ଓଡିଶା

odisha

The Vaccine War: ଟାଇମ ସ୍କୋୟାରରେ ଗ୍ରାଣ୍ଡ କ୍ୟାମ୍ପେନ, ଦର୍ଶକଙ୍କ ମନ ଜିତିଲା ଶାସ୍ତ୍ରୀୟ ନୃତ୍ୟ

By ETV Bharat Odisha Team

Published : Sep 6, 2023, 8:03 AM IST

ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର୍' ସହ ପୁଣି ଧମାକା କରିବାକୁ ଯାଉଛନ୍ତି । ରିଲିଜ ପୂର୍ବରୁ ଫିଲ୍ମ ଚର୍ଚ୍ଚାରେ ରହିଆସୁଛି । ବର୍ତ୍ତମାନ ଟାଇମ୍ସ ସ୍କୋୟାରରେ ଏହାର ଗ୍ରାଣ୍ଡ କ୍ୟାମ୍ପେନ କରାଯାଇଛି । ଯାହାର ଭିଡିଓ ନିର୍ମାତା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନଜର ପକାନ୍ତୁ ଭିଡିଓ ଉପରେ

ଟାଇମ ସ୍କୋୟାରରେ 'ଦ ଭ୍ୟାକ୍ସିନ ୱାର'ର ଗ୍ରାଣ୍ଡ କ୍ୟାମ୍ପେନ, ଦର୍ଶକଙ୍କ ମନ ଜିତିଲା ଶାସ୍ତ୍ରୀୟ ନୃତ୍ୟ
ଟାଇମ ସ୍କୋୟାରରେ 'ଦ ଭ୍ୟାକ୍ସିନ ୱାର'ର ଗ୍ରାଣ୍ଡ କ୍ୟାମ୍ପେନ, ଦର୍ଶକଙ୍କ ମନ ଜିତିଲା ଶାସ୍ତ୍ରୀୟ ନୃତ୍ୟ

ମୁମ୍ବାଇ: ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ପଲ୍ଲବୀ ଯୋଶୀଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର୍' ସେପ୍ଟେମ୍ବର 28ରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହେବା ଠାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ 'ଦ ଭ୍ୟାକ୍ସିନ୍ ୱାର୍' ସହ ଜଡିତ ଟାଇମ୍ସ ସ୍କୋୟାରର ଏକ ଭିଡିଓ ସେୟାର କରିଛନ୍ତି ।

ବିବେକ ଅଗ୍ନିହୋତ୍ରୀ ନିଜ ଟ୍ୱିଟରରେ ଟାଇମ୍ସ ସ୍କୋୟାରର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏକ ଡ୍ୟାନ୍ସ ଗୋଷ୍ଠୀ ପାରମ୍ପାରିକ ପୋଷାକରେ କଥକ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବିବେକ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି ଯେ ଫ୍ଲାସ୍ ମୋବ୍ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସନାତନ ଋକବେଦର ନାସଦିଆ ସୁକ୍ତ ଯାହା 'ଦ ଭ୍ୟାକ୍ସିନ୍ ୱାର୍' ସହ ଜଡିତ ତାହାକୁ କଥକ ଫର୍ମରେ ପ୍ରଦର୍ଶନ କରିଛନ୍ତି କିଛି ନୃତ୍ୟଶିଳ୍ପୀ । ଏହା ସେୟାର କରି ସେ ଲେଖିଛନ୍ତି, G20 ସମ୍ମିଳନୀ ପୂର୍ବରୁ ଇତିହାସ ରଚାଯାଇଛି । ଦିନେ ଦ ଭ୍ୟାକ୍ସିନ ୱାରରୁ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଥିଲା । ଏହି ବିଜ୍ଞାନ ଉପରେ ନାସଦିଆ ସୁକ୍ତର ପ୍ରଦର୍ଶନ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କଥକ ଶୈଳୀରେ କରାଯିବ ବୋଲି କେହି ଭାବିନଥିବେ । ସେ ଏହା ମଧ୍ୟ ଲେଖିଛନ୍ତି 'କେହି କେବେ ବି ସନାତନକୁ ବିନାଶ କରିପାରିବ ନାହିଁ।'

ତେବେ ଏହି ଡ୍ୟାନ୍ସଫର୍ମ ସେଠାରେ ଉପସ୍ଥିତ ଦର୍ଶକଙ୍କ ମନ ଜିତିଥିଲା । ସମସ୍ତେ କରତାଳି ଦେଇ ପ୍ରଶଂସା କରିଥିଲେ । ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ପଲ୍ଲବୀ ଯୋଶୀ ଆଜିକାଲି 'ଦ ଭ୍ୟାକସିନ ୱାର'ର ପ୍ରମୋସନ କରୁଛନ୍ତି । ଏଥିପାଇଁ ଫିଲ୍ମର ନିର୍ମାତାମାନେ ଆମେରିକାର ଅନେକ ଇଭେଣ୍ଟ ଏବଂ ସ୍କ୍ରିନିଂରେ ବ୍ୟସ୍ତ ଅଛନ୍ତି । ଖୁବ୍ ଶୀଘ୍ର ' ଦ ଭ୍ୟାକ୍ସିନ୍ ୱାର' ନେଇ ଭାରତରେ ପ୍ରମୋସନ ଆରମ୍ଭ ହେବ।

ଏହା ମଧ୍ୟ ପଢନ୍ତୁ:'ଦ ଭ୍ୟାକ୍ସିନ ୱାର'ର ପ୍ରଶଂସାରେ ଆର୍ ମାଧବନ, ପ୍ରଚାର କହି ଟ୍ରୋଲ କଲେ ୟୁଜର୍ସ

ବିବେକ ଅଗ୍ନିହୋତ୍ରୀ 15 ଅଗଷ୍ଟରେ ଫିଲ୍ମର ଟିଜର ରିଲିଜ କରି ରିଲିଜ ତାରିଖ ଘୋଷଣା କରିଥିଲେ ଏବଂ ଏହି ଫିଲ୍ମଟି 28 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ବିବେକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ନାନା ପାଟେକର, ସପ୍ତମୀ ଗୌଡା ଏବଂ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି COVID-19 ମହାମାରୀ ସମୟରେ ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଏହା ସହିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା 10ଟି ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details