ଓଡିଶା

odisha

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

By

Published : Sep 25, 2022, 7:46 PM IST

Updated : Sep 25, 2022, 7:51 PM IST

ପୁରୀ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ କଂଗ୍ରେସର ଦାବି । ଅଧିକ ପଢ଼ନ୍ତୁ
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ ଦାବି ରଖିଲା କଂଗ୍ରେସ । ଏଥିରେ ଯିଏ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଧର୍ମେନ୍ଦ୍ରଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମଧ୍ୟ ଦାବି କରିଛି କଂଗ୍ରେସ ।

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ପୁରୀ ଜିଲ୍ଲା ଗୋପ ବ୍ଲକର ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଗତକାଲି (ଶନିବାର) ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଏହା ପଛରେ ପରୋକ୍ଷ ବା ପ୍ରତ୍ୟକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କର ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ମୃତ୍ୟୁ ପୂର୍ବରୁ ତାଙ୍କର ଦୁଇଟି ଫୋନରେ ଅନେକ ଗୁମର ଥିବା ସେ ଫେସବୁକରେ ଭିଡିଓ ମାଧ୍ୟମରେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ଫୋନ ମିଳିଲା, ସସ୍‌ପେନ୍ସ ଜାରି

କୌଣସି ରାଜନୈତିକ ବିବାଦରୁ ତାଙ୍କ ଘରେ ଝଡ଼ ସୃଷ୍ଟି ହୋଇଥିବା ମଧ୍ୟ କହିଥିଲେ । ଏନେଇ ଏକ ପୋଷ୍ଟ ମଧ୍ୟ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଗତକାଲି ସନ୍ଧ୍ୟାରେ ଧର୍ମେନ୍ଦ୍ରଙ୍କ ଘର ପାଖରୁ ୨ଟି ଫୋନ୍ ପୋଲିସ ଜବତ କରିଥିଲା । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି ।

ଦୋଷୀକୁ ଧରିବା ପାଇଁ ଦୃଢ ସ୍ବରରେ ଦାବୀ କରିଛି କଂଗ୍ରେସ । ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଚୁପ ବସିଥିବାବେଳେ, କଂଗ୍ରେସ ପକ୍ଷରୁ ଆଜି ଏହାର ତୀବ୍ର ପ୍ରତିବାଦ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଭୁବନେଶ୍ବର ଡିସିପିଙ୍କ ଆଗରେ ଦାବି ରଖିଛି କଂଗ୍ରେସ । ଧର୍ମେନ୍ଦ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ତଥ୍ୟ ଅନୁସାରେ ସମସ୍ତ ପ୍ରମାଣ ତାଙ୍କ ମୋବାଇଲରେ ରହିଛି । ତେଣୁ ମୋବାଇଲକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ପୋଲିସ ପ୍ରଶାସନ ଏ ଘଟଣାର ସ୍ବଚ୍ଛତା ସହ ତଦନ୍ତ କରୁ । ଯେ କୌଣସି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 25, 2022, 7:51 PM IST

ABOUT THE AUTHOR

...view details