ଓଡିଶା

odisha

ମେଲବୋର୍ଣ୍ଣ ଟାଇଟେଲ୍‌ ଜିତିଲେ ରାଫେଲ ନାଦାଲ

By

Published : Jan 9, 2022, 9:35 PM IST

Nadal beats Cressy to lift Melbourne Summer Set trophy
ମେଲବୋର୍ଣ୍ଣ ଟାଇଟେଲ୍‌ ଜିତିଲେ ରାଫେଲ ନାଦାଲ

ଆମେରିକୀୟ ଖେଳାଳି ମାକ୍ସିମେ କ୍ରେସିଙ୍କୁ ରବିବାର ଫାଇନାଲ ମୁକାବିଲାରେ ହରାଇ ମେଲବୋର୍ଣ୍ଣ ସମର ସେଟ୍‌ ଟାଇଟେଲ ବିଜେତା ହୋଇଛନ୍ତି ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ):ପୁଣି କୋର୍ଟରେ ଦମ ଦେଖାଇଲେ ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ଆମେରିକୀୟ ଖେଳାଳି ମାକ୍ସିମେ କ୍ରେସିଙ୍କୁ ରବିବାର ଫାଇନାଲ ମୁକାବିଲାରେ ହରାଇ ମେଲବୋର୍ଣ୍ଣ ସମର ସେଟ୍‌ ଟାଇଟେଲ ବିଜେତା ହୋଇଛନ୍ତି ନାଦାଲ । ୩୫ ବର୍ଷୀୟ ନାଦାଲ ମ୍ୟାଚ୍‌ରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିବା ସହ ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ଯୋଡି ବୋପାନ୍ନ ଓ ରାମାନାଥନ ଆଡିଲେଡ୍‌ ଡବଲ୍ସ ଟାଇଟେଲ ବିଜେତା

ଏକ ଘଣ୍ଟା ୪୪ ମିନିଟ ଧରି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆମେରିକୀୟ ପ୍ରତିନ୍ଦ୍ବନ୍ଦ୍ବୀ କ୍ରେସିଙ୍କୁ ୭-୬(୬), ୬-୩ ସେଟ୍‌ରେ ମାତ୍‌ ଦେଇଥିଲେ ନାଦାଲ । ୨୦୨୧ ସିଜିନରେ ଆହତ ହେବାପରେ ସ୍ପାନିସ ଖେଳାଳି ଅଗଷ୍ଟ ମାସ ଠାରୁ ପ୍ରଥମ ଥର ମ୍ୟାଚ୍‌ ଖେଳିଥିଲେ । ବିଶ୍ବ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଭେଟେରାନ ଟେନିସ ଷ୍ଟାର ମେଲବୋର୍ଣ୍ଣରେ ଫର୍ମାରେ ନଜର ଆସିଛନ୍ତି । ATP ୨୫୦ ଇଭେଣ୍ଟରେ ଅପରାଜେୟ ରହିବା ସହ ୮୯ତମ ଟୁର୍‌ ଲେଭଲ ତାଜ ହାତେଇଛନ୍ତି ।

ମାର୍ଚ୍ଚ ୨୦୧୯ରେ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନସିପରେ ନୋଭାକ ଜୋକଭିକଙ୍କ ଠାରୁ ପରାସ୍ତ ହେବାପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ପ୍ରତିନ୍ଦ୍ବନ୍ଦ୍ବୀତାରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ସହ ୨୦୦୪ ଠାରୁ ପ୍ରତିବର୍ଷ ଅତିକମରେ ଗୋଟିଏ ଟୁର୍‌ ଲେଭଲ ଟାଇଟେଲ ବିଜୟଧାରା ଜାରି ରଖିଛନ୍ତି ନାଦାଲ ।

IANS

ABOUT THE AUTHOR

...view details