ଓଡିଶା

odisha

ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ ପଚାରିଲେ ପୃଥ୍ୱୀରାଜ

By

Published : Aug 7, 2022, 10:52 PM IST

Updated : Aug 8, 2022, 10:22 AM IST

ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ

ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କଲେ ନବୀନ । ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରବିବାର ଦିଲ୍ଲୀର ରାଷ୍ଟ୍ରପତି ଭବନ କଲ୍‌ଚରାଲ୍‌ ସେଣ୍ଟର୍‌ରେ ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଛି । ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ପାଲଟା ପ୍ରଶ୍ନକରି କହିଛନ୍ତି ଯେ, "ଓଡିଶାକୁ ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ, ତାହା ରାଜ୍ୟ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ।"

ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ନେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, "ଅବହେଳାର ମାନଦଣ୍ଡ ଏବଂ ସ୍ଵରୂପ କଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଓଡିଶା ପ୍ରତି ଅବହେଳା କଥା ଯେଉଁ କୁହା ଯାଉଛି ତାହା ଗୋଟିଏ କେବଳ ରାଜନୈତିକ ଡାଇଲଗ ବାଜି ନ ହେଉ । ରେଳ ବିଭାଗରେ ଆମେ ସର୍ବାଧିକ ପଇସା ପାଇଲେ ଏହାସହ ବିଭିନ୍ନ ଯୋଜନାରେ ମଧ୍ୟ ସର୍ବାଧିକ ଟଙ୍କା ପାଇଛେ । ମନରେଗାରେ ବି କୋରୋନା କଟକଣା ଭିତରେ ସର୍ବାଧିକ ଟଙ୍କା ପାଇଲେ କିନ୍ତୁ ତାହାକୁ ସରକାର କାର୍ଯ୍ୟରେ ବିନିଯୋଗ କଲେ ନାହିଁ । ଆଉ ଯାହା କାର୍ଯ୍ୟ କଲେ ସେଥିରେ ବି ଦୁର୍ନୀତି ହେଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘର ଓଡିଶା ପାଇଛି । ନୂଆ ହିତାଧିକାରୀଙ୍କୁ ଘର ଯୋଗାଇଦେବା ପାଇଁ 5 ଥର ଓଡିଶା ପ୍ରଦେଶ ପାଇଁ ଉଇଣ୍ଡୋ ଖୋଲାଗଲା ମାତ୍ର ରାଜ୍ୟ ସରକାର ତାହାକୁ ଗୁରୁତ୍ୱ ଦେଲେ ନାହିଁ । ସାଧାରଣ ଗରିବ ଲୋକ ଆଜି ବିନା ଘରରେ ବଞ୍ଚିଛନ୍ତି । ବିଭିନ୍ନ ଯୋଜନାରେ ସିହଁ ଭାଗ ପାଇଲା ପରେ ରାଜ୍ୟ ସରକାରଙ୍କୁ ଦେଖା ଯାଉନି କେତେ ସହାୟତାର ହାତ ବଢ଼ାଇଛନ୍ତି । ବିଭିନ୍ନ ବାତ୍ୟା ବନ୍ୟା ସମୟରେ ସବୁଠୁ ଅଧିକ ରାଜ୍ୟ ଆମ ରାଜ୍ୟ ପାଉଛି । ଯଦି ତାହା ରାଜ୍ୟ ସରକାରଙ୍କୁ ଦେଖା ଯାଉନି ଏହାଠୁ ବଡ଼ ଦୁର୍ଭାଗ୍ୟ ଜନକ କିଛି ହୋଇ ନ ପାରେ । ରାଜନୀତିରେ ମିଛ ହୁଏତ କିଛିଜଣ କୁହନ୍ତି ମାତ୍ର ଏଧରଣର ମିଛ କେବଳ ବିଜୁ ଜନତା ଦଳର ସରକାରଠୁ ହିଁ ଆଶା କରାଯାଇପାରେ ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନ କଲ୍‌ଚରାଲ୍‌ ସେଣ୍ଟରରେ ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକ ବସିଥିଲା । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗଙ୍କ ଦ୍ବାରା ଆମନ୍ତ୍ରିତ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ , ଭୁବନେଶ୍ବର

Last Updated :Aug 8, 2022, 10:22 AM IST

ABOUT THE AUTHOR

...view details