ଓଡିଶା

odisha

ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ସମେତ 3 ଗିରଫ

By

Published : Aug 22, 2021, 8:28 PM IST

ବ୍ରହ୍ମପୁର ଏଟିଏମ ଗାଡ଼ିରୁ ୨୪ ଲକ୍ଷ ଲୁଟ କରି ଫେରାର ହୋଇଥିବା ଅଭିଯୁକ୍ତ ଗିରଫ । ଆଜି ଏନେଇ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

Berhampur sp pressmeet on atm van money loot case
ଏଟିଏମର ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ସମେତ ତିନି ଗିରଫ

ବ୍ରହ୍ମପୁର:ଏଟିଏମ ଗାଡିରୁ ୨୪ ଲକ୍ଷ ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଗିରଫ । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ । ବ୍ରହ୍ମପୁର ସହରରୁ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଗାଡ଼ିରୁ ୨୪ ଲକ୍ଷ ଲୁଟ କରି ଫେରାର ହୋଇଥିଲେ ଅଭିଯୁକ୍ତ । ଆଜି ଏନେଇ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିଛନ୍ତି ।

ଏଟିଏମର ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ସମେତ ତିନି ଗିରଫ

ଗତ ୧୮ ତାରିଖ ଏହି ଗାଡିର ଚାଳକ ଜଣକ ନିଜେ ଗାଡିକୁ ନେଇ ଚାଲିଯିବା ପରେ କିଛି ବ୍ୟକ୍ତିବିଶେଷ ମୁଣ୍ଡରେ ବନ୍ଧୁକ ଲଗାଇ ଏକ ଅପହରଣ କରି ନେଇଥିବା ନେଇ ଯେଉଁ ଅପହରଣ ନାଟକ ରଚିଥିଲେ ତାହାକୁ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ଦ୍ବାରା ଗଠିତ ଟିମ ପର୍ଦ୍ଦାଫାଶ କରିଛି । ସୁସ୍ଥ ହୋଇ ଫେରିବା ପରେ ତାକୁ ଜେରା କରାଯିବା ପରେ ସେ ତାର ଅନ୍ୟ ଦୁଇ ଜଣ ପରିଚିତ ବ୍ୟକ୍ତିଙ୍କ ସହିତ ମିଳିତ ଭାବରେ ଏପରି କରିବାକୁ ଯୋଜନା କରିଥିବା ସ୍ବୀକାର କରିଛି ।

ସୂଚନାଥାଉକି ଗତ ୧୮ ତାରିଖରେ ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଗାଡିକୁ ନିଜେ ଡ୍ରାଇଭର ଟଙ୍କା ଗାଡିକୁ ନେଇ ଚାଲିଯିବା ପରେ ଅପହରଣ ହୋଇଥିବା ନେଇ ଏକ ନାଟକ ରଚନା କରିଥିଲେ। ଶେଷରେ ପୋଲିସ ଏହି ଘଟଣାରେ ଏମ୍. କେ. ସି. ଜି ମେଡିକାଲରୁ ଗାଡିର ଡ୍ରାଇଭର ସୁସ୍ଥ ହୋଇ ଫେରିବା ପରେ ସେ କିଭଳି ଏଭଳି ଘଟଣା ଘଟାଇଥିଲା ତାହା ସ୍ପଷ୍ଟ କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ଗାଡିଚାଳକ ଆଶିଷ କୁମାର ଦିଗାଲ ସମେତ ତାର ପରିଚିତ ବ୍ୟକ୍ତି କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ କ୍ରାଟିଙ୍ଗିଆ ଅଞ୍ଚଳର ମାନ୍ୟବର ନାୟକ ଏବଂ ରାଣିପଡା ଗ୍ରାମର କାର୍ତ୍ତିକ ନାୟକଙ୍କୁ ପୋଲିସ ଗିରଫ କରିଛି ।

ଏହାସହ ଏହି ନଗଦ ୨୪ ଲକ୍ଷ ଟଙ୍କାକୁ ନେଇ ଗିରଫ ମାନ୍ୟବର ନାୟକ ଏବଂ କାର୍ତ୍ତିକ ନାୟକଙ୍କୁ ନିଜ ଗ୍ରାମରେ ପହଞ୍ଚିବା ପରେ ମାଟିତଳେ ଗାତ ଖୋଳି ଏହାକୁ ପୋତି ଦେଇଥିଲେ। ପୋଲିସ ସେଥିମଧ୍ୟରୁ ୨୦ ଲକ୍ଷ ୯୦ ହଜାର ଟଙ୍କା ସମେତ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ, ଚାରୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details