ETV Bharat / entertainment

'ଦ ଭ୍ୟାକ୍ସିନ ୱାର'ର ପ୍ରଶଂସାରେ ଆର୍ ମାଧବନ, ପ୍ରଚାର କହି ଟ୍ରୋଲ କଲେ ୟୁଜର୍ସ

author img

By ETV Bharat Odisha Team

Published : Aug 28, 2023, 1:47 PM IST

ବିବେକ ଅଗ୍ନିହୋତ୍ରୀ ଫିଲ୍ମ 'ଦ ଭ୍ୟାକ୍ସିନ ୱାର'କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ଅଭିନେତା ଆର୍ ମାଧବନ ଫିଲ୍ମକୁ ଦେଖିଛନ୍ତି । ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମ ଏବଂ ନିର୍ଦ୍ଦେଶକଙ୍କ ପ୍ରଶଂସା କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ

'ଦ ଭ୍ୟାକ୍ସିନ ୱାର'ର ପ୍ରଶଂସାରେ ଆର୍ ମାଧବନ, ପ୍ରଚାର କହି ଟ୍ରୋଲ କଲେ ୟୁଜର୍ସ
'ଦ ଭ୍ୟାକ୍ସିନ ୱାର'ର ପ୍ରଶଂସାରେ ଆର୍ ମାଧବନ, ପ୍ରଚାର କହି ଟ୍ରୋଲ କଲେ ୟୁଜର୍ସ

ହାଇଦ୍ରାବାଦ: ଖୁବଶୀଘ୍ର ରିଲିଜ ହେବ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଭ୍ୟାକ୍ସିନ ୱାର' । କୋଭିଡ 19 ସମୟର ଲଢେଇ ଏବଂ ବୈଜ୍ଞାନିକଙ୍କ ସଫଳତାଙ୍କ ଉପରେ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମର ଟିଜର ରିଲିଜ ହେବା ଦିନ ଠାରୁ ସମସ୍ତେ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଅଭିନେତା ଆର୍ ମାଧବନ ବିବେକଙ୍କ ଫିଲ୍ମ ଦ ଭ୍ୟାକ୍ସିନ ୱାର ଦେଖିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେବା ସହ ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି । ତେବେ ଏହି ପୋଷ୍ଟ ସେୟାର ହେବା ପରେ ୟୁଜର୍ସ ଅଭିନେତାଙ୍କୁ ଫିଲ୍ମ ପ୍ରଚାରକ କହି ଟ୍ରୋଲ କରିଛନ୍ତି ।

ମାଧବନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । କ୍ୟାପସନରେ ଲେଖିଛନ୍ତି, ଦ ଭ୍ୟାକ୍ସିନ ୱାର ଦେଖିଲି, ଭାରତୀୟ କମ୍ୟୁନିଟିଙ୍କ ଉପଲବ୍ଧି ଏବଂ ବଳିଦାନ ଦେଖି ମୋର ମୁଣ୍ଡ ବୁଲାଇଲା । ଏମାନେ ଭାରତର ପ୍ରଥମ ଭ୍ୟାକ୍ସିନ ତିଆରି କରି ଦେଶର ସବୁଠାରୁ ବଡ଼ ବିପଦ ସମୟରେ ଆମକୁ ବଞ୍ଚାଇଛନ୍ତି । ଏହି କାହାଣୀ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ପ୍ରସ୍ତୁତ। ଯାହା ଆପଣଙ୍କୁ ଖୁସି କରାଇଦେବ ଏବଂ ଉତ୍ସାହିତ କରିବ।

ସେ ଆହୁରି ଲେଖିଛନ୍ତି, ପୁରା କାଷ୍ଟ ପଲ୍ଲବୀ ଯୋଶୀ, ଅନୁପମ ଖେର, ନାନା ପାଟେକର, ରାଇମା ସେନଙ୍କ ଦମଦାର ପ୍ରଦର୍ଶନ ଆମ ଭାରତୀୟ ବୈଜ୍ଞାନିକ (ମହିଳା)ଙ୍କ ବଳିଦାନ ଏବଂ ଧୈର୍ଯ୍ୟକୁ ବହୁତ ସୁନ୍ଦର ଏବଂ ପ୍ରଭାବଶାଳୀ ଭାବେ ଏହି ଫିଲ୍ମରେ ଦର୍ଶାଇଛନ୍ତି । ଏହିପରି ସେ ଫିଲ୍ମର ପ୍ରଶଂସା ସହ ନିର୍ଦ୍ଦେଶକ ଏବଂ ସମସ୍ତ କାଷ୍ଟଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଫିଲ୍ମକୁ ସମସ୍ତଙ୍କୁ ଥିଏଟରକୁ ଦେଖିବାକୁ ଯାଆନ୍ତୁ ଏବଂ ସୁପର ୱମେନ ମାନଙ୍କ ପାଇଁ ଟିକେଟ କିଣନ୍ତୁ । ଯେଉଁମାନେ ଲକଡାଉନ ସମୟରେ ଆମକୁ ବଞ୍ଚାଇଛନ୍ତି ।

ତେବେ ଏହି ପୋଷ୍ଟ ସେୟାର ହେବା ମାତ୍ରେ ୟୁଜର୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ୟୁଜର୍ସ ଏହି ପ୍ରତିକ୍ରିୟା ନେଇ ଅଭିନେତାଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ମ୍ୟାଡି ତୁମେ ଜଣେ ବିକ୍ରେତା? ଆଉ ଜଣେ ଲେଖିଛନ୍ତି, ଆଉ ଗୋଟେ ପ୍ରଚାର । ଅନ୍ୟ ଜଣେ ଲେଖିଛନ୍ତି, ଆଉ ଗୋଟେ ପ୍ରଚାର ଫିଲ୍ମ । ଅନ୍ୟ ଜଣେ ଲେଖିଛନ୍ତି, ଆମେ ତୁମର ବାଧ୍ୟତା ବୁଝିପାରୁଛୁ । କିନ୍ତୁ ବର୍ତ୍ତମାନ ତୁମେ ଏହାକୁ ନେଇ ଅଧିକା କହୁଛ । ଆଉ ଜଣେ ଅଭିନେତାଙ୍କୁ ଅନଫୋଲିଂ କରୁଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟିଜର ରିଲିଜ, ଦେଖିବାକୁ ମିଳିଲା ପଲ୍ଲବୀ ଯୋଶୀ ଏବଂ ନାନା ପାଟେକରଙ୍କ ଝଲକ

ଏହି ଚଳଚ୍ଚିତ୍ରଟି COVID-19 ମହାମାରୀ ସମୟରେ ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ତେବେ ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ନାନା ପାଟେକର ଏବଂ ସପ୍ତମୀଙ୍କ ପରି ତାରକାମାନେ ମଧ୍ୟ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା 10ଟି ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ସେପ୍ଟେମ୍ବର 28ରେ ଫିଲ୍ମ ସିନେମାହଲରେ ରିଲିଜ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.