ଓଡିଶା

odisha

ଶ୍ରମିକଙ୍କ ଟଙ୍କା ହଡପ ଅଭିଯୋଗ, ବନ ବିଭାଗର ତଦନ୍ତ ଆରମ୍ଭ

By

Published : Mar 23, 2022, 7:55 PM IST

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ବନପାଳ ଜଗନ୍ନାଥ ନାଗଙ୍କ ନାଁରେ ଶ୍ରମିକଙ୍କ ଟଙ୍କା ଆତ୍ମସାତ ଅଭିଯୋଗର ତଦନ୍ତ ଆରମ୍ଭ । ତେବେ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଗତକାଲି ୬ଟି ବନ ସୁରକ୍ଷା ସମିତିର ସଦସ୍ୟ ଓ ଶ୍ରମିକ ମାନେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ

ଶ୍ରମିକଙ୍କ ଟଙ୍କା ହଡପ ଅଭିଯୋଗ, ବନ ବିଭାଗର ତଦନ୍ତ ଆରମ୍ଭ
ଶ୍ରମିକଙ୍କ ଟଙ୍କା ହଡପ ଅଭିଯୋଗ, ବନ ବିଭାଗର ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ବନପାଳ ଜଗନ୍ନାଥ ନାଗଙ୍କ ନାଁରେ ଶ୍ରମିକଙ୍କ ଟଙ୍କା ଆତ୍ମସାତ ଅଭିଯୋଗର ତଦନ୍ତ ଆରମ୍ଭ । ତେବେ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଗତକାଲି ୬ଟି ବନ ସୁରକ୍ଷା ସମିତିର ସଦସ୍ୟ ଓ ଶ୍ରମିକ ମାନେ ଧାରଣା ଦେଇଥିଲେ । ଗତକାଲି ବନ ସୁରକ୍ଷା ସମିତି ଓ ଶ୍ରମିକ ମାନଙ୍କ ସହିତ ଧର୍ମଗଡ଼ ବନ୍ୟାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କଅଁର ପହଞ୍ଚି ଆଲୋଚନା କରି ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ ।

ଶ୍ରମିକଙ୍କ ଟଙ୍କା ହଡପ ଅଭିଯୋଗ, ବନ ବିଭାଗର ତଦନ୍ତ ଆରମ୍ଭ

ଅନ୍ୟପଟେ ଆଜି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତକାରୀ ଟିମ ଆମପାଣି ଫରେଷ୍ଟ କାର୍ଯ୍ୟାଳୟରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ବନ ସୁରକ୍ଷା ସମିତି ଓ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତିି । ଏଥିସହ ବିଭିନ୍ନ ଅଭିଯୋଗର ତଦନ୍ତ ନେଇ ଜିଲ୍ଲା ବନ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details