ଓଡିଶା

odisha

ଏଥର ଅଫଲାଇନରେ ହେବ OTET ପରୀକ୍ଷା

By

Published : Feb 25, 2021, 10:36 PM IST

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପାଇଁ ଚାଲିଛି ଫର୍ମ ପୂରଣ। ମାଧ୍ୟାମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ଅଧିକ ପଢ଼ନ୍ତୁ...
offline otet exam will held in 2021 year says board president
ଏଥର ଅଫଲାଇନରେ ହେବ ଓଟିଇଟି ପରୀକ୍ଷା

କଟକ: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପାଇଁ ଚାଲିଛି ଫର୍ମ ପୂରଣ । ମାଧ୍ୟାମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ୨୦୧୧ ମସିହା ପରଠାରୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହେଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ହେବା ପାଇଁ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ କରିଛନ୍ତି ସରକାର।

ଏଥର ଅଫଲାଇନରେ ହେବ ଓଟିଇଟି ପରୀକ୍ଷା

ଫେବ୍ରୁଆରୀ ୨୦ ତାରିଖରୁ ଏଥିପାଇଁ ଫର୍ମ ପୂରଣ ମଧ୍ୟ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା କେବେ ହେବ ତାହା ନିଷ୍ପତ୍ତି ହୋଇନାହିଁ। କିନ୍ତୁ ସମ୍ପୁର୍ଣ୍ଣ କୋଭିଡ ଗାଇଡ଼ଲାଇନ ମଧ୍ୟରେ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଅଫଲାଇନରେ ଏହି ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି। ଏଥିପାଇଁ ଦୁଇ ଥର ସ୍କୃଟିନି ପ୍ରକ୍ରିୟା ଜାରି ରହିଛି। ପରୀକ୍ଷା ଶୃଙ୍ଖଳା ଦିଗରେ ବିଶେଷ ଭାବରେ ଦିଆଯିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details