ଓଡିଶା

odisha

World Culture Festival 2023: ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

By ETV Bharat Odisha Team

Published : Sep 30, 2023, 10:46 PM IST

Updated : Sep 30, 2023, 11:08 PM IST

ଆମେରିକାରେ ଆୟୋଜିତ ହେଲା ବିଶ୍ବ ସଂସ୍କୃତି ମହୋତ୍ସବ । ଶାନ୍ତିର ବାର୍ତ୍ତା ଦେଲେ ଆଧ୍ୟାତ୍ମିକ ଗରୁ ତଥା ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର । ଅଧିକ ପଢନ୍ତୁ

World Culture Festival 2023
World Culture Festival 2023

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

ୱାଶିଂଟନ:ଆମେରିକାରେ ଆୟୋଜିତ ହେଲା ଚତୁର୍ଥ ବିଶ୍ବ ସଂସ୍କୃତି ମହୋତ୍ସବ । ଆଜି (ଶନିବାର) ମହୋତ୍ସବର ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ଗରୁ ତଥା ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ନ୍ୟାସନାଲ ମଲ୍‌ରେ ଯୋଗ ଏବଂ ଧ୍ୟାନ ଅଧିବେଶନର ନେତୃତ୍ବ ନେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ହଜାର ହଜାର ଲୋକଙ୍କୁ ସେ ଆଧ୍ୟାତ୍ମିକ ବାର୍ତ୍ତା ବାଣ୍ଟିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ବିଶ୍ବର କୋଣ ଅନୁକୋଣରୁ ଅନେକ କଳାକାର ଯୋଗ ଦେଇ ନିଜ ଅଞ୍ଚଳର କଳା ସଂସ୍କୃତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ମହୋତ୍ସବର ପ୍ରଥମ ଦିନରେ ଗତକାଲି ୱାଶିଟଂନ ଡିସିରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନସିକ ଶାନ୍ତି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଶାନ୍ତିର ବାର୍ତ୍ତା ଦେଇଥିଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର । ଏ ନେଇ ସେ କହିଥିଲେ, "ଆଜି ଆମେ ଯେପରି ଦେଖୁଛୁ, ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ସମସ୍ୟା । ଗୋଟିଏ ପଟେ ଆକ୍ରୋଶ ଓ ସାମାଜିକ ହିଂସା ରହିଥିବା ବେଳେ ଅନ୍ୟପଟେ ରହିଛି ଉଦାସୀନତା ଏବଂ ଆତ୍ମହତ୍ୟା । ଏହା (ବିଶ୍ବ ସଂସ୍କୃତି ମହୋତ୍ସବ) ହେଉଛି ଏକ ଉତ୍ସବ ଯାହା ଆମକୁ ମନର ଏହି ଅସନ୍ତୁଷ୍ଟରୁ ବାହାରିବାରେ ସାହାଯ୍ୟ କରିଥାଏ ।"

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ଏହା ବି ପଢନ୍ତୁ- Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

ସେ ଆହୁରି କହିଛନ୍ତି, "ମୁଁ ଜଣେ ଡ୍ରିମର । ଆମେ ସମସ୍ତେ ଜଣେ ଜଣେ ଡ୍ରିମର । ଆମେ ସମସ୍ତେ ସ୍ବପ୍ନ ଦେଖୁ । ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ, ସେତେବେଳେ ଆମେ ଏହାକୁ ବନ୍ଦ କରିବା ଉଚିତ । ଏଣୁ ଶାନ୍ତ ରୁହନ୍ତୁ.. ବର୍ତ୍ତମାନକୁ ଫେରନ୍ତୁ । ଯେତେବେଳେ ଆମେ ବିଶ୍ବାସ କରୁଛୁ ଯେ ଗୋଟିଏ ବିଶ୍ବ ଗୋଟିଏ ପରିବାର, ତେବେ ଆମେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ କାମ କରିବା । ତେଣୁ ଆସନ୍ତୁ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଓ ଦୁଃଖୀଙ୍କ ଲୁହ ପୋଛିବା ।"

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ଆଜି ଏହି ମହୋତ୍ସବର ଦ୍ବିତୀୟ ଦିନରେ ଶ୍ରୀ ଶ୍ରୀ ରବି ଶଙ୍କର ଏହି 3 ଦିନିଆ ମହୋତ୍ସବ ବିଶ୍ବର ଅବିଶ୍ବସନୀୟ ପ୍ରତିଭାକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଂଶଗ୍ରହଣକାରୀମାନେ ଏକ ନିଆରା ଅନୁଭୂତି ସାଉଣ୍ଟିଛନ୍ତି । ସେପଟେ ଅନ୍ୟ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ରହିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ନାଇଜେରିଆ ପୂର୍ବତନ ରାଷ୍ଟ୍ରପତି ଓଲୁସେଗନ ଓବାସାନଜୁ, ୟୁରୋପୀୟ ସଂସଦର ପୂର୍ବତନ ଭିପି ରିଚାର୍ଡ, ପୂର୍ବତନ ଜାପାନ ମନ୍ତ୍ରୀ ହାକୁବୁନ ସିମୋମୁରା ।

ଆର୍ଟ ଅଫ ଲିଭିଂ ସମ୍ପର୍କରେ...

1981 ମସିହାରେ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ଆର୍ଟ ଅଫ୍ ଲିଭିଂ । ମାନସିକ ଚାପରୁ ବର୍ତ୍ତିବା ଏବଂ ସେବା କାର୍ଯ୍ୟରେ ନିୟୋଜିତ ରହିଛି ଏହି ସଂଗଠନ । ଏହି ସଂଗଠନ 156ଟି ଦେଶରେ କାର୍ଯ୍ୟ କରୁଥିବା ବେଳେ 450 ମିଲିୟନରୁ ଅଧିକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇପାରିଛି ।

Last Updated :Sep 30, 2023, 11:08 PM IST

ABOUT THE AUTHOR

...view details