ଓଡିଶା

odisha

Congress President Election: ରାଜ୍ୟ କଂଗ୍ରେସ ଶିବିରରେ ଉତ୍କଣ୍ଠା

By

Published : Oct 1, 2022, 1:05 PM IST

ସରିଲା ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପର୍ଯ୍ୟାୟ । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ତିନି ଛାମୁଆ ନେତା ଶଶି ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ । ଏନେଇ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ରାଜ୍ୟ କଂଗ୍ରେସ ଶିବିରରେ ଉତ୍କଣ୍ଠା
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ରାଜ୍ୟ କଂଗ୍ରେସ ଶିବିରରେ ଉତ୍କଣ୍ଠା

ଭୁବନେଶ୍ବର:ଗତକାଲି(ଶୁକ୍ରବାର)ସରିଲା ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପର୍ଯ୍ୟାୟ । ଶେଷ ଦିନରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ତିନି ଛାମୁଆ ନେତା । ଶଶି ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ ନିଜ ନିଜ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ଏନେଇ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ଏହି ପ୍ରଥମ ପର୍ଯ୍ୟାୟ ସରିଛି । ଅକ୍ଟୋବର ୧ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୧୭ରେ ଏନେଇ ମତଦାନ ଓ ୧୯ ତାରିଖରେ ଫଳାଫଳ ଘୋଷଣା ହେବ । ତେବେ ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ତିନି ତୁଙ୍ଗନେତା । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର, ଭେଟେରାନ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଝାଡ଼ଖଣ୍ଡ କଂଗ୍ରେସ ନେତା କ୍ରୀଷ୍ଣାନନ୍ଦ ତ୍ରିପାଠୀ ଦିଲ୍ଲୀସ୍ଥିତ ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ।

ତେବେ ସାରା ଦେଶ ଏହାକୁ ନଜର ରଖିଛି । ଦେଶର ସର୍ବପୁରାତନ ଦଳର କିଏ ହେବେ ପରବର୍ତ୍ତୀ ଅଧ୍ୟକ୍ଷ, ସେନେଇ ଚର୍ଚ୍ଚା ସରଗରମ ରହିଛି । କଂଗ୍ରେସରେ ଗଣତନ୍ତ୍ର ରହିଛି ତେଣୁ ଯିଏ ଚାହିଁବ କଂଗ୍ରେସ ଅଧ୍ୟକ୍ଷ ପାଇଁ ଲଢ଼ି ପାରିବ ବୋଲି ସୋନିଆ ଏବଂ ରାହୁଲ ସ୍ପଷ୍ଟ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ବିବାଦ ଉପୁଜିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ପ୍ରକ୍ରିୟାରୁ ଆଉଟ ହୋଇ ସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଯେ ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡ୍‌ଗେ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଏହି ଜାତୀୟ ଦଳର ସର୍ବୋଚ୍ଚ ଆସନରେ ବସିବା ନେଇ ଚର୍ଚ୍ଚା ଧରିଥିଲା ଏବଂ ଶୁକ୍ରବାର ସେ ନାମାଙ୍କନ ମଧ୍ୟ ଭରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂହ ଯଦିଓ ଏହି ରେସରେ ଆଗରେ ଥିଲେ, କିନ୍ତୁ ଖଡ୍‌ଗେଙ୍କ ପ୍ରସ୍ତାବକ ରହିଛନ୍ତି ଦିଗ ବିଜୟ । ତେବେ ବରିଷ୍ଠ ନେତାଙ୍କ ସମର୍ଥନରୁ ଅନୁମାନ କରାଯାଉଛି ଯେ କଂଗ୍ରେସର ଆଗାମୀ ଭବିଷ୍ୟତ ଖଡ୍‌ଗେଙ୍କ ହାତରେ ରହିବ । ଏନେଇ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details