ଓଡିଶା

odisha

ଜଙ୍ଗଲ ଅଧିକାର ଆଇନ ସେଲରେ ନିଯୁକ୍ତ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ

By

Published : Aug 26, 2021, 9:01 PM IST

ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆରମ୍ଭ ହେଲା ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଜଙ୍ଗଲ ଅଧିକାର ଆଇନ ସେଲରେ ନିଯୁକ୍ତ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ
ଜଙ୍ଗଲ ଅଧିକାର ଆଇନ ସେଲରେ ନିଯୁକ୍ତ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ବର: ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ ଅଗ୍ରଗତି ନିମନ୍ତେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହାକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି । ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କ ଉଦ୍‌ଘାଟନ କରିଛନ୍ତି ।

ଜଙ୍ଗଲ ଅଧିକାର ଆଇନ ସେଲରେ ନିଯୁକ୍ତ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ

ଜଙ୍ଗଲ ଅଧିକାର ଆଇନର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ କର୍ମଚାରୀଙ୍କର ବହୁତ ବଡ଼ ଭୂମିକା ରହିଛି । ଓଡ଼ିଶା ସରକାର ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ପରିଚାଳନା, ଦାବିଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ଓ ସେ ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ସମୟାନୁବର୍ତ୍ତିତା ଭିତ୍ତିରେ ସଂପାଦନା କରିବା ସେଲ୍‌ର କର୍ମଚାରୀଙ୍କ ଦାୟିତ୍ୱ । ଏନେଇ ସେମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ୧୬୦ ଏଫ୍‌.ଆର୍‌.ଏ ସେଲ୍‌ ସଂପର୍କିତ ସୂଚନା ପ୍ରଦାନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଧାରରେ ଏହାର ସୁଫଳ କିପରି ଜନଜାତି ସମୁଦାୟକୁ ମିଳିପାରିବ ଏନେଇ ସେ ପରାମର୍ଶ ଦେଇଛନ୍ତି । ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ଦିଗରେ ଯେପରି କୌଣସି ହିତାଧିକାରୀ ଛାଡ଼ି ହୋଇନଯିବେ ସେ ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ଗୁଡ଼ିକ ଉଲ୍ଲେଖନୀୟ ଭୂମିକା ସଂପାଦନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅଖିଳ ବିହାରୀ ।

କାର୍ଯ୍ୟକ୍ରମରେ ୱାଇ.ଗିରି ରାଓ, ତୁଷାର ଦାସ, ରାଜକିଶୋର ଦାସ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା ଦେଇଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମକୁ ଶ୍ୱେତା ମିଶ୍ର ପରିଚାଳନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details