ଓଡିଶା

odisha

GST Collection: ସେପ୍ଟେମ୍ବରରେ 1.62 ଲକ୍ଷ କୋଟି ଅତିକ୍ରମ କଲା GST ସଂଗ୍ରହ

By ETV Bharat Odisha Team

Published : Oct 1, 2023, 9:30 PM IST

ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହରେ ବୃଦ୍ଧି ଘଟିଛି । ଆଜି(ରବିବାର) ଅର୍ଥମନ୍ତ୍ରଣାଳୟ ସେପ୍ଟେମ୍ବର ମାସର ସରକାରୀ ଜିଏସଟି ତଥ୍ୟ ପ୍ରକାଶ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏହା ଚତୁର୍ଥ ମାସ ଯେଉଁଥିରେ ରାଜସ୍ବ ସଂଗ୍ରହ 1.62 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅଧିକ ପଢ଼ନ୍ତୁ

GST ସଂଗ୍ରହ
GST ସଂଗ୍ରହ

ନୂଆଦିଲ୍ଲୀ:ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହରେ ବୃଦ୍ଧି ଘଟିଛି । ଅର୍ଥମନ୍ତ୍ରଣାଳୟ ଆଜି (ରବିବାର ) 2023 ସେପ୍ଟେମ୍ବର ପାଇଁ ସରକାରୀ ଜିଏସଟି ତଥ୍ୟ ପ୍ରକାଶ କରିଛନ୍ତି । ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ଜିଏସଟି ରାଜସ୍ବରେ 10 ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷରେ ଏହା ଚତୁର୍ଥ ମାସ ଯେଉଁଥିରେ ରାଜସ୍ବ ସଂଗ୍ରହ 1.62 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ସେପ୍ଟେମ୍ବର ମାସରେ ସେବା ଓ ଦ୍ରବ୍ୟ କର 162712 କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏଥିରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) 29818 କୋଟି ଟଙ୍କା, ରାଜ୍ୟ ଜିଏସଟି (ଏସଜିଏସଟି) 37657 କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି (ଆଇଜିଏସଟି) 83623 କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗ୍ରୁହିତ ହୋଇଥିବା 421145 କୋଟି ଟଙ୍କାକୁ ମିଶାଇ) ଏବଂ ସେସ୍‌ (Cess )ରୁ 11613 କୋଟି ଟଙ୍କା (ଦ୍ରବ୍ୟ ଆମଦାନୀରେ ସଂଗ୍ରୁହିତ ହୋଇଥିବା 881 କୋଟି ଟଙ୍କାକୁ ମିଶାଇ) ଜିଏସଟି ସଂଗ୍ରହ କରାଯାଇଥିବା ନେଇ ଅର୍ଥମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...GST Collection: ଜୁଲାଇରେ ୭୨୨୫.୨୫ କୋଟି ଜିଏସଟି ସଂଗ୍ରହ, ଗତବର୍ଷ ତୁଳନାରେ ୧୯.୨୬% ଅଭିବୃଦ୍ଧି

ଅର୍ଥମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, 2023 ସେପ୍ଟେମ୍ବର ମାସରେ ହୋଇଥିବା ଜିଏସଟି ସଂଗ୍ରହ ପୂର୍ବ ବର୍ଷର ଏହି ମାସ ଅର୍ଥାତ 2022 ସେପ୍ଟେମ୍ବର ମାସ ତୁଳନାରେ 10 ପ୍ରତିଶତ ଅଧିକ ସଂଗ୍ରହ କରାଯାଇଛି । ତେବେ 2023-24 ଆର୍ଥିକ ବର୍ଷରେ ଏହା ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ 1.60 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଆର୍ଥିକ ବର୍ଷ FY 24ର ପ୍ରଥମାର୍ଦ୍ଧ (6 ମାସ) ରେ ମୋଟ ସଂଗ୍ରୁହିତ ଜିଏସଟି 992508 କୋଟି ଟଙ୍କାରେ ପହଞ୍ଚିଛି । ସେପ୍ଟେମ୍ବର ମାସରେ ଦେଶର ସମସ୍ତ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ଅଧିକ ଜିଏସଟି ସଂଗ୍ରହ କରାଯାଇଛି । ପୂର୍ବ ବର୍ଷ 21403 କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା 17 ପ୍ରତିଶତ ବୃଦ୍ଧି ପାଇ 25137 କୋଟି ଟଙ୍କା ପହଞ୍ଚିଛି । ସେହିପରି ଓଡ଼ିଶାରେ ଜିଏସଟି ଆଦାୟରେ 13 ପ୍ରତିଶତ ବୃଦ୍ଧି ଘଟି 4249 କୋଟି ଟଙ୍କାରେ ପହଞ୍ଚିଛି । ଯାହା ଗତବର୍ଷ ଅର୍ଥାତ ସେପ୍ଟେମ୍ବର 2022ରେ ଓଡ଼ିଶାରୁ 3765 କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜୁନରେ ରାଜ୍ୟ ଜିଏସଟି ସଂଗ୍ରହ ୧୭୩୨.୪୯ କୋଟି; ଗତବର୍ଷ ତୁଳନାରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details