ETV Bharat / entertainment

ଆସୁଛି 'ଧଡକ ୨', ତିପ୍ତୀ ଡ୍ରିମିଙ୍କ ସହ ରୋମାନ୍ସ କରିବେ ଏହି ତାରକା - TRIPTI DIMRI NEW FILM

author img

By ETV Bharat Odisha Team

Published : May 27, 2024, 3:13 PM IST

Dhadak 2 Announcement And Teaser: 'ଧଡକ ୨' ସହ ପରଦାରେ ଧମାକା କରିବେ ତିପ୍ତୀ ଡ୍ରିମି । ଆଜି ଫିଲ୍ମ ନିର୍ମାତା କରଣ ଜୋହର ଏହି ଫିଲ୍ମ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଷ୍ଟାରକାଷ୍ଟ ଏବଂ ରିଲିଜ ଡେଟ ଉପରୁ ମଧ୍ୟ ପରଦା ଉଠାଇଛନ୍ତି । ଅଧିକ ପଢନ୍ତୁ

କରଣ ଜୋହର 'ଧଡକ ୨' କଲେ ଘୋଷଣା; ତିପ୍ତୀ ଡ୍ରିମି ସହ ରୋମାନ୍ସ କରିବେ ଏହି ତାରକା
କରଣ ଜୋହର 'ଧଡକ ୨' କଲେ ଘୋଷଣା; ତିପ୍ତୀ ଡ୍ରିମି ସହ ରୋମାନ୍ସ କରିବେ ଏହି ତାରକା (Etv Bharat Odisha)

ହାଇଦ୍ରାବାଦ: ଆନିମଲରେ ଇଣ୍ଟିମେଣ୍ଟ ସିନ ଦେଇ ସୋସିଆଲ ମିଡିଆ ସେନ୍ସେସନ ତଥା ନ୍ୟାସନାଲ କ୍ରସ ପାଲଟିଥିବା ଅଭିନେତ୍ରୀ ତ୍ରିପ୍ତୀ ଡ୍ରିମି ବର୍ତ୍ତମାନ ବଲିଉଡରେ ଜଲୱା ଦେଖିବାକୁ ମିଳିଛି । ଅଭିନେତ୍ରୀଙ୍କ ହାତକୁ ଆସୁଛି ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର । ଏହି ଅଭିନେତ୍ରୀ 'ଭୁଲ ଭୁଲେୟା ୩' ଓ 'ମେରେ ମେହବୁବ ମେରେ ସନମ'ରେ ନଜର ଆସିବାକୁ ଥିବା ବେଳେ ଏବେ ତ୍ରିପ୍ତୀ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଆଜି କରଣ ଜୋହର ଆଗାମୀ ଫିଲ୍ମ 'ଧଡକ ୨' ଘୋଷଣା କରିବା ସହ ଫିଲ୍ମ ଷ୍ଟାର କାଷ୍ଟ ଏବଂ ରିଲିଜ ଡେଟ ମଧ୍ୟ ପ୍ରକାଶ କରିଛନ୍ତି ।

ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ ଡିମ୍ରି

କରଣ ଜୋହର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଆଗାମୀ ଫିଲ୍ମ 'ଧଡକ ୨' ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଚତୁର୍ବେଦୀ ଏବଂ ତ୍ରିପ୍ତୀ ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଭିଡିଓରେ ଉଭୟଙ୍କ ମୋଶନ ପୋଷ୍ଟର ଦେଖିବାକୁ ମିଳିଛି । ତେବେ କହିରଖୁଛୁ କି, ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏହି ଯୋଡିକୁ ପରଦାରେ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

ଏହି ଦିନ ପରଦାକୁ ଆସିବ 'ଧଡ଼କ ୨'

କରଣ ଜୋହର 'ଧଡକ ୨'ର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ର ୨୨ ନଭେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥର 'ଧଡକ 2'ର ପ୍ରେମ କାହାଣୀ ବହୁତ ଅଲଗା ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର କାହାଣୀ ପ୍ରକାଶ ପାଇଛି । ଏହି ପୋଷ୍ଟ ସେୟାର କରିବା ସମୟରେ କରଣ ଜୋହର ଲେଖିଛନ୍ତି, 'ଏହି କାହାଣୀ ଟିକିଏ ଅଲଗା କାରଣ ଜଣେ ରାଜା ଥିଲେ, ଜଣେ ରାଣୀ ଥିଲେ, ଜାତି ଭିନ୍ନ ଥିଲା... ଶେଷ କାହାଣୀ ।'

'ଧଡ଼କ ୨' ଫିଲ୍ମର କାହାଣୀ,

ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତ୍ରିପ୍ତୀ ଡିମ୍ରିଙ୍କ 'ଧଡକ ୨' କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ହେବ । ଏହି ଚଳଚ୍ଚିତ୍ରରେ ଏକ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ ପ୍ରଦର୍ଶିତ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଶାଜିଆ ଇକବାଲ । ସୂଚନା ଥାଉ କି, 'ଧଡକ ୨' 'ଧଡକ'ର ସିକ୍ୱେଲ ଅଟେ । ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ 'ଧଡକ' ୨୦୧୬ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ସହ ଜାହ୍ନବୀ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ମରାଠୀ ଚଳଚ୍ଚିତ୍ର 'ସୈରତ'ର ହିନ୍ଦୀ ରିମେକ ଥିଲା । ତେବେ ଏବେ ସିଦ୍ଧାର୍ଥ ଏବଂ ତ୍ରିପ୍ତୀଙ୍କ ଯୋଡିଙ୍କୁ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ରଣବୀର ପରେ ବିକି କୌଶଲଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ, ଫିଲ୍ମ ସୁଟିଂର ଫଟୋ ଭାଇରାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.