ଓଡିଶା

odisha

Washington National Opera: ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା ବୟନଶିଳ୍ପ

By

Published : Nov 6, 2021, 8:20 PM IST

ବିଶ୍ବସ୍ତରରେ ଓଡ଼ିଶା ବୟନଶିଳ୍ପକୁ ପ୍ରଦର୍ଶିତ କଲେ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କଲେ ପ୍ରଶଂସା । ଅଧିକ ପଢନ୍ତୁ...

Washington National Opera: ବିଶ୍ବ ସ୍ତରରେ ଝଲସିଲା ଓଡ଼ିଶା ବୟନଶିଳ୍ପ
Washington National Opera: ବିଶ୍ବ ସ୍ତରରେ ଝଲସିଲା ଓଡ଼ିଶା ବୟନଶିଳ୍ପ

ଭୁବନେଶ୍ବର:ସୁଦୂର ଆମେରିକାର ୱାଶିଂଟନରେ ଝଲସିଲା ଓଡ଼ିଶାର ବୟନଶିଳ୍ପ । ବୟନଶିଳ୍ପ ମାଧ୍ୟମରେ ବିଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି ଓଡିଶା । ଆଉ ଏହା କେବଳ ସମ୍ଭବ ହୋଇପାରିଛି ରାଜ୍ୟର ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ରଙ୍କ ଉଦ୍ୟମ ଯୋଗୁଁ । ସେ ଆମେରିକାର କେନ୍ନେଡିରେ ୱାଶିଂଟନ ଜାତୀୟ ଅପେରାରେ ଭାରତର ବୟନଶିଳ୍ପର ପ୍ରଦର୍ଶନ କରିଛନ୍ତି ।

ଏଥିରେ କଷ୍ଟ୍ୟୁମ ଡିଜାଇନ କରି ଫ୍ୟାଶନ ଡିଜାଇନର ବିଭୁ ପ୍ରଦର୍ଶିତ କରିଛନ୍ତି । ତେବେ ବିଶ୍ବସ୍ତରରେ ରାଜ୍ୟର ବୟନଶିଳ୍ପକୁ ପରିଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭୁଙ୍କୁ ପ୍ରଶଂସା କରିଛନ୍ତି । ନବୀନ ଟ୍ବିଟ କରି ଲେଖିଛନ୍ତି ଯେ, "ୱାଶିଂଟନ ଜାତୀୟ ଅପେରାରେ ଓଡ଼ିଶା ଟେକ୍ସଟାଇଲକୁ ପ୍ରଦର୍ଶିତ କରିବାର ବିଭୁଙ୍କ ଉଦ୍ୟମ ଖୁବ ପ୍ରଶଂସନୀୟ । ଏହାଦ୍ବାରା ରାଜ୍ୟର ପାରମ୍ପରିକ ଟେକ୍ସଟାଇଲ ବିଶ୍ବସ୍ତରରେ ଅଧିକ ଲୋକପ୍ରିୟ ହୋଇପାରିବ ।"

ସେପଟେ ବିଜେଡି ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ଡିଜାଇନର ବିଭୁଙ୍କୁ କରିଛନ୍ତି ଭୂୟସୀ ପ୍ରଶଂସା । ସେ ଟ୍ବିଟ କରି ଲେଖିଛନ୍ତି ଯେ, " ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର ୱାଶିଂଟନ ଜାତୀୟ ଅପେରାରେ ଭାରତୀୟ ବୟନଶିଳ୍ପକୁ ପ୍ରଦର୍ଶିତ କରିଛନ୍ତି । ବିଭୁଙ୍କ ଏହି ଉଦ୍ୟମକୁ ସେ କରିଛନ୍ତି ସାଲ୍ୟୁଟ । ବିଶ୍ବସ୍ତରରେ ଏହା ନିଶ୍ଚିତ ଭାବରେ ଓଡ଼ିଶାର ବୟନଶିଳ୍ପର ଲୋକପ୍ରିୟତାକୁ ବୃଦ୍ଧି କରିବ " ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details