହିପରି ଏହି ଉଦ୍ଧାର କାର୍ଯ୍ୟ ସହଜ ନଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କ ଦୃଢ଼ ମନୋବଳ ଯୋଗୁଁ ଏହା ସଫଳ ହୋଇଛି । ଏହାର ସମସ୍ତ ଶ୍ରେୟ ସମସ୍ତଙ୍କର ବୋଲି କହିଛନ୍ତି ଏସପି ଓ ଟିମର ନେତୃତ୍ୱ ନେଇଥିବା ଆଇଆଇସି କହିଛନ୍ତି । ନିଜନିଜର ନିଖୋଜ ଝିଅ ମାନଙ୍କୁ ପାଇ ସେମାନେ ବହୁତ ଖୁସି ଓ ଏଥିପାଇଁ ଜିଲ୍ଲା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ନିଖୋଜ ହୋଇଥିବା ନାବାଳିକାଙ୍କ ପରିବାରବର୍ଗ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details