ଓଡିଶା

odisha

ମୁହଁରେ ମାସ୍କ ନଥିବାରୁ ଜିଲ୍ଲାପାଳଙ୍କ ବିରକ୍ତି ପ୍ରକାଶ, ସରକାରୀ କର୍ମଚାରୀଙ୍କୁ ଚେତାବନୀ

By

Published : Oct 18, 2020, 7:17 PM IST

କର୍ମଚାରୀ ମାସ୍କ ପିନ୍ଧି ନଥିବା ଦେଖି ସେମାନଙ୍କୁ ତାଗିଦ କରିବା ସହ ବିରକ୍ତି ପ୍ରକାଶ କରିଥିଲେ ଜଗତସିଂହପୁର ଜିଲ୍ଲାପାଳ । ଅଧିକ ପଢନ୍ତୁ...

ମୁହଁରେ ମାସ୍କ ନଥିବାରୁ ଜିଲ୍ଲାପାଳଙ୍କ ବିରକ୍ତି ପ୍ରକାଶ, ସରକାରୀ କର୍ମଚାରୀଙ୍କୁ ଚେତାବନୀ
ମୁହଁରେ ମାସ୍କ ନଥିବାରୁ ଜିଲ୍ଲାପାଳଙ୍କ ବିରକ୍ତି ପ୍ରକାଶ, ସରକାରୀ କର୍ମଚାରୀଙ୍କୁ ଚେତାବନୀ

ଜଗତସିଂହପୁର: ଜିଲ୍ଲାପାଳଙ୍କ ଚରମ ବାଣୀ । କୌଣସି ସରକାରୀ କର୍ମଚାରୀ ବିନା ମାସ୍କରେ ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରବିବାର ତର୍ତ୍ତୋଳ ଉପନିର୍ବାଚନକୁ ନେଇ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଜିଲ୍ଲାପାଳ ଏଠାରେ ଆସି ପହଞ୍ଚିଥିଲେ । ଏହି ସମୟରେ କେତେକ କର୍ମଚାରୀ ମାସ୍କ ପିନ୍ଧି ନଥିବା ଦେଖି ସେମାନଙ୍କୁ ତାଗିଦ କରିବା ସହ ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ ।

ନିର୍ବାଚନୀ ମୈଦାନରେ ଚାଲିଥିବା ପ୍ରସ୍ତୁତି ମଧ୍ୟରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । କେହି କେହି ମାସ୍କ ପିନ୍ଧୁ ନଥିବା ବେଳେ ଆଉ କିଛି ଜଣ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳିଛି ।

ନିକଟରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଜନ୍ମ ଦିନକୁ ବିନା ମାସ୍କରେ ପାଳନ କରିଥିବା ନେଇ ଶାସକ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ତୁମ୍ଭିତୋଫାନ । ଅନ୍ୟପକ୍ଷରେ ଶାସକ ଦଳର ମଧ୍ୟ ଅନେକ ନେତା ମନ୍ତ୍ରୀ ମାସ୍କ ନପିନ୍ଧି କୋଭିଡ ନିୟମ ଉଲ୍ଲ୍ଂଘନ କରୁଥିବା ଅଭିଯୋଗ କରିଥିଲେ ଅପରାଜିତା । ତେବେ ନେତାମନ୍ତ୍ରୀଙ୍କ କଥ ଦୂରରେ ଥାଉ, ଏଠି ଖୋଦ ସରକାରୀ କର୍ମଚାରୀ ମଧ୍ୟ କରୁଛନ୍ତି ନିୟମ ଉଲ୍ଲଂଘନ ।

ଯଦି କେହି ବିନା ମାସ୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରନ୍ତି ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details