ଓଡିଶା

odisha

ରାଜସ୍ଥାନ କଂଗ୍ରେସ କଳି, ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ସରଗରମ

By

Published : Sep 27, 2022, 10:44 PM IST

Updated : Sep 28, 2022, 9:20 PM IST

ରାଜସ୍ଥାନ କଂଗ୍ରେସର ଏଭଳି ହଟ ଚମଟ ପୁଣି ଥରେ ସାରା ଦେଶରେ କଂଗ୍ରେସର ଅସ୍ତିତ୍ବକୁ ନେଇ ସନ୍ଦେହ ସୃଷ୍ଟି କରିଛି । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ନେଇ ଓଡିଶା କଂଗ୍ରେସରେ ଚର୍ଚ୍ଚା ସରଗରମ । ଅଧିକ ପଢ଼ନ୍ତୁ

ରାଜସ୍ଥାନ କଂଗ୍ରେସ କଳି, ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ସରଗରମ
ରାଜସ୍ଥାନ କଂଗ୍ରେସ କଳି, ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ସରଗରମ

ଭୁବନେଶ୍ବର: ୨୦୧୪ରୁ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ସାରା ଦେଶରେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ପଦଯାତ୍ରା । ଏହି କାର୍ଯ୍ୟକ୍ରମର ପ୍ରଭାବ ଧୀରେ ଧୀରେ ଲୋକ ମାନଙ୍କ ଭିତରେ ଆଦୃତ ଲାଭ କରୁଥିବା ବେଳେ ରାଜସ୍ଥାନ କଂଗ୍ରେସର ଏଭଳି ହଟ ଚମଟ ପୁଣି ଥରେ ସାରା ଦେଶରେ କଂଗ୍ରେସର ଅସ୍ତିତ୍ବକୁ ନେଇ ସନ୍ଦେହ ସୃଷ୍ଟି କରିଛି । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ନେଇ ଓଡିଶା କଂଗ୍ରେସରେ ଚର୍ଚ୍ଚା ସରଗରମ ।

ରାଜସ୍ଥାନ କଂଗ୍ରେସ କଳି, ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ସରଗରମ

କେନ୍ଦ୍ରରେ ନିଜର ଅସ୍ତିତ୍ବ ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଥିବା ବେଳେ ଏପଟେ ରାଜସ୍ଥାନରେ ସରକାରରେ ଥିବା କଂଗ୍ରେସକୁ ନେଇ ସୃଷ୍ଟି ବୋଇଛି ଫାଟ । ବିଶେଷ କରି ଗାନ୍ଧୀ ପରିବାର ବାହାରୁ ଆଉ ଜଣେ ନେତାଙ୍କୁ ଦଳର ମଙ୍ଗୁଆଳ ବା ମୁଖିଆ କରିବାକୁ ଦାବି ଉଠୁଥିବା ରେସରେ ଆଗରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅଶୋକ ଗେହଲୋଟ ଏବେ ଯେଉଁ ମାନସିକତାରେ ଅଛନ୍ତି ତାହା ସିଧା କଂଗ୍ରେସର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତାମାନଙ୍କ ମତ ଯେ ପୁରୁଣା ନୁହେଁ, ନୂଆ ମୁଁହକୁ ଏବେ ଦାୟୀତ୍ବ ଦେବା ଉଦ୍ୟମ କରିବା ଦରକାର ।

ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଳଖ ଗେହଲୋଟ ଙ୍କୁ ଆଉଟ କରିବା ଦରକାର ବୋଲି ମତ ଦେଇଛନ୍ତି । ସେ କହିଛନ୍ତି, "ଅଶୋକ ଗେହଲୋଟଙ୍କୁ କଂଗ୍ରେସ ବହୁତ ସୁଯୋଗ ଦେଇଛି । ଏବେ ସଚିନ ପାଇଲଟ ଭଳି ଜଣେ ଯୁବନେତାଙ୍କୁ ସୋନିଆ ଗାନ୍ଧୀ ଦାୟୀତ୍ବ ଦେବା ଉଚିତ ।"

ସେହିଭଳି ଅନ୍ୟତମ ବିଧାୟକ ସୁର ରାଉତରାୟ କହିଛନ୍ତି, "ନୂଆ ମୁଁହ ସବୁବେଳେ ଲୋକେ ଗ୍ରହଣୀୟତା ହେବ । ତେଣୁ ସେହି କ୍ଷେତ୍ରରେ ସଚିନ ପାଇଲଟଙ୍କୁ ଗୁରୁତ୍ବ ଦେବା ଉଚିତ । କିନ୍ତୁ ତାହା ଅର୍ଥ ନୁହେଁ ପୁରୁଣା ନେତାଙ୍କୁ ଅଣଦେଖା କରାଯିବ । ଦଳର ସଂଗଠନକୁ କିଭଳି ସଜାଡି ୨୦୨୪ ପାଇଁ ପ୍ରସ୍ତୁତ କରିବା ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୁରନ୍ତ ସମାଧାନ କରିବା ଉଚିତ ।"


୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଘର ସଜାଡ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । କ୍ଷମତାସୀନ ବିଜେପି ବିଭିନ୍ନ ଯୋଜନା ଜରିଆରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ବେଶ କିଛିଦିନ ଧରି ନିରବ ଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ନିହାତି ଭାବେ ପ୍ରଶଂସନୀୟ । କିନ୍ତୁ କଂଗ୍ରେସର ରାଜସ୍ଥାନ କନ୍ଦଳ କଂଗ୍ରେସର ଅସ୍ତିତ୍ବକୁ ନେଇ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ଗୁରୁତ୍ୱ ଦିଆଯିବା ଉଚିତ । ନହେଲେ 2024ରେ ଲୋକଙ୍କ ନିକଟତର ହେବାକୁ ଆଶା ବାନ୍ଧିଥିବା କଂଗ୍ରେସ ହୁଏତ ଦୀର୍ଘ ବର୍ଷ ପାଇଁ ଦୂରେଇଯାଇ ପାରେ । ଏହା ସମସ୍ତ କଂଗ୍ରେସ କର୍ମୀ ଓ ନେତା ମନେ ରଖିବା ଉଚିତ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।



ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 28, 2022, 9:20 PM IST

ABOUT THE AUTHOR

...view details